Advertisment

ହୃଦୟବିଦାରକ ଘଟଣା: ଝୁଲି ପଡ଼ିଲେ ବାପା, ମା’; କୋଳରେ ୧୫ ମାସର ଛୁଆ

ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
3 Members Of A Family Found Dead In Bhubaneswar

3 Members Of A Family Found Dead In Bhubaneswar

ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ୧୫ ମାସର ଶିଶୁ ସହ ଦମ୍ପତିଙ୍କ ଝୁଲନ୍ତା ମୃତଦେହକୁ ପୋଲିସ୍‌ ଉଦ୍ଧାର କରିଛି। ମୃତକ ହେଲେ-  ତୁଷାର ରାଜେନ୍ଦ୍ର ଜଗତବ, ତାଙ୍କ ସ୍ତ୍ରୀ ନୀଲା ତୁଷାର ଜଗତବ ଓ ଝିଅ ସିବିନ୍ୟା। ମୃତ ଦମ୍ପତିଙ୍କ ଘର ମହାରାଷ୍ଟ୍ରରେ ବୋଲି ଜଣାପଡ଼ିଛି।

Advertisment

ସେମାନେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ତାହା ଜଣାପଡ଼ିନି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ସମ୍ପତ୍ତି ବିବାଦ ଯୋଗୁଁ ପୂର୍ବରୁ କଳହ ଲାଗି ରହିଥିଲା ବୋଲି ସୂଚନା ମିଳିଛି। 

ସୂଚନାଥାଉ କି, କିଛିଦିନ ପୂର୍ବେ ରାଜଧାନୀ ଭୁବନେଶ୍ୱରରେ ଜଣେ ସଇତାନ ସ୍ୱାମୀର ନୃଶଂସକାଣ୍ଡ ଦେଖିବାକୁ ମିଳିଥିଲା। ଯିଏକି ପତ୍ନୀ ସହ ଶାଳୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲା। ସବୁଠାରୁ ବଡ଼ କଥା, ଭଡ଼ା ଘରେ ହତ୍ୟା ପରେ ଦୁଇ ଦିନ ଧରି ଶବ ପଡ଼ିଥିଲେ ବି କେହି ସୁରାଗ ପାରିନଥିଲେ। 

Advertisment
Deadbody Found
Advertisment
Advertisment