Advertisment

ହିମାଚଳ ପ୍ରଦେଶରେ ଭୂକଂପ ଝଟକା, ଚମ୍ବାରୁ ମନାଲୀ ଯାଏଁ ଥରିଲା ମାଟି

୧୨୦ ବର୍ଷ ତଳେ କାଲିର ଦିନରେ ଏପ୍ରିଲ ୪ରେ କାଙ୍ଗ୍ରାରେ ପ୍ରଳୟ ରଚିଥିଲା ଭୟଙ୍କର ଭୂମିକଂପ। ଏଥିରେ ୨୦ ହଜାର ଲୋକଙ୍କ ଜୀବନ ଯାଇଥିଲା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Himachal Pradesh

Himachal Pradesh

ହିମାଚଳ ପ୍ରଦେଶରେ ମୃଦୁ ଭୂକଂପ ଝଟକା। ଚମ୍ବାରୁ ମନାଲୀ ଯାଏଁ ଥରିଲା ମାଟି। ରାତିରେ ପଦାକୁ ବାହାରି ଆସିଲେ ଆତଙ୍କିତ ଲୋକେ । ଗତରାତି ପ୍ରାୟ ସାଢ଼େ ୯ଟା ବେଳେ ଭୂକଂପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫ ଦଶମିକ ୩ ବୋଲି ଦର୍ଶାଇଲା ନ୍ୟାସନାଲ୍ ସେଣ୍ଟର ଫର୍ ସେସ୍ମୋଲୋଜି। ଚମ୍ବାରେ ମାଟିଠୁ ୧୦ କିଲୋମିଟର ତଳେ ଏହାର କେନ୍ଦ୍ରସ୍ଥଳ ଥିଲା । ତେବେ ଭୂମିକଂପ ଯୋଗୁଁ କୌଣସି କ୍ଷୟକ୍ଷତି ସୂଚନା ଆସିନାହିଁ । ସୂଚନା ଯୋଗ୍ୟ ଯେ, ୧୨୦ ବର୍ଷ ତଳେ କାଲିର ଦିନରେ ଏପ୍ରିଲ ୪ରେ କାଙ୍ଗ୍ରାରେ ପ୍ରଳୟ ରଚିଥିଲା ଭୟଙ୍କର ଭୂମିକଂପ। ଏଥିରେ ୨୦ ହଜାର ଲୋକଙ୍କ ଜୀବନ ଯାଇଥିଲା।

Advertisment

ଦୁଇ ଦିନ ପୂର୍ବରୁ ଭାରତୀୟ ସମୟ ସକାଳ ପ୍ରାୟ ୫ଟା ୩୦ରେ ତାଇୱାନ ଦେଖିଥିଲା ୨୫ ବର୍ଷରେ ସବୁଠୁ ଶକ୍ତିଶାଳୀ ଭୂକମ୍ପ। ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୭.୫ ରେକର୍ଡ ହୋଇଛି। ପୂର୍ବ ତାଇୱାନର ହୁଲିଏନ ସହର ଥିଲା ଭୂକମ୍ପର କେନ୍ଦ୍ର ସ୍ଥଳ। ତେବେ ଫିଲିପାଇନ୍ସ ଏବଂ ଜାପାନ ଯାଏଁ ଲାଗିଥିଲା ଭୂକମ୍ପର ଝଟକା। ସଙ୍ଗେ ସଙ୍ଗେ ଜାରି ହୋଇଥିଲା ସୁନାମି ସତର୍କତା। ଉପକୂଳ ଅଞ୍ଚଳରୁ ଆରମ୍ଭ ହୋଇଥିଲା ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପ୍ରକ୍ରିୟା।

Advertisment

ଭୂମିକମ୍ପର କ୍ଷୟକ୍ଷତି ଏତେ ହୋଇଛି ଯେ, ଏବେ ଆକଳନ କରିବା ମୁସ୍କିଲ। ଏହାରି ଭିତରେ ଯୁଦ୍ଧ କାଳୀନ ଭିତ୍ତିରେ ଜାରି ରହିଛି ରେସ୍କ୍ୟୁ ଅପରେସନ।

ବିପର୍ଯ୍ୟୟ ବେଳେ ତାଇୱାନକୁ ସହଯୋଗର ହାତ ବଢାଇଛନ୍ତି ଚୀନ ଓ ଜାପାନ। ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇବାକୁ ଦେଇଛନ୍ତି ପ୍ରତିଶ୍ରୁତି। ଭାରତ ସରକାର ମଧ୍ୟ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି। ତାଇୱାନ ସରକାରଙ୍କ ସହ ସମ୍ପର୍କ କରି ସେଠାରେ ରହୁଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି।

ଶେଷଥର ପାଇଁ ତାଇୱାନରେ ୧୯୯୯ ମସିହାରେ ୭.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ସେତେବେଳେ ୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

Earthquake Taiwan Tsunami Himachal Pradesh
Advertisment
Advertisment