• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରସ୍ୱତ ସାଧକ ସ୍ୱର୍ଗତ ମନୋଜ ଦାସଙ୍କ ସ୍ମୃତିରେ ମନୋଜ ଦାସ ଅନ୍ତର୍ଜାତୀୟ ପୁରସ୍କାର ନିୟମାବଳୀରେ ପରିବର୍ତ୍ତନ କରାଯାଇଛି । ୨୦୨୧ ମେ’ ମାସରେ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ତେବେ ବିଭିନ୍ନ ସ୍ତରରେ ସାହିତ୍ୟିକ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କର ମତ ସଂଗ୍ରହ କରାଯାଇ ପୁରସ୍କାରରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

ମନୋଜ କିଶୋର ସାହିତ୍ୟ ପ୍ରତିଭା ପୁରସ୍କାର ରାଶିକୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡ଼ିଆ ସାହିତ୍ୟିକମାନଙ୍କୁ ଆନ୍ତର୍ଜାତିକ ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ନୂତନ ନିଷ୍ପତ୍ତି ଅନୁଯାୟୀ ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଭାରତୀୟ ସାହିତ୍ୟିକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

ସେହିପରି ମନୋଜ ଦାସଙ୍କ ପରିବାର ସଦସ୍ୟମାନଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ତାଙ୍କର ଜନ୍ମସ୍ଥାନ ବାଲେଶ୍ୱର ଶଙ୍ଖାରୀ ଗାଁରେ ଥିବା ପୈତୃକ ବାସଭବନକୁ ହାତକୁ ନେଇ ଦୁଇ ଭାଇଙ୍କ ନାଁରେ ମନ୍ମଥ-ମନୋଜ ସ୍ମାରକୀ ଭାବେ ଘୋଷଣା କରିଥିଲେ । ଏହାକୁ ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।