• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବର୍ଷର ରେକର୍ଡ ଭାଙ୍ଗିଲା ତାତି । ପାରଦ ୪୫ ଡିଗ୍ରୀ ଛୁଇଁଛି । ଆଜି ବୌଦ୍ଧର ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ ହୋଇଛି । ବୌଦ୍ଧ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ରାଜ୍ୟରେ ଆହୁରି ୩ ଦିନ ହିଟ୍‌ୱେଭ୍ ସ୍ଥିତି ଜାରି ରହିବ ବୋଲି ଆକଳନ କରାଯାଇଛି । ଏହି ସମୟରେ ରାଜ୍ୟର ଅଧତ୍କାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ।

ଏପରିକି ଆଭ୍ୟନ୍ତର ଓଡ଼ିଶାରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ୨ରୁ ୩ ଡିଗ୍ରୀ ଯଏଁ ତାପମାତ୍ରା ବୃଦ୍ଧି ହେବ । ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ୧୧ଟି ଜିଲ୍ଲା ଲାଗି ହିଟ୍‌ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂଭଭଞ୍ଜ, ଅନୁଗୁଳ, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗିର । ଏହାରି ଭିତରେ ମେ’ ପ୍ରଥମ ସପ୍ତାହରୁ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ଖସିବା ନେଇ ଆକଳନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ମେ’ ପ୍ରଥମ ସପ୍ତାହରୁ କାଳବୈଶାଖୀ ପ୍ରଭାବରେ ଦିନ ତାପମାତ୍ରା କମିବା ସମ୍ଭାବନା ରହିଛି । ରାଜ୍ୟରେ ୨ ଡିଗ୍ରୀ ଯାଏଁ ଖସିପାରେ ତାପମାତ୍ରା ।