• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା ସାହିକୁ ଭୋଟ ମାଗିବାକୁ ଆସିଲେ ନେତାଙ୍କୁ କାଠ ଫାଳିଆରେ ମାଡ ହେବ । ଏଭଳି ଚେତାବନୀ ଦେଇଛନ୍ତି ଗଜପତି ଜିଲ୍ଲା ମୋହନା ସଦର ୧୪ ନମ୍ବର ୱାର୍ଡର ମହିଳାମାନେ ।

 ୱାର୍ଡରେ ଜଳ ଯୋଗାଣ ପାଇଁ ପ୍ରତି ଘର ସାମ୍ନାରେ ଷ୍ଟାଣ୍ଡ ପୋଷ୍ଟ ସ୍ଥାପନ କରି ଟ୍ୟାପ ଲଗାଯାଇଛି । ହେଲେ ଏଥିରେ ଜଳ ଯୋଗାଣ ବ୍ୟବସ୍ଥା ହୋଇ ନାହିଁ । କେବଳ ସୋଲାର ଟାଙ୍କି ବସାଇ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି, କିନ୍ତୁ ସେଥିରେ ପାଣି ଆସୁନି ।

ଫଳରେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ୱାର୍ଡ ବାସିନ୍ଦା । ଯଦି ସରକାର ବା ପ୍ରଶାସନ ୱାର୍ଡ଼ ବାସିନ୍ଦାଙ୍କୁ ପାଣି ଯୋଗାଇ ନ ଦିଅନ୍ତି  ଭୋଟ ବର୍ଜନ କରିବା ସହ କୌଣସି ନେତାଙ୍କୁ ବି ସାହିକୁ ପୁରାଇ ଦେବେ ନାହିଁ ବୋଲି ଚେତବନୀ ଦେଇଛନ୍ତି । RWSS ଯନ୍ତ୍ରୀ କହିଛନ୍ତି ଯେ, ପାଣି ସ୍ତର କମି ଯାଇଛି, ଠିକାଦାର ପଠାଇ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ।