• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ସୁରତରେ ଓଡିଆ ଯୁବକଙ୍କୁ  ହତ୍ୟା । ଜୀବନ ରାଉତ ନାମକ ଜଣେ ବ୍ୟକ୍ତିଙ୍କୁ ସୁରତରେ ହତ୍ୟା କରାଯାଇଛି । ୨୬ ବର୍ଷୀୟ ଜୀବନ ଏକ ଷ୍ଟାର ହୋଟେଲରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ । ସୋମବାର ହୋଟେଲର ୨୩ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ଯାଇଥିଲେ । ହେଲେ ସେଠାରୁ ସେ ଆଉ ଫେରିନଥିଲେ ।

ତେବେ ପରେ ହୋଟେଲର ବେସମେଣ୍ଟରେ ଏକ ଅଳିଆ ଗଦାରୁ ତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା । ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା । ପୋଲିସ ଜାଣିବାକୁ ପାଇଥିଲା ଯେ, ଏଥିରେ ହାଉସ୍‌ କିପିଂ ମ୍ୟାନେଜରର ହାତ ଥାଇପାରେ । ତେବେ ଏହି ଘଟଣାପରେ ହାଉସ୍‌ କିପିଂ ମ୍ୟାନେଜର ମଧ୍ୟ ଫେରାର ଥିଲା । ପୋଲିସ ଅନକେ ସ୍ଥାନରେ ଚଢ଼ାଉ କରିବା ପରେ ହାଉସ୍‌ କିପିଂ ମ୍ୟାନେଜରକୁ ଗିରଫ କରିଥିଲା । ତାକୁ ପଚରାଉଚରା କରିବା ପରେ ସେ ଅଉ ଜଣେ ସହଯୋଗୀ ସହ ମିଶି ଉକ୍ତ ଓଡ଼ିଆ ଯୁବକ ଜୀବନ ରାଉତକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା ।

ପୋଲିସ ସୂଚନା ଅନୁଯାୟୀ ହାଉସ କିପିଂ ମ୍ୟାନେଜର ଜୀବନକୁ ଷ୍ଟୋର ରୁମକୁ ଡାକି ନେଇଥିଲା । ପୂର୍ବରୁ ଯୋଜନା ମୁତାବକ ସେଠାରେ ଥିବା ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ଛୁରୀ ଭୁଷି ହତ୍ୟା କରିବା ପରେ, ଉଭୟ ଟଙ୍କା ନେଇ ସେଠାରୁ ଫେରାର ହୋଇଯାଇଥିଲେ । ପୋଲିସ ହାଉସ କିପିଂ ମ୍ୟାନେଜରକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ତା ସହଯୋଗୀ ଏବେବି ଫେରାର ଅଛି ।