ଆଗକୁ ଆଇପିଏସ୍ ସ୍ତରରେ ଅଦଳବଦଳ ହୋଇପାରେ। ତେବେ ଆଜି କରାଯାଇଥିବା ଅଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା ଭଳି ମନେ ହେଉ ନାହିଁ ।
ଷ୍ଟେଟ୍ ଆଥଲେଟିକ୍ ମିଟ୍ରେ ଯୌନ ନିର୍ଯାତନା ଅଭିଯୋଗ। ଜଣେ ନାବାଳକ ଖେଳାଳିଙ୍କୁ କିଛି ସିନିୟର ଖେଳାଳି ଯୌନ ନିର୍ଯାତନା ଦେଇଥିବା ସମ୍ପୃକ୍ତ ନାବାଳକ ଓ ତାଙ୍କ ମା’ ଭୁବନେଶ୍ୱର ଇନ୍ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି।
ରାଜଧାନୀ ଭୁବନେଶ୍ୱରରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ ହୋଇଛି। ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛି।
ରୁକୁଣା ରଥ ଯାତ୍ରା ପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର । ଗତକାଲି ବାବା ଲିଙ୍ଗରାଜଙ୍କ ରୁକୁଣା ରଥ ତିନିମୁଣ୍ଡିଆ ଛକରେ ଅଟକି ଥିବା ବେଳେ, ଆଜି ପୁଣି ରଥଟଣା ଯିବ ।
କାର୍ତ୍ତିକେଶ୍ୱର ରାଉଳଙ୍କ ଶାଳୀଙ୍କ ଘରୁ ଆଜି ନଗଦ ୧ କୋଟି ୪୨ ଲକ୍ଷ ଟଙ୍କା ଜବତ ହୋଇଛି । କାର୍ତ୍ତିକେଶ୍ୱରଙ୍କ ଶାଳୀଙ୍କ ଝୁମ୍ପୁଡ଼ି ଘରୁ କୋଟିଏରୁ ଅଧିକ ଟଙ୍କା ଜବତ ହେବା ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି ।
ଆଜି ବିଏମସି କାର୍ଯ୍ୟାଳୟରେ ଶପଥ ନେଇଛନ୍ତି ନବ ନିର୍ବାଚିତ ମେୟର ସୁଲୋଚନା ଦାସ । ଏହାସହ ୬୭ ଜଣ ନିର୍ବାଚିତ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି ।
ଆଜି ଭୁବନେଶ୍ୱର ମହାନଗର ନିଗମ ଡେପୁରୀ ମେୟର ନିର୍ବାଚନ । ଦିନ ୧୦ଟାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।
ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅପରାହ୍ଣ ୩ଟା ୩୦ରେ ରଥ ରଥ ଟଣା ହେବ । ଯାତ୍ରାପୂଜା ପାଇଁ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ନୀତି ନିର୍ଘଣ୍ଟ ହୋଇଛି ।
ଆଜି ଭୋରରୁ ଭୁବନେଶ୍ୱର ସାଲିଆ ସାହିରେ ଭିଜିଲାନ୍ସ ଟିମ୍ ଚଢଉ କରି ନଗଦ ୧କୋଟି ୪୧ ଲକ୍ଷ ୬୨ ହଜାର ୪ ଶହ ଟଙ୍କା ଜବତ କରିଛି ।
ଗତକାଲି ରାତି ୯ଟାରେ ସୂଚନା ଦେଇ ସକାଳୁ ଉଚ୍ଛେଦ ହେଉଥିବାରୁ ଏହାକୁ ଜୋରଦାର ବିରୋଧ କରିଛନ୍ତି ବ୍ୟବସାୟୀ । ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିବାରୁ ଆକ୍ରୋଶରୁ ଏଭଳି କରାଯାଉଥିବା ଅଭିଯୋଗ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଛନ୍ତି ରାଜ୍ୟରେ ସମସ୍ତେ ପକ୍କା ଘର ପାଆନ୍ତୁ । ଓଡ଼ିଶା ପାଇଁ କେନ୍ଦ୍ର ସରକାର ୮ ଲକ୍ଷ ୧୭ ହଜାର ଘର ଆଲର୍ଟ କରିଛନ୍ତି ।
ଉଚ୍ଛେଦ ପ୍ରତିବାଦରେ ବ୍ୟବସାୟୀ ମାନେ କଟକ-ପୁରୀ ରୋଡର ଝାରପଡ଼ା ଓଭରବ୍ରିଜ ନିକଟରେ ରାସ୍ତାରୋକ କରିଥିଲେ। ଆନ୍ଦୋଳନ ବେଳେ ପୋଲିସ-ଆନ୍ଦୋଳନକାରୀ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।
ପୋଲିସ ଟିମ୍ ସହ ବିଏମ୍ସି ପକ୍ଷରୁ ଉଚ୍ଛେଦ କରାଯାଉଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।
ଭୁବନେଶ୍ୱର ଜୟଦେବ ବିହାର ଓଭର ବ୍ରିଜ ତଳେ ବସ୍ ଦୁର୍ଘଟଣା । ଡିଭାଇଡରରେ ପିଟି ହୋଇ ଓଲଟିଲା ବସ୍ ।
ରାଜଧାନୀରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ନେଇ ବସିଥିବା ଚୁଡାନ୍ତ ସମନ୍ୱୟ ବୈଠକ ଶେଷ ହୋଇଛି ।
ପ୍ରଥମେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଦଳର ସାଧାରଣ ସଂପାଦକମାନଙ୍କ ଆଲୋଚନା, ତାପରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ରାଜ୍ୟ ବିଜେପି ବିଧାୟକଙ୍କ ବୈଠକ ।
ଜଗତସିଂପୁର, ପାରାଦୀପ, ରେଢ଼ାଖୋଲ, ଖରିଆର୍ । ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧୀଙ୍କ ଚକ୍ମା । ସଂଖ୍ୟା ଦୃଷ୍ଟିରୁ ବିଜେଡିର ଅଧିକ କାଉନସିଲର୍ ଥିଲେ ବି ଏସବୁ ସ୍ଥାନରେ ମ୍ୟାଜିକ୍ ନମ୍ବରକୁ ଛୁଇଁ ପାରିନି ।
ଜଗନ୍ର ରୋଷଘର କାଣ୍ଡ ଛାଡ଼ିଯାଇଥିବା ସୁରକ୍ଷା ସଂପର୍କିତ ଅନେକ ପ୍ରଶ୍ନକୁ ନେଇ ଚିନ୍ତିତ ଶ୍ରୀକ୍ଷେତ୍ରବାସୀ । ସେବାୟତଙ୍କ କହିବା କଥା ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସରେ ରଖିବାକୁ ହେଲେ ୧୨୦ଟି ସିସିଟିଭିର ଆବଶ୍ୟକତା ଅଛି ।
ସାଂସଦ ଅପରାଜିତାଙ୍କ ଅନୁରୋଧ କ୍ରମେ ଏହି ଦୁଇ ପ୍ରକଳ୍ପ କାମ ଖୁବ କମ ସମୟ ମଧ୍ୟରେ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିବା ଟ୍ୱିଟ୍ କରି କହିଛନ୍ତି ଅପରାଜିତା ।
ସ୍ୱାଧୀନ ପ୍ରାର୍ଥୀ କାଁ ଭାଁ କବ୍ଜା କରିଥିବା ବେଳେ ବିଜେପି ସ୍ଥିତି ମଧ୍ୟ ଦୟନୀୟ । ଆଉ କଂଗ୍ରେସ କଥା ନକହିବା ଭଲ । ତେବେ ଆସନ୍ତୁ ଜାଣିବା କିଏ କେଉଁଠି କଲା କବ୍ଜା ।
ସିସିଟିଭି ସର୍ଭେଲାନ୍ସରେ ଥିବା ଏଟିଏମକୁ ଦୁର୍ବୃତ୍ତମାନେ କିଭଳି ଭାବେ ତାଡ଼ି ନେଇ ଲକ୍ଷାଧିକ ଟଙ୍କା ଲୁଟ୍ କରିବାରେ ସଫଳ ହେଲେ, ତାହା କମିଶନରେଟ୍ ପୋଲିସ୍ ପାଇଁ ଏକ ଖୋଲା ଚ୍ୟାଲେଞ୍ଜ ହୋଇଛି। ତେବେ ଏହି ଘଟଣାରେ ରାଜସ୍ଥାନରେ ହୋଇଥିବା ଏଟିଏମ୍ ଲୁଟ୍ ଘଟଣାର ଲିଙ୍କ୍ ଥିବା ସନ୍ଦେହ କରାଯାଉଛି।
ଶ୍ରୀଲିଙ୍ଗରାଜ ମନ୍ଦିର ଏକାମ୍ର ପ୍ରକଳ୍ପକୁ ନେଇ ଆଶଙ୍କା। ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ମାଗିଲା ସ୍ପଷ୍ଟୀକରଣ। ଏପଟେ ରାଜ୍ୟ ସରକାରଙ୍କ ଯୁକ୍ତି ଦୁଇଦୁଇ ଥର ସ୍ପଷ୍ଟୀକରଣ ଦେଲୁଣି। ଏଥର ବି ଆଇନ୍ ବିଭାଗ ଉତ୍ତର ରଖିସାରିଛି। କେନ୍ଦ୍ର ରାଜ୍ୟ ତୁ ତୁ ମେ ମେ ଭିତରେ ମନ୍ଦିର ବିକାଶ ଯେଭଳି ବାଧାପ୍ରାପ୍ତ ନ ହେଉ ସେନେଇ ପଦକ୍ଷେପ ନିଆଯାଉ ବୋଲି ମତ ରଖିଛନ୍ତି ସେବାୟତ।
ଇ- ଭେହିକଲର ଚାହିଦା ବଢୁଥିବା ବେଳେ ଅଧିକରୁ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସବ୍ସିଡି ବ୍ୟବସ୍ଥା ।
ସତ ମାନିଲା ଅଭିଯୁକ୍ତ। କହିଲା ସେ ଏକାକୀ ଜଗାର ରୋଷଘର ଚୁଲି ଭାଙ୍ଗିଛି। ସ୍ପି। କହିଛନ୍ତି ଦରକାର ହେଲେ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ। ଏହି ଘଟଣା ପରେ ଏବେ ଶ୍ରୀମନ୍ଦିର ଓ ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରିଛି।
ଶର୍ମିଷ୍ଠା, ନିରଞ୍ଜନ ଚିପ୍ ମାଗିବା ସହ ଉଭୟ ମାନସଙ୍କୁ ମାଡ଼ ମାରିଥିଲେ । ସଂପୂର୍ଣ୍ଣ ଅଫିସରେ ମାଡ଼ ମାରି ସେଠାରୁ ମାନସଙ୍କୁ ଦୟାଲ ଆଶ୍ରମ ନେଇଥିଲେ । ଦୟାଲ ଆଶ୍ରମରେ ମାନସ ଠାରୁ ତାଙ୍କ କ୍ୟାମେରା ଛଡ଼ାଇ ଆଣିଥିଲେ ଶର୍ମିଷ୍ଠା, ନିରଞ୍ଜନ ।