ପୂର୍ବରୁ ଏସବୁ ପ୍ରକଳ୍ପ ନିର୍ମାଣ କରିବା ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ, କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ନିବେଦନ କରିଥିଲେ।
ନିୟମ ଅନୁସାରେ ଦଳୀୟ କାଉନସିଲର ଏଜେଣ୍ଟଙ୍କୁ ଦେଖାଇ ଭୋଟ ଦେବେ । କାହାକୁ ଭୋଟ ଦେଲେ ସଂପୃକ୍ତ ଦଳ ପକ୍ଷରୁ ନିଯୁକ୍ତ ଏଜେଣ୍ଟଙ୍କୁ ଦେଖାଇବେ ।
ବିଜେପି କହିଛି, ବିକାଶକୁ ବିରୋଧ କରାଯାଉନି ଦେଶରେ ସମ୍ବିଧାନ ଅଛି, ଆଇନ୍ ଅନୁସାରେ କାମ ହେବା ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।
ପ୍ରସ୍ତାବିତ ଅଧ୍ୟାଦେଶ ୧୯୫୮ AMASR ଆଇନର ଉଲ୍ଲଙ୍ଘନ କରୁଛି ବୋଲି କହିଲେ କେନ୍ଦ୍ର ସରକାର ।
ବାଉଁଶ ଓ କାଠ ଫାଳିଆରେ ପିଟି ପିଟି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ମାନସ ହତ୍ୟାରେ ବ୍ୟବହୃତ ହୋଇଥିବା ବାଉଁଶ ଓ କାଠ ଫାଳିଆକୁ ଜବତ କରିଛି କ୍ରାଇମବ୍ରାଞ୍ଚ୍ ଟିମ୍ ।
ମଧ୍ୟରାତ୍ରୀରେ ଭୁବନେଶ୍ୱର ଲିଙ୍ଗିପୁର ଅଞ୍ଚଳରେ ଏକ SBI ଏଟିଏମ୍ରୁ ଏଭଳି ଲୁଟ୍ ହୋଇଛି । ମେସିନ୍ ଲୁଟ୍ ପରେ ସେଥିରୁ ସବୁ ଟଙ୍କା ନେଇ ଭଙ୍ଗା ମେସିନଙ୍କୁ ବି ଫିଙ୍ଗି ଦେଇଛନ୍ତି ଲୁଟେରା ।
ବିଜେବି ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ଏନେଇ ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି । ପୋଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଚୁଲିକୁ ଭାଙ୍ଗିଦେଇ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ, ଅତ୍ୟନ୍ତ ଦୁଃଖଦାୟକ । ଭବିଷ୍ୟତରେ ଯେମତି ଏହାର ପୁନରାବୃତ୍ତି ନହେବ ସରକାର ସେଥିପ୍ରତି ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ ।
ତେଲଦରରେ ଲାଗୁନି ବ୍ରେକ୍, ଲଗାତର ବଢ଼ିଚାଲିଛି । ଖାଲି ଭୁବନେଶ୍ୱର ନୁହେଁ, ପୁରୀରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୨୫ ପଇସାରେ କିଣିବାକୁ ପଡ଼ୁଥିବା ବେଳେ ମାଲକାନଗିରିରେ ୧୧୬ ଟଙ୍କା ପାର୍ କଲାଣି ଦର ।
୨୧ କାଉନସିଲରଙ୍କ ମଧ୍ୟରୁ ଏଠି କଂଗ୍ରେସର ୭, ବିଜେପିର ୨ ଓ ସ୍ୱାଧୀନ ୩ଟିରେ ଜିତିଥିବା ବେଳେ ବିଜେଡି ପାଖେ ରହିଛି ୯ଟି ସିଟ୍ । ଅର୍ଥାତ୍ କାହା ପାଖେ ନାହିଁ ବହୁମତ ।
କ୍ରାଇମବ୍ରାଞ୍ଚ ପ୍ରଥମେ ଅଭିଯୁକ୍ତ ଶର୍ମିଷ୍ଠାକୁ ୫ ଦିନ ରିମାଣ୍ଡ ଆଣି ତଦନ୍ତ ଚଳାଇଥିବା ବେଳେ ପୁଣି ଦ୍ୱିତୀୟ ଥର ପାଇଁ ୩ ଦିନ ରିମାଣ୍ଡରେ ନେଇଛି ।
ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତା ବଢ଼ାଇଥିବା ବେଳେ ଦୁର୍ଘଟଣା ହ୍ରାସ କରିବା ଜରୁରୀ ହୋଇ ପଡିଛି । ପରିବହନ ଓ ପୋଲିସ ବିଭାଗ କର୍ମଚାରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ, ପରିବହନ ବିଭାଗ ପ୍ରମୁଖ ସଚିବ, ପୋଲିସ ଡିଜି ପ୍ରମୁଖ ଯୋଗ ଦେଇଥିଲେ ।
ଚଣ୍ଡିଖୋଲ ସ୍ଥିତ ଦ୍ୱିତୀୟ କ୍ୟାମ୍ପସରେ ଗଲା ୨ ବର୍ଷ ହେବ ବିଏସସି ନର୍ସିଂ କୋର୍ସ ଆରମ୍ଭ ହୋଇଛି । ଯାହାର ପରିଚାଳନା ଦାୟିତ୍ୱ ନେଇଛି ଶ୍ରୁଶୃତମ ଚାରିଟେବଲ୍ ଟ୍ରଷ୍ଟ ।
ସରକାରଙ୍କ ପକ୍ଷରୁ ହେଉଥିବା ଏହି ନିର୍ମାଣ କାର୍ଯ୍ୟ ବେଆଇନ୍ ବୋଲି ସେ ବାରମ୍ବାର କହୁଛନ୍ତି । ଏହାସହ ସହ ପ୍ରମାଣ ମଧ୍ୟ ରଖୁଛନ୍ତି ।
‘ଶ୍ରୀମନ୍ଦିର ସହ ମହାପ୍ରଭୁଙ୍କ ମହାପ୍ରସାଦର ରହିଛି ଅନନ୍ୟ ସମ୍ପର୍କ । ରୋଷଘରର ଅବଢ଼ା ପ୍ରସ୍ତୁତ ହେଉଥିବା ଚୂଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ ।
ରବିବାରଠାରୁ ସାରା ରାଜ୍ୟରେ ହଟଚମଟ ଚାଲିଥିବା ବେଳେ ଏବେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ସ୍ୱର ଉଠାଇଛନ୍ତି ।
ଭୁବନେଶ୍ୱର ପଳାଶୁଣୀ ବସ୍ଷ୍ଟାଣ୍ଡ ନିକଟରେ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ରାସ୍ତାପାର୍ ହେଉଥିବା ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଆଜି ସକାଳେ ଏହି ସିରିଜ ଦୁର୍ଘଟଣା ଘଟିଛି।
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଚାନ୍ଦବାଲି JMFCରେ ହାଜର କରି କ୍ରାଇମବ୍ରାଞ୍ଚ ପୁଣିଥରେ ରିମାଣ୍ଡ ପାଇଁ ଆବେଦନ କରିପାରେ ।
୧୯୪୮ରୁ ପ୍ରତିବର୍ଷ ଅପ୍ରେଲ ୧୩ ତାରିଖ ଦିନ, ‘ଭୁବନେଶ୍ୱର ପ୍ରତିଷ୍ଠା ଦିବସ ବା ରାଜଧାନୀ ପ୍ରତିଷ୍ଠା ଦିବସ’ ଭାବରେ ପାଳନ କରାଯାଏ । ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା ।
ବରିଷ୍ଠ IAS ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେସନ ଯିବା ପରେ ପଦ ଥିଲା ଖାଲି ।
ଗୁରୁବାର ପାର୍ଲାମେଣ୍ଟରେ ପୁରୀ ସାଂସଦ ପିନାକୀ ମିଶ୍ର ରଖିଥିବା ତଥ୍ୟକୁ ନେଇ ସୃଷ୍ଟି ହୋଇଛି ହଇଚଇ, ବଢୁଛି ବିରୋଧ । ହେଲେ ଆଜି ନିଜର ସେ ତଥ୍ୟ ସପକ୍ଷରେ ସଫେଇ ଦେଇ ପିନାକୀ କହିଛନ୍ତି- ତାଙ୍କ ମନ୍ତବ୍ୟକୁ ମାତ୍ର କିଛି ଲୋକ ଗ୍ରହଣ କରୁନାହାନ୍ତି ।
ସେଦିନ ଥିଲା ଫେବ୍ରୁୟାରୀ ୭ । ଚାନ୍ଦବାଲି ପଳାସପୁରରୁ ସକାଳୁ ମାନସଙ୍କୁ ଅପହରଣ କରି ଦୟାଲ ଆଶ୍ରମକୁ ଆଣିଥିଲେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ।
୧୦୦ ମିଟର ପରିଧି ଭିତରେ କିଛି ନିର୍ମାଣ ହେଲେ ଡିଜି ASIଙ୍କ ସ୍ପେସାଲ ଅନୁମତି ନିହାତି ଜରୁରୀ । ଏଥିପାଇଁ ଅନୁମତି ଦେବାକୁ NMA ପ୍ରାଧିକୃତ ନୁହଁନ୍ତି ।
କିଛି ବି ମିଛ କହିନାହିଁ । ଯଦି ସତସାହସ ଅଛି ବାଚସ୍ପତିଙ୍କୁ ଜଣାନ୍ତୁ ବୋଲି ପିନାକୀ ଆହ୍ୱାନ ଦେଇଥିଲେ ।
ଭୁବନେଶ୍ୱର ଦୟାଲ ଆଶ୍ରମରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ନେଇ କ୍ରାଇମବ୍ରାଞ୍ଚ ଟିମ୍ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି। ଏହି ସମୟରେ ଶର୍ମିଷ୍ଠା କାନ୍ଦି ପକାଇଥିବା ଜଣାପଡ଼ିଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।