• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱରର କୁବେର ଜିଆରଏସ୍‌ଙ୍କୁ ଗିରଫ କଲା ଭିଜିଲାନ୍ସ । କଳାରାହାଙ୍ଗ ପଞ୍ଚାୟତ ଜିଆରଏସ୍ ବାବୁଲି ପଢ଼ିଆରିଙ୍କୁ ଆଜି ଗିରଫ କରାଯାଇଛି । ହେଲେ ଗିରଫଦାରୀ ନେଇ ବାବୁଲି କହିଛନ୍ତି, ‘ମୋ ରୋଜଗାର ହ୍ୱାଇଟ୍, ମୁଁ କିଛି ବେଆଇନ କାମ କରିନି । ମୋ ପୈତୃକ ଘର ବିକି ଦାଦା ଓ ପିଉସୀଙ୍କ ଅଂଶ କିଣିଛି ।’ ବାବୁଲି ପଢ଼ିଆରି ଜଣେ ଜିଆରଏସ୍‌ ହୋଇ ମଧ୍ୟ ୫୯ ପ୍ଲଟ୍‌ର ମାଲିକ । ତେବେ ଏହି ସମ୍ପତ୍ତି କେଉଁଠୁ ଆସିଲା, କିଏ ଦେଲା ? ବାବୁଲି ସତ କହୁଛନ୍ତି ନା ମିଛ ? ଏନେଇ ଭିଜିଲାନ୍ସ ତଦନ୍ତ ଚଳାଇଛି ।

ସୂଚନାଯୋଗ୍ୟ, ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତର ବାବୁଲି ପଢ଼ିଆରି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଓ ଅଫିସରେ ଗତକାଲି ରେଡ୍ କରିଥିଲା ଭିଜିଲାନ୍ସ । ରଘୁନାଥପୁର ପୈତୃକ ଘର ଓ କଳାରାହାଙ୍ଗ ଅଫିସ୍ ସମେତ ୬ଟି ସ୍ଥାନରେ ରେଡ୍ କରିଥିଲା । ଏଥିରୁ ଜଣାପଡ଼ିଛି ତାଙ୍କର ୫୯ଟି ପ୍ଲଟ୍‌ ଅଛି । ଏଥି ମଧ୍ୟରୁ ଭୁବନେଶ୍ୱର ପ୍ରାଇମ୍ ଏରିଆରେ ଅଛି ୫୮ଟି ପ୍ଲଟ୍‌ । ଗୋଟିଏ ପ୍ଲଟ ଅଛି କଟକ ବେଲଗଛିଆରେ । ତାସହିତ ରଘୁନାଥପୁରରେ ଗୋଟିଏ ୩ ମହଲା କୋଠା, ଆଉ ଏକ ଘର ଅଛି । ଖାଲି ସେତିକି ନୁହେଁ ଆଶୀର୍ବାଦ ପ୍ଲାଜାରେ ଗୋଟିଏ ଫ୍ଲାଟ ମଧ୍ୟ ରହିଛି । ଏହା ସହିତ ବ୍ୟାଙ୍କ, ଡିପୋଜିଟ୍‌, ବୀମା ଓ ଅନ୍ୟ ଧନ ମଧ୍ୟ ରହିଛି ।