Advertisment

ସ୍ୱାଧୀନ ପ୍ରାର୍ଥୀଙ୍କ ନିଆରା ପ୍ରଚାର, ପ୍ରଥମେ ଦାଢ଼ି କାଟିଲେ ତା’ପରେ ଭୋଟ୍ ମାଗିଲେ

ତାମିଲନାଡୁ ରାମେଶ୍ବରମ୍ ଅଞ୍ଚଳର ଘଟଣା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Tamilnadu Independent Candidate

Tamilnadu Independent Candidate

ନିର୍ବାଚନ ଆସିଲେ, ରାଜନେତାଙ୍କ କେତେ ରଙ୍ଗ, କେତେ ଢଙ୍ଗ। ଆମେ ଏମିତି ଏକ ରୋଚକ ଚିତ୍ର ଦେଖାଉଛୁ, ଯାହାକୁ ନେଇ କେବଳ ଚର୍ଚ୍ଚା ହେଉଛି ତା’ନୁହେଁ। ବରଂ କୌତୁହଳ ବି ସୃଷ୍ଟି କରିଛି। ସେଲୁନ ଭିତରେ ଜଣେ ବ୍ୟକ୍ତିଙ୍କ ଦାଢ଼ି କାଟିବା ପରେ ତାଙ୍କୁ ହାତ ଯୋଡ଼ି ଭୋଟ ମାଗିଛନ୍ତି ଜଣେ ସ୍ବାଧୀନ ପ୍ରାର୍ଥୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁ ରାମେଶ୍ୱରମ୍ ଅଞ୍ଚଳରେ।

Advertisment

ରାମନାଥପୁରମରୁ ସ୍ୱାଧୀନ ଭାବେ ଛିଡ଼ା ହୋଇଥିବା ପ୍ରାର୍ଥୀ ପରିରାଜନ ନିର୍ବାଚନ କ୍ୟାମ୍ପେନିଂ ବେଳେ ଏକ ସେଲୁନରେ ପଶି ଜଣେ ବ୍ୟକ୍ତିଙ୍କ ଦାଢ଼ି କାଟିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ସେଲୁନ ଭିତରେ ଜଣେ ଲୋକ ଦାଢ଼ି ମାରିବାକୁ ବସିଥିବା ବେଳେ ପରିରାଜନ ନିଜ ହାତରେ ଖୁର ଧରି ତାଙ୍କ ଦାଢ଼ି କାଟୁଛନ୍ତି। ଆଉ ଏହା ପରେ ସେ ସଂପୃକ୍ତ ବ୍ୟକ୍ତି ଓ ସେଲୁନ ମାଲିକଙ୍କୁ ନମସ୍କାର ହୋଇ ତାଙ୍କୁ ଭୋଟ୍ ଦେବା ଲାଗି ନିବେଦନ କରୁଛନ୍ତି। ଆଉ ଏହା ପରେ ସେଠାରୁ ଚାଲିଯାଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

Advertisment

General Election 2024
Advertisment
Advertisment