• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar

Neighbor State
ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ପାଇଁ ଆନ୍ଦୋଳନ-ପ୍ରତିବାଦ ଆଉ ଧାରଣା

ଓଡ଼ିଶାର ବିଚ୍ଛିନ୍ନାଂଚଳରେ ଓଡିଆ ଭାଷା ପାଇଁ ଆନ୍ଦୋଳନ, ପ୍ରତିବାଦ, ଧାରଣା ଆଉ ବିକ୍ଷୋଭ । ବର୍ଷ ବର୍ଷ ଧରି ଅବହେଳିତ ଓଡ଼ିଆ ଭାଷାକୁ ଉଚିତ୍ ଅଧିକାର ଦେବାକୁ ଉଠିଛି ଦାବି । ଝାଡଖଣ୍ଡର ଷଢେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି କୋଲହାନ ଓଡ଼ିଆ ସମାଜ ।

Pipili Vote
ଦିନକ ପରେ ଭାଗ୍ୟ ପରୀକ୍ଷା, କିଏ ମାରିବ ବାଜି ? ଭୋଟିଂ ପାଇଁ ପୁଲିଂ ପାର୍ଟି ପ୍ରସ୍ତୁତ

ପିପିଲି ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି । ଦିନକ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ବୁଥ୍ ମୁହାଁ ହୋଇଛନ୍ତି ପୋର୍ଲିଂ ପାର୍ଟି । ପୁରୀ ପେଣ୍ଠକଣ୍ଟାରେ ଲାଗି ରହିଛି ପୁଲିଂ ପାର୍ଟିଙ୍କ ଭିଡ ।

ITR Honey Trap
ମାୟାବିନୀର ଫୋନ୍ ହ୍ୟାକିଂ ଖେଳ, ITR ତଥ୍ୟ ହାସଲ ପାଇଁ ବିଦେଶରୁ ହନିଟ୍ରାପ୍‌

ମାୟାବିନୀର ଫୋନ୍ ହ୍ୟାକିଂ ଖେଳ । ITR ତଥ୍ୟ ହାସଲ ପାଇଁ ବିଦେଶରୁ ପଡୁଥିଲା ହନିଟ୍ରାପ୍‌ର ଫାଶ । ୫ ଅଭିଯୁକ୍ତଙ୍କୁ ରୂପଲାବଣ୍ୟରେ ବଶ କରି କଣ୍ଢେଇ ଭଳି ନଚାଉଥିବା ରହସ୍ୟମୟୀ, ମୋବାଇଲ୍ ହ୍ୟାକିଂରେ ବି ମାହିର ଥିବାର ପ୍ରମାଣ ପାଇଛି ତଦନ୍ତକାରୀ ଟିମ୍ ।

Cyclone Gulab
ଗୁଲାବ ଗଲା, ହେଲେ ଦକ୍ଷିଣ ଓଡ଼ିଶାରେ ଛାପ ଛାଡ଼ିଦେଇ ଗଲା..

ବାତ୍ୟା ଗୁଲାବ ଗଲା । ହେଲେ ଦକ୍ଷିଣ ଓଡ଼ିଶାରେ ଦେଖାଇଛି ବର୍ଷା ଓ ପବନର କୋପ । ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ସବୁଠି ଗତକାଲିଠୁ ଲାଗି ରହିଛି ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ।

Asit tripathy
ଅସିତ ଭୁବନେଶ୍ୱର କ୍ଲବ୍‌ ସଭାପତି ନିର୍ବାଚିତ

ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ ସଭାପତି ନିର୍ବାଚିତ । ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟ୍‌ରେ ହରାଇ ନିର୍ବାଚିତ ହୋଇଛନ୍ତି ଅସିତ ତ୍ରିପାଠୀ । ଅସିତଙ୍କୁ ୭୭୬ ଭୋଟ୍ ମିଳିଥିବା ବେଳେ ବିଜୟଙ୍କୁ ୪୯୮ ଭୋଟ୍ ମିଳିଛି ।

Weather forecast today
ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କଲା ଗୁଲାବ, ଶ୍ରୀକାକୁଲମରୁ କୋରାପୁଟ ଜିଲ୍ଲାକୁ ପଶିବ ବାତ୍ୟା

ବାତ୍ୟା ଗୁଲାବକୁ ନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ଆନ୍ଧ୍ର ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍ କରିଛି ଗୁଲାବ । ଶ୍ରୀକାକୁଲମରେ ବର୍ତ୍ତମାନ ୭୦ କିମି ବେଗରେ ପବନ ବହୁଛି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ବିଶେଷ ପ୍ରଭାବ ପଡ଼ିନି ।

Bharat Bandh
ଭାରତ ବନ୍ଦ ବେଳେ ଗଡ଼ିବନି OSRTC ବସ୍‌

ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲି ଦିଆଯାଇଛି ଭାରତ ବନ୍ଦ ଡାକରା । ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଦେଶବ୍ୟାପୀ ଆହ୍ୱାନ ଦେଇଛି କିଷାନ ମୋର୍ଚ୍ଚା ।

weather
ଟଳିଲା ବାତ୍ୟା ଭୟ; ଓଡ଼ିଶାରେ ନାହିଁ ପ୍ରଭାବ, ଉପକୂଳ ଅତିକ୍ରମ କଲା ଗୁଲାବ

ଟଳିଲା ବାତ୍ୟା ଭୟ । ଓଡ଼ିଶାରେ ନାହିଁ ବାତ୍ୟା ପ୍ରଭାବ । ଉପକୂଳ ଅତିକ୍ରମ କଲା ବାତ୍ୟା ଗୁଲାବ । ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କଲା ଗୁଲାବ ।

Arindam Das Rescued
ଅରିନ୍ଦମଙ୍କୁ ଦେଶୀ ଡଙ୍ଗାରେ ଜୀବନ୍ତ ଉଦ୍ଧାର କରିଥିଲେ ମାନସ

ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣା ପରେ ସେଦିନ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ଫରେଷ୍ଟଗାର୍ଡ ମାନସ ବେହେରା । ବୁଡିଯାଉଥିବା ଓଡ୍ରାଫ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ପ୍ରଥମେ ସେ ବ୍ରିଜ୍ ଉପରୁ ଦଉଡି ପକାଇଥିଲେ ଏବଂ ପରେ ଏକ ଦେଶୀ ଡଙ୍ଗା ଜରିଆରେ ଉଦ୍ଧାର ପାଇଁ ନଦୀ ଭିତରକୁ ଯାଇଥିଲେ ।

bus stand baramunda
ବସ୍‌ଷ୍ଟାଣ୍ଡରେ ଦୁଇ ପିଲାଙ୍କୁ ଛାଡ଼ି ଦେଇ ଚମ୍ପଟ ମାରିଲା ବାପା....

ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଅସହାୟ ଅବସ୍ଥାରେ ଭାଇଭଉଣୀ ଉଦ୍ଧାର ହୋଇଛନ୍ତି। ୮ ବର୍ଷର ଭଉଣୀ ସହ ୫ ବର୍ଷର ଭାଇକୁ ଭରତପୁର ପୋଲିସ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଶିଶୁ ଦୁଇଜଣ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ବୋଲି ସୂଚନା ମିଳିଛି

BMC Seals Office Of Judicial Complex
୩ ଦିନ ପାଇଁ ସିଲ୍‌ ହେଲା ଭୁବନେଶ୍ୱର ଜୁଡ଼ିସିଆଲ କମ୍ପ୍ଲେକ୍ସ

ଭୁବନେଶ୍ୱର ଜୁଡ଼ିସିଆଲ କମ୍ପ୍ଲେକ୍ସକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ୩ ଦିନ ପାଇଁ ସିଲ୍‌ କରିଛି। ଆଜିଠାରୁ ୨୬ ତାରିଖ ପର୍ଯ୍ୟନ୍ତ କମ୍ପ୍ଲେକ୍ସ ବନ୍ଦ ରହିବ। ଏହି ସମୟରେ ଏଠାରେ RTPCR ଟେଷ୍ଟ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଖୋଲିବ।  

Minor Girls Seek Monetary Help
ଭୁବନେଶ୍ୱରରେ ବୁଲୁଛନ୍ତି ରାଜସ୍ଥାନର ନାବାଳିକା, ଜୋରଜବରଦସ୍ତ ଲୋକଙ୍କଠୁ ମାଗୁଛନ୍ତି ଟଙ୍କା

ଭୁବନେଶ୍ୱରରେ ବୁଲୁଛନ୍ତି ରାଜସ୍ଥାନର ନାବାଳିକା। କାଗଜ ଦେଖାଇ ଡୋନେସନ୍ ନାଁରେ ମାଗୁଛନ୍ତି ଟଙ୍କା। ନଦେଲେ ଜୋରଜବରଦସ୍ତ ଟଙ୍କା ଦେବାକୁ ବାଧ୍ୟ କରୁଛନ୍ତି। ଏଭଳି କିଛି ଅଭିଯୋଗ ଆଣି ଖଣ୍ଡଗିରି ଥାନାରେ ପହଞ୍ଚିଛନ୍ତି ଅଭିଯୋଗକାରୀ।

CM Naveen Patnaik
ଓଡ଼ିଶାରେ ହେବ ଜୁନିୟର ହକି ବିଶ୍ୱକପ୍‌

ଓଡ଼ିଶାରେ ହେବ ଆଉ ଏକ ବିଶ୍ୱକପ୍ । ହକିରେ କମ୍ପିବ କଳିଙ୍ଗ ଷ୍ଟାଡିୟମ । ଏହି ଷ୍ଟାଡିୟମରେ ଆୟୋଜିତ ହେବ ଜୁନିୟର ହକି ବିଶ୍ୱକପ୍ । ଏଫ୍‌ଆଇଏଚ୍ ଓ ହକି ଇଣ୍ଡିଆର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।

Man whole
ସ୍ମାର୍ଟସିଟିର ସ୍ମାର୍ଟ ରାସ୍ତା, ଛକ ଛକରେ ଛକିଚି ମୃତ୍ୟୁର ଗର୍ତ୍ତ !

ସ୍ମାର୍ଟସିଟିର ସ୍ମାର୍ଟ ରାସ୍ତା । ଛକ ଛକରେ ଛକିଚି ମୃତ୍ୟୁର ଗର୍ତ୍ତ । କେଉଁଠି ମୁକୁଳା ମ୍ୟାନ୍ ହୋଲ୍ ତ କେଉଁଠି ରାସ୍ତା ମଝିରେ ବଡ଼ ଗାଡ଼ । ଫାସ ଏମିତି ଫସିଲେ ବର୍ତ୍ତିବା ମୁସ୍କିଲ୍ ।

Pharmasist
ଡାକ୍ତର ନାହାନ୍ତି, ଏବେ ଫାର୍ମାସିଷ୍ଟ ହିଁ ସାହା ଭରସା

ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉଦ୍‌ବେଗଜନକ ସ୍ଥିତି । ଡାକ୍ତରଙ୍କ ଅନୁପସ୍ଥିତିରେ କାମ ଚଳାଇବେ ଫାର୍ମାସିଷ୍ଟ୍ ! ସେମାନଙ୍କ ହାତରେ ରୋଗୀ ସେବାର ଅଧିକ ଦାୟିତ୍ୱ ।

Kangaroo Court
ପିଲାଙ୍କ କଳି ସମାଧାନ କରୁଛି କଙ୍ଗାରୁକୋର୍ଟ ! ମାଆ ପୁଅଙ୍କୁ ରାସ୍ତାରେ ଆଣ୍ଠୁଆ ବସାଇଲେ

କୌଣସି ଉପାନ୍ତ ଅଞ୍ଚଳ ନୁହେଁ କି ଅନୁନ୍ନତ ଗାଁ ନୁହେଁ । ଖୋଦ୍‌ ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟରେ ହେଉଛି ଫୈସଲା । ଏଭଳି ଏକ ଖବର ସାମ୍ନାକୁ ଆସିଛି ଭୁବନେଶ୍ୱରସ୍ଥିତ ସାଲିହା ସାହି ବସ୍ତିରୁ ।

NCRB
ବିଶେଷଜ୍ଞଙ୍କ ମତ, ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଯୋଗୁଁ ପରିବାରିକ ହିଂସା ବଢ଼ିଛି

ଝାରସୁଗୁଡ଼ା ବ୍ରଜରାଜନଗରରେ ମାଆ ଓ ଦୁଇ ଝିଅଙ୍କ ସନ୍ଦେହଜନକ ମୃତ୍ୟୁ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଛି । ସ୍ୱାମୀ ନିଜ ପତ୍ନୀ ଓ ଦୁଇ ଛୁଆଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି ।

Bhubaneswar Open Drain
ଆଗରୁ କହୁଥିଲେ ୨୭ ଏବେ କହୁଛନ୍ତି ୭୫ଟି ସ୍ଥାନରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଡ୍ରେନ୍ !

ରାଜଧାନୀ ଭୁବନେଶ୍ୱରରେ ୭୫ଟି ସ୍ଥାନରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଡ୍ରେନ୍ ଓ ଜଳବନ୍ଦୀ ସମସ୍ୟା । ଖୋଦ୍ ବିଏମ୍‌ସି ଏହାକୁ ଚିହ୍ନଟ କରିଛି । ଶତାବ୍ଦୀ ନଗର ଡ୍ରେନ୍ ଟ୍ରାଜେଡି ପରେ ପ୍ରଥମ ଥର ଲାଗି ମୁହଁ ଖୋଲି ବିଏମ୍‌ସି କମିଶନର କହିଛନ୍ତି ପ୍ରାକୃତିକ ନାଳକୁ ଘୋଡ଼ାଇବା ଲାଗି ସୁପ୍ରିମ୍ କୋର୍ଟ ଓ NGTର କଟକଣା ଥିବା ବେଳେ ଦୁର୍ଘଟଣା ଘଟିବା ଆଶଙ୍କା ଥିବା ସ୍ଥାନକୁ ଦେଖି ପ୍ରତିକାର ବ୍ୟବସ୍ଥା କରାଯାଉଛି ।

Dharmendra Pradhan
ଜଗନଙ୍କୁ ଧର୍ମେନ୍ଦ୍ରଙ୍କ ପରାମର୍ଶ, କହିଲେ ବିବାଦ ସମାଧାନ ନହେବା ଯାଏଁ ନିର୍ମାଣ କାର୍ଯ୍ୟ ବନ୍ଦ ରହୁ

ଓଡ଼ିଶା-ଆନ୍ଧ୍ର ସୀମା ବିବାଦର ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚିଠିରେ ସେ ୪ଟି ପ୍ରସ୍ତାବ ଦେଇଛନ୍ତି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଦ୍ୱିପାକ୍ଷିକ ଆଲୋଚନା କରନ୍ତୁ ବୋଲି ଧର୍ମେନ୍ଦ୍ର ପ୍ରସ୍ତାବ ଦେବା ସହିତ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରିବାକୁ ମଧ୍ୟ କହିଛନ୍ତି ।

Angel Piu
ଫେସ୍‌ବୁକ୍‌ର ଆଞ୍ଜେଲ ପିୟୁ ଗିରଫ, ଯୁବକଙ୍କୁ ପ୍ରସାଦ ଦେଇ ଘରୁ କରିଥିଲା ଲୁଟ୍‌

ପୋଲିସ କବ୍‌ଜାରେ ଆଞ୍ଜେଲ ପିୟୁ । ଫେସ୍‌ବୁକ୍‌ରେ ଜାଲ ବିଛାଇ ଯୁବକଙ୍କ ଘରୁ ଲୁଟ୍ ଘଟଣାରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଗିରଫ କରିଛି ପୋଲିସ । ଭୁବନେଶ୍ୱର ସହିଦ ନଗର ଥାନା ପୋଲିସ୍ ଉକ୍ତ ଯୁବତୀଙ୍କୁ ଗିରଫ କରିଛି ।

Bhubaneswar Bar
ମଦ ମାଂସ ଓ ଯୁବତୀଙ୍କ ନୃତ୍ୟରେ ରଙ୍ଗୀନ ରାଜଧାନୀର ରାତି, ଉଡୁଛି କୋଭିଡ୍ ନିୟମର ଧଜ୍ଜିଆ

ବିଳମ୍ବିତ ରାତି ଯାଏଁ ଚାଲୁଛି ନାଚଗୀତ, ମଉଜମସ୍ତି । ତେବେ ୧୭ ତାରିଖରେ ରେଡ୍ ପାଇଁ ଯାଇଥିବା ବିଏମ୍‌ସି କର୍ମଚାରୀଙ୍କ ଉପରେ ଆକ୍ରମଣ ପରେ ଆକ୍ସନମୋଡ୍‌ରେ ପୋଲିସ ।

Health Card
କିଏ କାହାର କରୁଛି ନକଲ ? କେନ୍ଦ୍ରର ହେଲ୍‌ଥ ଆଇଡି ଆଗ ନା ରାଜ୍ୟର ବିଜୁ ସ୍ୱାସ୍ଥ୍ୟ କାର୍ଡ ?

କେନ୍ଦ୍ର ସରକାରଙ୍କ ହେଲଥ୍ ଆଇଡି ବନାମ ରାଜ୍ୟ ସରକାରଙ୍କ BSKY ସ୍ମାର୍ଟ କାର୍ଡ । ନ୍ୟାସନାଲ୍ ଡିଜିଟାଲ୍ ହେଲଥ୍ ମିଶନ- NDHM ଅନ୍ତର୍ଗତ ଦେଶର ପ୍ରତ୍ୟେକ ନାଗରିକଙ୍କ ହେଲଥ୍ ଡାଟା ବା ସ୍ୱାସ୍ଥ୍ୟ ଖାତା ପ୍ରସ୍ତୁତ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା ।

Bhubaneswar Open Drain
ମଣିଷଖିଆ ଡ୍ରେନ୍ ସୃଷ୍ଟିକାରୀ କିଏ ? ମୁକୁଳା ଡ୍ରେନ୍‌ ନେଲାଣି ୬ ମୁଣ୍ଡ ? ଦାୟୀ କିଏ ?

ରାଜଧାନୀରେ ମଣିଷଖିଆ ଡ୍ରେନ୍ ସୃଷ୍ଟିକାରୀ କିଏ ? କାହା ପାଇଁ ମୁକୁଳା ଡ୍ରେନ୍‌ରେ ଗଡ଼ିଲାଣି ୬ବର୍ଷରେ ୬ ମୁଣ୍ଡ ? ବରମୁଣ୍ଡା ଡ୍ରେନ୍ ଟ୍ରାଜେଡିକୁ ଆଦୌ ସହଜରେ ଗ୍ରହଣ କରିପାରୁନଥିବା ରାଜଧାନୀବାସୀ ବାରମ୍ବାର ପଚାରୁଛନ୍ତି ଏ ପ୍ରଶ୍ନ ।

Congress Protest
ମୁକୁଳା ଡ୍ରେନ୍ ପ୍ରସଙ୍ଗକୁ ନେଇ କଂଗ୍ରେସର ବିକ୍ଷୋଭ; BMCକୁ ଭର୍ତ୍ସନା

ଭୁବନେଶ୍ୱରର ମୁକୁଳା ଡ୍ରେନ୍ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଆଜି ମାଷ୍ଟର କ୍ୟାଣ୍ଟିନ୍ ଛକରେ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅଶୋକ ପଣ୍ଡା, ବିଏମ୍‌ସି କମିଶନରଙ୍କ ପୋଷ୍ଟର ଜାଳି ପ୍ରତିକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର କଂଗ୍ରେସ ।

Body Recovered Of Jyoti Prakash Behera
ଭୁବନେଶ୍ୱରରେ ଡ୍ରେନ୍‌ ପାଣିରେ ଛାତ୍ର ଭାସିଯିବା ଘଟଣା, ମିଳିଲା ମୃତଦେହ

ଭୁବନେଶ୍ୱରରେ ଡ୍ରେନ୍‌ ପାଣିରେ ଭାସି ନିଖୋଜ ଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ପଞ୍ଚସଖା ନଗର ନିକଟ ଡ୍ରେନରୁ ଏକ ମୃତଦେହ ଉଦ୍ଧାର ହୋଇଥିଲା।