Advertisment

ଅଜବ ଯାତ୍ରୀ !! ଟ୍ରେନ୍‌ ସିଟ୍‌ରେ ଶୋଇବା ବଦଳରେ ଛାତ ଉପରେ ଶୋଇ ଯାଉଥିଲେ ୪୦୦ କି.ମି..

ଅଳ୍ପକେ ବର୍ତ୍ତିଗଲା ଯାତ୍ରୀଙ୍କ ଜୀବନ। ଦୁଃସାହାସିକ ପଦକ୍ଷେପ ପାଇଁ ଜୀବନ ଯାଇଥାନ୍ତା।

author-image
Manoranjan Behera
ଅଦ୍ୟତନ ହୋଇଛି
Train Accident

Train Accident

ଟ୍ରେନ୍‌ରେ ଯାତ୍ରୀଙ୍କ ଦୁଃସାହାସିକ ଯାତ୍ରା। ଶାନ୍ତିର ନିଦରେ ଶୋଇଛନ୍ତି। ତା’ପୁଣି ଟ୍ରେନ୍‌ ସିଟ୍‌ରେ ନୁହେଁ ଟ୍ରେନ୍‌ର ଛାତ ଉପରେ। ଗୋଟେ କି ଦୁଇ କିଲୋମିଟର ନୁହେଁ ବରଂ ୪୦୦ କି.ମି ଯାତ୍ରା କରିବାକୁ ଯାଉଥିଲେ ଜଣେ ଯାତ୍ରୀ। ଗୁରୁବାର ଦିଲ୍ଲୀ-ଗୋରଖପୁର ହମସଫର୍‌ ଏକ୍ସପ୍ରେସ(୧୨୫୭୨) ର ଛାତ ଉପରେ ଜଣେ ଯାତ୍ରୀ ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା। କାନପୁର ଷ୍ଟେସନରେ ତାଙ୍କୁ GRP ଅଧିକାରୀ ଉଦ୍ଧାର କରିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Advertisment

ଅଳ୍ପକେ ବର୍ତ୍ତିଗଲା ଯାତ୍ରୀଙ୍କ ଜୀବନ। ଦୁଃସାହାସିକ ପଦକ୍ଷେପ ପାଇଁ ଜୀବନ ଯାଇଥାନ୍ତା। ଫତେପୁରର ଦିଲ୍ଲୀପ ନାମକ ଜଣେ ବ୍ୟକ୍ତି ଦିଲ୍ଲୀ-ଗୋରଖପୁର ହମସଫର୍‌ ଏକ୍ସପ୍ରେସର ଛାତ ଉପରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା। ତାଙ୍କର ଏହି ବିପଦପୂର୍ଣ୍ଣ ଯାତ୍ରାକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି।

ଭାଗ୍ୟବଶତଃ ବ୍ୟକ୍ତି ଜଣକ ଟ୍ରେନ୍‌ ଚାଲୁଥିବା ବେଳେ ଠିଆ ହୋଇନଥିଲେ। ନଚେତ୍‌ ମୁଣ୍ତ ଉପରେ ଥିବା ଇଲେକ୍ଟ୍ରିକ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥାନ୍ତେ। ସୂଚନା ମୁତାବକ ଦିଲ୍ଲୀପ ଟ୍ରେନ୍‌ର B-11 AC କୋଚ୍‌ର ଛାତ ଉପରେ ଶୋଇ ଯାତ୍ରା କରୁଥିଲେ। ଜଣେ ଯାତ୍ରୀ ଦିଲ୍ଲୀପଙ୍କୁ ଛାତ ଉପରେ ଦେଖି ଆଲାରାମ୍‌ ବଜାଇଥିଲେ। ଏହାପରେ କାନପୁର ଷ୍ଟେସନ୍‌ର ରେଳ କର୍ମଚାରୀଙ୍କ ସମେତ RPF ଓ GRP ଇନ୍ସପେକ୍ଟର ତାଙ୍କୁ ଉଦ୍ଧାର କରିଥିଲେ।

Advertisment

ଦିଲ୍ଲୀପଙ୍କୁ ଉଦ୍ଧାର କରିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ଥିଲା। କାରଣ ମୁଣ୍ତ ଉପରେ ୨୫ ହଜାର ଭୋଲ୍ଟର ଇଲେକ୍ଟ୍ରିକ ତାର ରହିଥିଲା। ଟିକିଏ ଭୁଲ ହୋଇଥିଲେ ଅନେକଙ୍କ ପ୍ରାଣ ଯାଇଥାନ୍ତା। ପ୍ରାୟ ୨୦ ମିନିଟ୍‌ର ଅପରେସନ୍‌ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଦିଲ୍ଲୀପ ପୋଲିସ ଆଗରେ ଏହାର ଉତ୍ତର ରଖିନଥିଲେ ଯେ କାହିଁକି ସେ ଏଭଳି କଲେ। ଏହାପରେ ତାଙ୍କ ପରିବାର ଲୋକ ଆସି ତାଙ୍କୁ ଘରକୁ ନେଇ ଯାଇଥିଲେ।

Train Accident
Advertisment
Advertisment