/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651216468.jpg)
ଆମ ପରିଚୟ ସ୍ୱନକ୍ଷତ୍ର ଉତ୍ସବ
ମାନବର ଚରିତ୍ର ଓ ଗୁଣ ହିଁ ତାର ପ୍ରକୃତ ପରିଚୟ। ସମାଜର ଉନ୍ନତି ସାଧନା ଯାହାର ବ୍ରତ, ସେ ହିଁ ପ୍ରକୃତ ସାଧ୍ୱୀ। ଶ୍ରୀଜଗନ୍ନାଥଙ୍କ ପରିଚୟକୁ ନେଇ ଉତ୍କଳର ମାଟିର ଜନ୍ମ। ଆମ ପରିଚୟ ସ୍ୱନକ୍ଷତ୍ର ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ରାଧାବଲ୍ଲଭ ମଠର ମହନ୍ତ ମହାରାଜ ରାମକୃଷ୍ଣ ଦାସ। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ''ଆମ ପରିଚୟ'' ୧୭ତମ ସ୍ୱନକ୍ଷତ୍ର ଉତ୍ସବ ଭୁବନେଶ୍ୱର ସ୍ଥିତ ରାଧାବଲ୍ଲଭ ମଠ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଉତ୍ସବରେ ରାଧାବଲ୍ଲଭ ମଠର ମହନ୍ତ ମହାରାଜ ରାମକୃଷ୍ଣ ଦାସ ଯୋଗଦେଇ ଉଦ୍ଘାଟନ କରିଥିଲେ। ସାମ୍ପ୍ରତିକ ଯୁଗରେ ମଣିଷ ତାର କିପରି ପରିଚୟ ସୃଷ୍ଟି କରିବ, ଏହା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ଅତିଥିଭାବେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଯୋଗଦେଇ ଗଣମାଧ୍ୟମର ଦାୟିତ୍ୱବୋଧ ଉପରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ଜଗନ୍ନାଥ ପ୍ରଚାରକ ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ ଯୋଗଦେଇ ଉତ୍କଳର ପରିଚୟ ଓ ଶ୍ରୀଜଗନ୍ନାଥଙ୍କ ମହିମା ଉପରେ ଆଲୋଚନା କରିଥିଲେ।
ଆମ ପରିଚୟ ସ୍ୱନକ୍ଷତ୍ର ଉତ୍ସବସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଡ ଅଭୟ ମଲ୍ଲିକ, ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ କୁନି ପ୍ରବଚକ କେଶବ ଦାସ ଦ୍ୱିତିକ୍ରିଷ୍ଣା ଯୋଗ ଦେଇଥିଲେ। ଏହି ଅବସରରେ ଡ. ପ୍ରଦୀପ କୁମାର ଚୌଧୁରୀ, ସାହିତ୍ୟିକ ରବିନାରାୟଣ ଦାଶ, ସାମ୍ବାଦିକ ଅମରନାଥ ପରିଡ଼ା, ସାହିତ୍ୟିକ ପରମବ୍ରହ୍ମ ତ୍ରିପାଠୀ, ସମାଜସେବୀ ଅନିଲ ସ୍ୱାଇଁ ଓ ସମାଜସେବୀ ଅମୀୟ ଦାସଙ୍କୁ ଆମ ପରିଚୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ବିଭିନ୍ନ କ୍ଷେତ୍ରରେ ଥିବା ପ୍ରତିଭାଧାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଉତ୍ସବରେ ଆମ ପରିଚୟର ସମ୍ପାଦକ ମହାଦେବ ସେଠୀ ଓ ପ୍ରକାଶକ ମନୋଜ କୁମାର ନାୟକ ଉତ୍ସବକୁ ଆୟୋଜନ କରିଥିଲେ। ମଞ୍ଚ ପରିଚାଳନା ତ୍ରିଲୋଚନ ପାଢୀ ଓ ସଭା ପରିଚାଳନା ପ୍ରସନଜିତ ସାହୁ କରିଥିଲେ। ସୁନିଲ ମାଟିଆ , ରଶ୍ମିକାନ୍ତ ପାଢ଼ୀ, ସୌମ୍ୟ ସଞ୍ଜୀବ ଦାସ , ସୁଶାନ୍ତ ସାହୁ, କୃଷ୍ଣାନନ୍ଦ ସାହୁ, ସହଦେବ ସେଠୀ , ସ୍ମୃତି ରଞ୍ଜନ ଜେନା , ଅଭିଷେକ ଦାସ ଓ ସୌମ୍ୟରଂଜନ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)