/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651123418.jpg)
Arrest 4 In Kidnapping Case
ରାଜଧାନୀରେ ନୂଆ ଆତଙ୍କ । ଧିରେ ଧିରେ ଅପରାଧର ହବ୍ ପାଲଟିଲାଣି ଭୁବନେଶ୍ୱର । ଗତ କିଛି ଦିନ ମଧ୍ୟରେ ରାଜଧାନୀରେ ଲୁଟେରା ଗ୍ୟାଙ୍ଗ ମାତିଥିବାବେଳେ ଏବେ ସାମ୍ନାକୁ ଆସିଛି ଅପରାଧର ଆଉ ଏକ ଚେର । ଯଦି ଆପଣଙ୍କ ପିଲାଙ୍କୁ ବାହାରକୁ ଛାଡୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଏବେ ମାତିଛନ୍ତି ପିଲା ଚୋର । ଆଇସକ୍ରିମ୍ ଦେବାକୁ କହି ଘର ପାଖରୁ ନେଇଯାଉଛନ୍ତି ଦୁର୍ବୃତ୍ତ । ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି ।
ରାଜଧାନୀରେ ଏବେ ମାତିଛନ୍ତି ପିଲା ଚୋର । ପାଖ ପଡ଼ୋଶୀ, ଚିହ୍ନା ଲୋକ ବିଶ୍ୱାସରେ ବିଷ ଦେଇ ପିଲାଙ୍କୁ ନେଉ ଯାଉଛନ୍ତି । ଯାହାର ସଦ୍ୟତମ ଉଦାହରଣ, ଜାଗମରା ଅଞ୍ଚଳରେ ଦେଖିବାକୁ ମିଳିଛି । ସିସିଟିଭିରେ ଏହି ଦୃଶ୍ୟକୁ ଭଲ ଭାବେ ଦେଖନ୍ତୁ....#Bhubaneswar#OTVpic.twitter.com/Sk97c1OjK6
— ଓଟିଭି (@otvkhabar) April 28, 2022
ଭିବନେଶ୍ୱର ଜାଗମରା ଅଞ୍ଚଳରେ ଜଣେ ପୁରୁଷ ଓ ଦୁଇ ଜଣ ମହିଳା ଯୋଜନାବଧ ଭାବରେ ପିଲାଟିକୁ ଆଇସକ୍ରିମ୍ ଦେବାକୁ କହି ଘର ପାଖରୁ ନେଇଥିଲେ । ଅଭିଯୁକ୍ତ ଜଣକ ପଡ଼ୋଶୀ ଥିବାରୁ ପିଲାଟି ମଧ୍ୟ ବିଶ୍ୱାସ କରି ତାଙ୍କ ସହ ପଳାଇଥିଲା । ଆଉ ଏହାପରେ ତାକୁ ସେଠାରୁ ଅପହରଣ କରି ନେଇ ନୟାଗଡ଼ ଓଡ଼ଗାଁ ନେଇ ଯାଇଥିବାର ଜଣାପଡିଛି । ସିସିଟିଭିରେ କେଏଦ୍ ହୋଇଛି ପିଲା ଚୋରିର ପୁରା ଦୃଶ୍ୟ ।
ତେବେ ଏହି ଘଟଣାରେ ଖଣ୍ଡଗିରି ପୋଲିସ୍ ଖୋର୍ଦ୍ଧା ପୁବୁ ସାହି ନିକଟରୁ ଏକ ବସ୍ ଭିତରୁ ଅପହୃତ ପିଲାକୁ ଉଦ୍ଧାର କରିଛି । ଏହାସହ ମାମଲାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାସହ ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)