• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Politics
ଓଡ଼ିଶା ରାଜନୀତିରେ ‘ଯିଏ ଜିତିବ ସିଏ ଆମର’ ଫର୍ମୁଲା

ଦଳ ଗୁଡିକ ଆଶାୟୀଙ୍କୁ ମନାଇବା ବଦଳରେ ସମସ୍ତଙ୍କୁ ଲଢିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏପରକି କେତେକ ନେତା ଉଭୟ ପ୍ରାର୍ଥୀଙ୍କୁ ଟଙ୍କା ଦେଇଥିବା ଚର୍ଚ୍ଚା ହୁଏ ।

Budget 2022
ଏଥର ବଜେଟ୍‌ରେ ଭୋଟ ବ୍ୟାଙ୍କ ପ୍ଲାନ୍‌ ! ମିଶନଶକ୍ତିକୁ ଗୁରୁତ୍ୱ ହେଲେ ଶିଳ୍ପ-ଷ୍ଟାର୍ଟଅପ୍‌କୁ ଅଣଦେଖା

କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ବିଜୁ ପକ୍କା ଘର ଓ ମିଶନ ଶକ୍ତି । ହିତାଧିକାରୀଙ୍କୁ ସିଧାସଳଖ ଲାଭ ଦେଉଥିବା ଏମିତି ଯୋଜନାକୁ ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ୍‌ରେ ମିଳିଛି ଗୁରୁତ୍ୱ ।

Sarmistha Rout
ଫିଟିଲା ମାଡାମ୍ ଶର୍ମିଷ୍ଠାଙ୍କ ଅସଲ ଚେହେରା, ସାମ୍ନାକୁ ଆସିଲା କବି ନିରଂଜନଙ୍କ ନୃଶଂସ ରୂପ !

ଚାନ୍ଦବାଲିରୁ ଅପହରଣ, ଭୁବନେଶ୍ୱର ଦୟାଲ୍ ଆଶ୍ରମରେ ହତ୍ୟା ଆଉ ନୟାଗଡ଼ ରଣପୁରରେ ଶବ ପୋତାଯିବାର ପ୍ରତିଟି କାହାଣୀର କରିଛି ଖୁଲାସା । ଶର୍ମିଷ୍ଠା ଏବଂ ଅନ୍ୟ ସହଯୋଗୀ ମିଶି ମାନସଙ୍କୁ ଅପହରଣ କରିଥିଲେ ଚାନ୍ଦବାଲି ପଳାସପୁର ଗାଁରୁ ।

CAG Reports
CAG ରିପୋର୍ଟ କହିଲା ରାଜ୍ୟର ଆର୍ଥିକ ସ୍ଥିତି

ଶିଳ୍ପ ପାଇଁ ୩୧.୭୩% ଓ କୃଷି ପାଇଁ ୧୮.୬୧% ଯୋଗଦାନ ରହିଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି ।

school students
ସକାଳୁଆ ସ୍କୁଲ ସମୟରେ ସାମାନ୍ୟ ପରିବର୍ତ୍ତନ ! ୧୦ଟା ନୁହେଁ ୧୦.୩୦ରେ ସରିବ କ୍ଲାସ୍

ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ, ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୬ଟା ୩୦ରୁ ଦିନ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ । ଏହି ସମୟକୁ ସାମନ୍ୟ ପରିବର୍ତ୍ତନ କରାଯାଇଛି । ୧୦ ଟା ନୁହେଁ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ ।

Aparajita Sarangi
ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ, ତାତିଲେ ଅପରାଜିତା

ଲୋକସଭାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ NMA ଅନୁମତି ବିନା ଖନନ କାର୍ଯ୍ୟ ଚାଲିଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Lokaseva Bhawan
OAS ସ୍ତରରେ ବଡ଼ ଧରଣର ଅଦଳବଦଳ, କଳ୍ପତରୁ ହେଲେ CMC ଆତିରିକ୍ତ କମିଶନର

OAS ଅଧିକାରୀ କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ପଦକୁ ବଦଳି କରାଯାଇଥିବା ବେଳେ ଅବିନାଶ ରାଉତଙ୍କୁ ଏସସିବି ରେଜିଷ୍ଟ୍ରାର (ଆଡମିନିଷ୍ଟ୍ରେସନ) ଦାୟିତ୍ୱ ଦିଆଯାଇଛି ।

BUS Fare
ବଢ଼ିଲା ବସ୍‌ ଭଡ଼ା ! ଜାଣନ୍ତୁ କେଉଁ ବସ୍‌ ପାଇଁ କେତେ ରେଟ୍‌

ଅର୍ଡିନାରୀ ବା ସାଧାରଣ ବସ୍‌ ଭଡ଼ା କିଲୋମିଟର ପିଛା ୮୭ ରୁ ୯୦ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ ଭଡ଼ା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି ।

BJD - BJP - Congress
ହେଉଛି କି ବିକଳ୍ପ ବିଚାର ? ମାଳ ମାଳ ଯୋଜନା ପରେ ବି କିଣିବାକୁ ପଡ଼ୁଛି ଭୋଟ ଉଡ଼ୁଛି ନୋଟ !

ପଂଚାୟତ ନର୍ବାଚନରେ କଂଗ୍ରେସର ପରିସ୍ଥିତି କିଛି ଅଞ୍ଚଳରେ ଭଲ ଥିବା ବେଳେ ଅନେକ ସ୍ଥାନରେ ଦଳର ଭୋଟ ବ୍ୟାଙ୍କକୁ ବିଜେଡି ଏବଂ ବିଜେପି ପୋଛି ନେଇଛନ୍ତି । 

Dibyashankar Mishra
କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ବିଧାନସଭାରେ ପୁଣି ଝଡ଼, ଗୃହ ଭିତରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିରୋଧ

କଂଗ୍ରେସ ପ୍ରଶ୍ନ କରିଥିଲା ଯେ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ମମିତା ମେହେର, ମାନସ ସ୍ୱାଇଁ ହତ୍ୟା ଘଟଣାରେ ତାଙ୍କ ମା ଆଣିଥିବା ଅଭିଯୋଗ ଅନୁସାରେ ସଂପୃକ୍ତିର ଅଭିଯୋଗ ଥିବାରୁ ଆଇନ୍‌ଶୃଙ୍ଖଳା ପ୍ରସଙ୍ଗରେ ସେ କିଭଳି ଉତ୍ତର ରଖିବେ ?

Sarmistha Rout
ଖୋଲୁଛି ଗୁମର ! କଲିକତାରେ ଲୁଚିଥିଲା ଶର୍ମିଷ୍ଠା, ଟଙ୍କା ସରିବା ପରେ ଫେରିଲା.. ପୋଲିସ ଧରିଲା

ମାନସଙ୍କ ନାଁରେ ଅଭିଯୁକ୍ତମାନେ ଏକ ମିଛ ଅଣ୍ଡରଟେକିଂ ଲେଖିଥିବା ମଧ୍ୟ ଜଣାପଡ଼ିଛି । ଯେଉଁଥିରେ ସେମାନେ ମେମୋରି ଚିପ୍ ପାଇସାରିଥିବା ଓ ମାନସଙ୍କୁ ଛାଡ଼ି ଦେଇଥିବା ଲେଖା ଅଛି । ଉକ୍ତ ଅଣ୍ଡରଟେକିଂରେ ମୃତ ମାନସଙ୍କ ଦସ୍ତଖତ ବି ରହିଛି ।

devotees can also visit puri temple
ଏଣିକି SBIରେ ଜମା ରହିବ ଶ୍ରୀମନ୍ଦିର କର୍ପସ ଫଣ୍ଡ ଓ ମନ୍ଦିର ଫଣ୍ଡ

ଟେଣ୍ଡରରେ ୪ଟି ବ୍ୟାଙ୍କ ଅଂଶଗ୍ରହଣ କରିଥିବା ବେଳେ ଏସ୍‌ବିଆଇ ସର୍ବାଧିକ ବିଡିଂ ଡାକି ଟଙ୍କା ଜମା କରିବାର ଅଧିକାର ପାଇଛି । ଏକ ବର୍ଷ ପାଇଁ ଏହି ଟେଣ୍ଡର କରାଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ।

MP Aparajita Sarangi
ଉତ୍ତର ରଖିଲେ ସାଂସଦ ଅପରାଜିତା ? ନବୀନଙ୍କୁ ଭେଟିଥିଲେ କାହିଁକି ?

ନବୀନ ଦିଲ୍ଲୀ ଯାଇ ପର୍ଲାମେଣ୍ଟରେ ପହଞ୍ଚିଥିବା ବେଳେ ମୋଦି କିମ୍ବା ଅମିତ ଶାହଙ୍କୁ ଭେଟି ନାହାନ୍ତି । ହେଲେ ବିଜେପି ନେତ୍ରୀ ତଥା ସାଂସଦ ଅପରାଜିତାଙ୍କ ସହ ତାଙ୍କର ଭେଟଘାଟ ହୋଇଛି ।

Budget
ଏଥର କାମଚଳା ବଜେଟରେ, କାଳିଆ ଯୋଜନା ପାଇଁ ୧୮୭୪ ଓ ମିନଶକ୍ତି ପାଇଁ ୨୦୦୦ କୋଟି

ଦେଶର ଅଭିବୃଦ୍ଧି ହାର ୭.୮% ରହିବା ଆକଳନ କରାଯାଇଛି । ଦେଶ  ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ବଢ଼ି ୯ରୁ ୯.୨% ରହିବ ବୋଲି ମଧ୍ୟ ଆକଳନ କରାଯାଇଛି ।

Morning School
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ ପଢ଼ା ଚାଲିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Sarmistha Rout
ଭାଇରାଲ ହେଲା ଶର୍ମିଷ୍ଠାଙ୍କ ଫେରାର ପୂର୍ବର ଭିଡିଓ ! ରେକର୍ଡ କରିଥିଲେ ମାନସଙ୍କ ସହଯୋଗୀ

୨ ମିନିଟ୍‌ରୁ ଅଧିକ ସମୟ ଅବଧିର ଏହି ଭାଇରାଲ୍ ଭିଡ଼ିଓରେ ଦୀପକ ଏବଂ ଶର୍ମିଷ୍ଠାଙ୍କ ମଧ୍ୟରେ ସାମାନ୍ୟ କଥା କଟାକଟି ହେଉଥିବା ମଧ୍ୟ ଶୁଣିବାକୁ ମିଳିଛି ।

Jungle Fire
ଜଳୁଛି ଜଙ୍ଗଲ ! କିଏ ଲଗାଉଛି ନିଆଁ ? ପୋଡ଼ି ଯାଉଛନ୍ତି କିଟ ପତଙ୍ଗ-ପଶୁ ପକ୍ଷୀ-ଔଷଧୀୟ ଗଛ

ଦିନବେଳା ପ୍ରବଳ ଖରା ସାଙ୍ଗକୁ ଜୋରରେ ପବନ ବୋହିବା ଯୋଗୁଁ ନିଆଁ ଅମାନିଆ ଭାବେ ମାଡି ଚାଲିଛି । ଆଉ ନିଆଁର ଆଁ ଭିତରେ ଜଳି ପୋଡ଼ିଯାଉଛନ୍ତି ବହୁ ପଶୁପକ୍ଷୀ, କୀଟ-ପତଙ୍ଗ ଓ ଧ୍ୱଂସ ପାଇ ଚାଲିଛି ବହୁ ଦରକାରୀ ଓ ଔଷଧୀୟ ବୃକ୍ଷଲତା ।

Manas Swain
ମାନସ ହତ୍ୟା ମାମଲା: କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିବ ତ ମେମୋରି ଚିପ୍‌ ? ଅଭିଯୁକ୍ତଙ୍କୁ ଘନ ଘନ ଜେରା

୫ ଦିନିଆ ରିମାଣ୍ଡରେ ନେଇ ସମ୍ପୂର୍ଣ୍ଣା ନ୍ୟୁଜ୍‌ ପୋର୍ଟାଲ୍‌ର ମାଲିକାଣି ଶର୍ମିଷ୍ଠା ରାଉତ, ସହଯୋଗୀ ଝୁନା ଭୋଇ, ପୂର୍ବତନ ଓଆଇଏସ୍ ଅଧିକାରୀ ନିରଂଜନ ସେଠୀ ଓ ରାଜ୍ କମ୍ୟୁନିକେସନ୍‌ର ମାଲିକ ରଂଜନ ନାୟକ ଓରଫ୍ ରାଜ୍‌କୁ ଘାଣ୍ଟୁଛି ସ୍ୱତନ୍ତ୍ର ଟିମ୍ । 

Hot wave
ରାଜ୍ୟରେ ଜାରି ରହିବ ଖରା, ଆହୁତି ତାତିବ

ମାର୍ଚ୍ଚ ୩୦ ତାରିଖରୁ ଏପ୍ରିଲ ଦୁଇ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏଥିପାଇଁ ୮ଟି ଜିଲ୍ଲାକୁ IMD ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

Taraprasad Bahinipati
ଖଣି-ପାଣିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

ଗୋଟିଏ ପଟେ ଶ୍ରୀମନ୍ଦିର ଚାରିପଟେ କାହା ଆଦେଶରେ ଖନନ କାର୍ଯ୍ୟ ଚାଲିଛି ବୋଲି ବିଜେପି ପ୍ରଶ୍ନ ଉଠାଇ ସରକାରଙ୍କୁ ଘାଇଲା କରିଥିବା ବେଳେ କଂଗ୍ରେସ ଖଣି ଦୁର୍ନୀତି କଥା ଉଠାଇଛି । ରାଜ୍ୟରୁ ଖଣି ଚୋରି ହୋଇଥିବା କହି ସରକାରଙ୍କୁ ଜୋରଦାର ଆଟାକ୍‌ କରିଛି କଂଗ୍ରେସ ।

Lord Jagannath’s Special Ritual Banakalagi Niti To Be Held At Srimandir In Puri Today
‘ଶ୍ରୀମନ୍ଦିରର ବିକାଶ ଆଳରେ ବିନାଶ ନ ହେଉ’ ! ଖନନ କାର୍ଯ୍ୟକୁ କିଏ ଦେଲା ଅନୁମତି ?

ASI ଓ NMA  କହିଛନ୍ତି, ଆମେ କୌଣସି ପ୍ରକାରର ସ୍ଥାନୀୟ ନିର୍ମାଣ ପ୍ରକଳ୍ପ ପାଇଁ ଅନୁମତି ଦେଇନାହୁଁ । ପ୍ରକୃତରେ ବାସ୍ତବତା କଣ ବୋଲି ପ୍ରଶ୍ନ କରିଛନ୍ତି ଜୟନ୍ତ ଷଡ଼ଙ୍ଗୀ । ବିଧାନସଭାର ଏକ କମିଟି ଗଠନ କରି ପୁରୀ ପଠାଇବାକୁ ସେ ଦାବି କରିଛନ୍ତି ।

CM Naveen Patnaik At Parliament
ସଂସଦ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡିକୁ ସଂସଦରେ ଉପସ୍ଥାପିତ କରିବାକୁ ସେ ବିଜେଡି ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ।

National Para Athletics Championship 2022
National Para Athletics Championship 2022: କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହେଲା ଟୁର୍ଣ୍ଣାମେଣ୍ଟ୍

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ୨୦ତମ ଜାତୀୟ ପାରା ଆଥଲେଟିକ ଚାମ୍ପିଅନସିପ-୨୦୨୨ । ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ପ୍ରତିଯୋଗିତା ହେଉଛି । ଏଥିରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି ।

Heavy Rush At Petrol Pumps In Bhubaneswar
ଭାରତ ବନ୍ଦର ପ୍ରଭାବ: ପେଟ୍ରୋଲ ପମ୍ପ ସାମ୍ନାରେ ଲୋକଙ୍କ ପ୍ରବଳ ଭିଡ଼, ରାତିରୁ ଲାଗିଛି ଲମ୍ବା ଲାଇନ୍‌...

ଭାରତ ବନ୍ଦକୁ ନେଇ ଗତକାଲି ରାତିରୁ ପେଟ୍ରୋଲ ପମ୍ପରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହୋଇ ଗାଡ଼ିରେ ତେଲ ପକାଉଛନ୍ତି ଲୋକେ।

Firing In Bhubaneswar
ବନ୍ଦ ପୂର୍ବରୁ ରାଜଧାନୀରେ ଫୁଟିଲା ଗୁଳି

ରାଜଧାନୀ ଭୁବନେଶ୍ୱରରେ ଫୁଟିଲା ଗୁଳି। ତେଲ ପକାଇବାକୁ କେନ୍ଦ୍ର କରି ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପରେ ଗୁଳିମାଡ଼ ହୋଇଛି। ଏଥିରେ ନୟାପଲ୍ଲୀ ଅଞ୍ଚଳର ଜଣେ ଯୁବକ ଆହତ ହୋଇଛନ୍ତି।