• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିବାଦ ଥମିବାର ନାଁ ଧରୁନି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଘନଉଛି ରାଜନୀତି । ବୁଧବାର ଭୁବନେଶ୍ୱର ସାଂସଦଙ୍କ ପୁରୀ ଗସ୍ତ ପରେ ଏବେ ରାଜ୍ୟ ରାଜନୀତି ସରଗରମ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏବେ ପୁରା ରାଜ୍ୟ ଉଠୁଛି ପଡ଼ୁଛି । ଏହାରି ଭିତରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର  ଦେଇଛନ୍ତି ବଡ଼ ବୟାନ୍‌ । ସେ କହିଛନ୍ତି ରାଜନୀତି ସରୁ ତା’ପରେ ପୁରୀ ଯାଇ ସ୍ଥିତି ସମୀକ୍ଷା କରିବ ଗୃହ କମିଟି ।

ଗୁରୁବାର କିଛି ଏଭଳି ଢଙ୍ଗରେ ପ୍ରତିକ୍ରିୟା ରଖିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଖୁବଶୀଘ୍ର ବିଧାନସଭା କମିଟି ପୁରୀ ଗସ୍ତ କରିବ । ତାପୂର୍ବରୁ ଯିଏ ଯିଏ ପୁରୀ ବୁଲି ଆସିବା କଥା ଆସନ୍ତୁ ବୋଲି କହିଥିଲେ ବାଚସ୍ପତି । ରାଜନୀତି ସରିବା ପରେ କମିଟି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିବ । କରିଡର ପ୍ରସଙ୍ଗକୁ ନେଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛି, ରିପୋର୍ଟ ବି ନେଉଛି । ଗ୍ରାଉଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ ପରେ ସବିଶେଷ ରିପୋର୍ଟ ଦିଆଯିବ ବୋଲି ବାଚସ୍ପତି ଦୋହରାଇଛନ୍ତି । ତେବେ ବାଚସ୍ପତିଙ୍କ ଏଭଳି ବୟାନ୍‌ ସାଂସଦ ଅପରାଜିତାଙ୍କ ପୁରୀ ଗସ୍ତ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ ଥିଲା ବୋଲି ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।

ସେପଟେ ଅପରାଜିତାଙ୍କ କାର୍ଯ୍ୟକଳାପଠାରୁ କର ଛଡ଼ା ଦେଇ ରହୁଥିବା ପୁରୀ ବିଧାୟକ ଏବେ ସାଂସଦ ମାଡାମ୍‌ଙ୍କ ସହ ସ୍ୱର ମେଳାଇଲେଣି । ବୁଧବାର ଅପରାଜିତାଙ୍କ ପୁରୀ ଗସ୍ତ ପରେ ଗୁରୁବାର ମୁହଁ ଖୋଲିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଢ଼ଙ୍ଗୀ । ସେ କହିଛନ୍ତି ସାଂସଦ ଅପରାଜିତା ଷଢ଼ଙ୍ଗୀ ଯାହା କହିଛନ୍ତି ତାହା ଠିକ୍‌ ।

ବିନା ଅନୁମତିରେ କରିଡର କାମ ହେଉଛି । ବିକାଶ କାମକୁ କେହି ବିରୋଧ କରୁନାହାନ୍ତି । ଅପରାଜିତା ଯାହା କହୁଛନ୍ତି ଠିକ, ବିନା ଅନୁମତିରେ କାମ ଚାଲିଛି । ଏଏସ୍‌ଆଇକୁ ଟାର୍ଗେଟ କରିବା ସହ ପ୍ରତ୍ନତତ୍ତ ବିଭାଗ ତଥା ASIକୁ ବଦମାସ୍ ବୋଲି କହିଛନ୍ତି ଜୟନ୍ତ । ଏହାସହ ASI ଜାଣିକି ସବୁ ହେଉଛି ବୋଲି କହିଛନ୍ତି ପୁରୀ ବିଧାୟକ ।