• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସାରା ରାଜ୍ୟରେ ଗ୍ରୀଷ୍ମ ଲହର ଲାଗି ରହିଛି । ପ୍ରଚଣ୍ଡ ତାତିରେ ଆଉଟୁ ପାଉଟୁ ଲୋକେ । ଆଜି ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ । ୪୨ ଡିଗ୍ରୀ ଉପରେ ୧୪ଟି ସହର ଥିବା ବେଳେ ୪୩ ଡିଗ୍ରୀ ଉପରେ ରହିଛି ୯ଟି ସହର । ସେହିଭଳି ୪୪.୫ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ବୋଲି ରେକର୍ଡ କରାଯାଇଛି ।

ତେବେ ଝାରସୁଗୁଡ଼ାରେ ତାପମାତ୍ରା ୪୩.୯ ଡିଗ୍ରୀ ଥିବା ବେଳେ ବଲାଙ୍ଗିରରେ ତାପମାତ୍ରା ୪୩.୮ ଡିଗ୍ରୀ ରହିଛି । ସେହିଭଳି ବାରିପଦାରେ ୪୩.୮ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସୋନପୁରରେ ୪୩.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ଅନୁଗୁଳରେ ୪୩.୧ ଡିଗ୍ରୀ, ସମ୍ବଲପୁରରେ ୪୩.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩ ଡିଗ୍ରୀ ଓ ଦେବଗଡ଼ରେ ୪୨.୮ ଡିଗ୍ରୀ ତାପମାତ୍ରା ରହିଛି । ଏହାସହ ଭୁବନେଶ୍ୱରର ତାପମାତ୍ରା ୩୯.୬ ଡିଗ୍ରୀ ଥିବା ବେଳେ କଟକ ସହରର ତାପମାତ୍ରା ୩୮.୮ ଡିଗ୍ରୀ ରହିଛି ।

ସେପଟେ ଆସନ୍ତା ୨୯ ଯାଏ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମେ’ ମାସର ତାତି ଏପ୍ରିଲ୍ ମାସରେ ଅନୁଭୂତ ହେଲାଣି । ଗତକାଲି ରାଜ୍ୟର ୨୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିବା ବେଳେ ୮ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ DG ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ତାତି ବଢ଼ୁଥିବାରୁ ରାଜ୍ୟରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଯାହା ଦ୍ୱାରା ଦିନ ୧୦ଟା ପରେ ଲୋକଙ୍କ ଘରୁ ବାହାରିବା ମୁସ୍‌କିଲ ହୋଇଗଲାଣି ।

ଏନେଇ ପାଣିପାଗ ବିଭାଗ DG ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ‘ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ଲହରୀ ଅନୁଭୂତି ହେଉଛି । ଆସନ୍ତା ୪ ଦିନ ପାଇଁ ଅର୍ଥାତ ୨୭, ୨୮, ୨୯, ୩୦ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ରହିବ । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ବ୍ୟକ୍ତିଙ୍କ ପାଇଁ ନିଆଯାଉଥିବା ସତର୍କତାମୂଳକ ପଦକ୍ଷେପକୁ ଲୋକେ ମାନିବା ସହ ଏହି ଗ୍ରୀଷ୍ମ ପ୍ରଭାବରୁ ନିଜକୁ ସୁରକ୍ଷିତ ରଖିବା ଉଚିତ୍‌’।