/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651389318.jpeg)
Blood-soaked body of a youth found at Ashok Nagar in Bhubaneswar.
ରାଜଧାନୀରେ ବଢ଼ିଚାଲିଛି ହତ୍ୟାକାଣ୍ଡ । ଏବେ ପୁଣି ଏକ ହତ୍ୟା ମାମଲା ସାମ୍ନାକୁ ଆସିଛି । ଭୁବନେଶ୍ୱର ଅଶୋକ ନଗରରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଛଚିନା ଗାଁର ସନ୍ତୋଷ କୁମାର ରାଉତ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ଗତାକିଲ ସନ୍ତୋଷ ଅଶୋକା ମାର୍କେଟରେ ଡ୍ୟୁଟି କରୁଥିଲେ । ରାତିରେ ଡ୍ୟୁଟି ସରିବା ପରେ ତାଙ୍କ ସାଙ୍ଗ ତାଙ୍କୁ ଖାଇବାକୁ ଡାକିଥିଲେ ହେଲେ ସେ ଯିବେ ବୋଲି କହି ଥିଲେ ହେଲେ ଯାଇନଥିଲେ । କିଛି ସମୟ ପରେ ସଥୀ ସିକ୍ୟୁରିଟି ଗାର୍ଡ ଦେଖିବା ବେଳକୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । ସଙ୍ଗେ ସଙ୍ଗେ ସାଥୀ ସେକ୍ୟୁରିଟି ତାଙ୍କୁ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପୋଲିସ ମୃଦଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।
ସେହିପରି ଗତକାଲି ମଧ୍ୟ ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଥିଲା । ଭୁବନେଶ୍ୱର ସହିଦନଗର ଥାନା ବାସୁଆଘାଇରେ ସ୍ୱାମୀ ତାର ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିଲା । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରିଛି । ପାରିବାରିକ କଳହକୁ ନେଇ ଅଭିଯୁକ୍ତ ନିଜ ସ୍ତ୍ରୀକୁ କାହିକିଁ ପିଟିପିଟି ନୃଶଂସ ଭାବେ ହତ୍ୟା କରିଥିବାର ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)