• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି କଂଗ୍ରେସରେ ତୁତୁ-ମେଁମେଁ । ଏଥର କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାଏ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ଦେଖାଦେଇଛି କେଁ । ସୁରଙ୍କ ବିବାଦୀୟ ବୟାନକୁ ନେଇ ପିସିସି ମୁଖିଆ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ କୈଫତ ମାଗିଥିଲେ । ଏହାର ଜବାବରେ ସୁର କହିଲେ, ‘ପିସିସି ସଭାପତିଙ୍କ ଉତ୍ତର ନିଶ୍ଚୟ ଦେବି । ମୁଁ ସେଭଳି କିଛି ବିରାଟ ଭୁଲ୍ କରି ନାହିଁ । ମୁଁ ଯାହା କହିଛି, ପିସିସି ସଭାପତି ନିଜେ ସେୟା କହିଥିଲେ । ଜୟଦେବ ଜେନା ମଧ୍ୟ ଏଭଳି ମନ୍ତବ୍ୟ ଦେଇଥିଲେ ।’ ତେଣୁ ଏନେଇ କୌଣସି କ୍ଷମା ପ୍ରାର୍ଥନା କରିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି ସୁର । ନିରଞ୍ଜନ ଓ ଜୟଦେବ ପ୍ରଥମେ କ୍ଷମା ମାଗନ୍ତୁ, ତାପରେ ସେ ମାଗିବେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ପିସିିସି ସଭାପତି ଚୟନ ପ୍ରସଙ୍ଗରେ ବିବାଦୀୟ ବୟାନ୍‌ ଦେଇଥିଲେ । ସେ କହିଥିଲେ ନବୀନଙ୍କ ଇଚ୍ଛାରେ କଂଗ୍ରେସର ପିସିସି ପରିବର୍ତ୍ତନ ହୁଏ । ଏମିତିକି କଂଗ୍ରେସର ରାଜ୍ୟ ପ୍ରଭାରୀ ମଧ୍ୟ ନବୀନଙ୍କ ଇଚ୍ଛାରେ ପରିବର୍ତ୍ତନ ହୁଏ ବୋଲି ସୁର କହିଥିଲେ ।

ତେବେ ସୁର ରାଉତରାଏ କେଉଁ ପରିସ୍ଥିତିରେ ଏଭଳି ବୟାନ ଦେଲେ ବୋଲି ପିସିସି ମୁଖିଆ ପ୍ରଶ୍ନ କରିଥିଲେ । କେଉଁ ପରିସ୍ଥିତିରେ ଏଭଳି ମନ୍ତବ୍ୟ ଦେଲେ ଶୀଘ୍ର ଉତ୍ତର ଦେବାକୁ ନୋଟିସ୍ କରିଥିଲେ ନିରଞ୍ଜନ । ସୁରଙ୍କ ମନ୍ତବ୍ୟ କଂଗ୍ରେସ ପାଇଁ କ୍ଷତିକାରକ ହେବା ସହ ଭାବମୂର୍ତ୍ତି କ୍ଷୂର୍ଣ୍ଣ ହୋଇଛି ବୋଲି ନିରଞ୍ଜନ ନୋଟିସରେ ଦର୍ଶାଇଛନ୍ତି । ସୁର ବାବୁ ଜଣେ ବରିଷ୍ଠ ବିଧାୟକ ହୋଇ ମଧ୍ୟ କାହିଁକି ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି । ଯାହାକି ଦଳକୁ କ୍ଷତି ସହିବାକୁ ପଡ଼ୁଛି । ଏନେଇ ସୁରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ନିରଞ୍ଜନ ।