Advertisment

ରାଜଧାନୀରେ ମାତିଛନ୍ତି ନକଲି ମୂକ, ବଧିର ଗ୍ୟାଙ୍ଗ; ଟାର୍ଗେଟ୍‌ରେ ହଷ୍ଟେଲ ଓ ମେସ୍‌

ବିଭିନ୍ନ ହଷ୍ଟେଲ, ମେସ୍‌କୁ ଟାର୍ଗେଟ କରି ତାମିଲନାଡୁର ଏହି ଗ୍ୟାଙ୍ଗ ଭୁବନେଶ୍ୱରରେ ଚୋରି କରିବା ସହ ଆତଙ୍କ ଖେଳାଇଛନ୍ତି। ଆଉ ଧରାପଡ଼ିଗଲେ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦେଖାଇ ନାଟକ ଆରମ୍ଭ କରି ଦେଉଛନ୍ତି।

author-image
Rajalaxmi Sahoo
Deaf And Dumb Lootera Gang On Prowl In Bhubaneswar

Deaf And Dumb Lootera Gang On Prowl In Bhubaneswar

ରାଜଧାନୀରେ ମାତିଛନ୍ତି ନକଲି ମୂକ, ବଧିର ଗ୍ୟାଙ୍ଗ। ବିଭିନ୍ନ ହଷ୍ଟେଲ, ମେସ୍‌କୁ ଟାର୍ଗେଟ କରି ତାମିଲନାଡୁର ଏହି ଗ୍ୟାଙ୍ଗ ଭୁବନେଶ୍ୱରରେ ଚୋରି କରିବା ସହ ଆତଙ୍କ ଖେଳାଇଛନ୍ତି। ଆଉ ଧରାପଡ଼ିଗଲେ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦେଖାଇ ନାଟକ ଆରମ୍ଭ କରି ଦେଉଛନ୍ତି। ଗ୍ୟାଙ୍ଗର ୨ ଅଭିଯୁକ୍ତ ପୋଲିସ୍‌ ହାତରେ ଧରାପଡ଼ିବା ପରେ ହଷ୍ଟେଲ ଓ ମେସ୍‌ରେ ଚୋରିର ଗୁମର ଖୋଲିଛି। ଏମାନେ ନକଲି ମୂକ, ବଧିର ପ୍ରମାଣପତ୍ରକୁ ମୋହରା କରି ଚୋରି କରୁଥିଲେ ବୋଲି ଜଣାପଡ଼ିଛି।

Advertisment

ପୋଲିସ୍‌ ହାତରେ ଧରାପଡ଼ିଥିବା ଅଭିଯୁକ୍ତ ଦ୍ୱୟଙ୍କ ନାଁ କ୍ରିଷ୍ଣା। ଆଖି ପିଛୁଳାକେ ଚୋରି କରିବାରେ ଦୁହେଁ ମାହିର। ଏମାନଙ୍କ ନିକଟରୁ ପୋଲିସ ୨୨ଟି ମୋବାଇଲ, ୨ଟି ଲାପ୍‌ଟପ୍, କ୍ୟାମେରା ଓ ଅନ୍ୟ ଯନ୍ତ୍ରାଂଶ ଜବତ କରିଛି। ରାଜଧାନୀର ଗଳିକନ୍ଦିରେ ଏହି ଗ୍ୟାଙ୍ଗର ପୁରୁଷ ଓ ମହିଳା ସଦସ୍ୟ ଚକ୍କର କାଟୁଥିବା ସୂଚନା ମିଳିଛି। ଭୋର ହେଲେ ଏମାନେ ପ୍ଲାନ୍‌ ମୁତାବକ ଲୁଟ୍‌ ଅପରେସନ୍‌ ଆରମ୍ଭ କରି ଦେଉଛନ୍ତି। ଲୋକଙ୍କ ହାତରେ ଧରାପଡ଼ିଗଲେ ନକଲି ମୂକ, ବଧିର ସାର୍ଟିଫିକେଟ ଦେଖାଇ ନାଟକବାଜି ଆରମ୍ଭ କରି ଦେଉଛନ୍ତି। ପୋଲିସର ଯାଞ୍ଚ ବେଳେ ତାମିଲନାଡୁ ସରକାରଙ୍କ ଷ୍ଟାମ୍ପ ଲାଗିଥିବା ସେହି ପ୍ରମାଣପତ୍ର ନକଲି ବୋଲି ଜଣାପଡ଼ିଛି।

ପୂର୍ବରୁ ସହିଦନଗର ଥାନା ଅଞ୍ଚଳରୁ ତାମିଲନାଡୁ ଗ୍ୟାଙ୍ଗ ଧରାପଡ଼ିଥିଲା। ସେମାନଙ୍କ ନିକଟରୁ ୩୫ରୁ ଅଧିକ ସଂଖ୍ୟାରେ ମୋବାଇଲ ଜବତ ହୋଇଥିଲା। ଗ୍ୟାଙ୍ଗର କିଛି ସଦସ୍ୟ ଟ୍ରାଫିକ୍ ଓ ମାର୍କେଟରେ ବୁଲୁଥିବା ବେଳେ, ମହିଳା ସଦସ୍ୟମାନେ ଗଳିକନ୍ଦି ବୁଲି ରେକି କରିଥାନ୍ତି। ପରେ ସୁଯୋଗ ଦେଖି କଳାକନା ବୁଲାଉଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା। 

Advertisment

ଯଦି ଆପଣ କେଉଁ ହଷ୍ଟେଲ କିମ୍ବା ମେସ୍‌ରେ ରହୁଛନ୍ତି, ତା’ହେଲେ ସାବଧାନ ହୋଇଯାଆନ୍ତୁ ନଚେତ୍‌ ଆପଣ ବି ଏହି ଗ୍ୟାଙ୍ଗର ଶିକାର ହୋଇପାରନ୍ତି। ସୁନା ଲୁଟେରା ଓ ଏଟିଏମ୍‌ ଲୁଟେରା ଓ ମେଡିସିନ ଦୋକାନକୁ ଟାର୍ଗେଟ କରୁଥିବା ଲୁଟେରା ପୋଲିସକୁ ନାକେଦମ କରିଥିଲେ। ଏବେ ତାମିଲନାଡୁ ଗ୍ୟାଙ୍ଗ ପୋଲିସ୍‌ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହି ଗ୍ୟାଙ୍ଗର ସଦସ୍ୟଙ୍କୁ ଧରିବା ପୋଲିସ୍‌ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେବେ ଧରାପଡ଼ିଥିବା ନକଲି ମୁକ ବଧିର ଗ୍ୟାଙ୍ଗର ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପୋଲିସ୍‌ ଅଧିକ ପଚରାଉଚରା କଲେ ଆହୁରି ଅନେକ ଗୁମର ଖୋଲିପାରେ ବୋଲି ଜଣାପଡ଼ିଛି। 

(ଭୁବନେଶ୍ୱରରୁ ଆଲୋକ ମହାନ୍ତିଙ୍କ ରିପୋର୍ଟ)

Loot In Bhubaneswar Lootera Gang
Advertisment
Advertisment