Advertisment

ଅସୁରକ୍ଷିତ ରାଜଧାନୀ, ଭୟଭୀତ ଲୋକେ: ବନ୍ଧୁକ ମୁନ୍‌ରେ ଲୁଟ୍‌, ଲୁଟେରାଙ୍କୁ ଧରିବାରେ ପୋଲିସ୍‌ ଫେଲ୍‌ !

ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। ଲୁଟ୍‌ ଲାଗି ସୁନା ଦୋକାନୀଙ୍କୁ ଫାୟାରିଂ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

author-image
Rajalaxmi Sahoo
undefined

Loot In Bhubaneswar

ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। କେତେବେଳେ ମର୍ଡର ତ ଆଉ କେତେବେଳେ ଲୁଟ୍‌ପାଟ୍‌ କରି ଲୋକଙ୍କୁ ଭୟଭୀତ କରି ରଖିଛନ୍ତି ଦୁର୍ବୃତ୍ତ। ଏଭଳି ଅପରାଧିକ ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଅପରାଧୀଙ୍କୁ ଚେକ୍‌ମେଟ୍‌ ଦେବାକୁ ପୋଲିସ୍‌ ବିଫଳ। ଏଭଳି ସ୍ଥିତିରେ ଖାଲି ରାଜଧାନୀବାସୀ ନୁହଁନ୍ତ ବରଂ ବାହାରୁ ଏଠାକୁ ଆସୁଥିବା ଲୋକ ମଧ୍ୟ ସୁରକ୍ଷିତ ମଣୁ ନାହାନ୍ତି। ଗତକାଲି ରାତିରେ ରାଜଧାନୀରେ ଏମିତି ଏକ ଘଟଣା ଘଟିଛି ଯାହାକୁ ନେଇ ଲୋକେ ଆତଙ୍କିତ। ଲୁଟ୍‌ ଲାଗି ସୁନା ଦୋକାନୀଙ୍କୁ ଫାୟାରିଂ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ଦକ୍ଷିଣମୁଣ୍ଡ ମୁହାଣର ଭଗବାନ ସୁବୁଦ୍ଧି ଓ ତାଙ୍କ ପୁଅ ଲୋକନାଥ ସୁବୁଦ୍ଧି ଯାଆଁଳା ବଜାରରେ ଥିବା ସୁନା ଦେକାନ ବନ୍ଦ କରି ଘରକୁ ଫେରୁଥିଲେ। ଏହି ସମୟରେ ଗାଁ ନିକଟ ନିଛାଟିଆ ଅନ୍ଧାର ରାସ୍ତାରେ ସେମାନଙ୍କ ପାଖରୁ ଲୁଟ୍‌ ପାଇଁ ଦୁର୍ବୃତ୍ତମାନେ ଉଦ୍ୟମ କରିଥିଲେ। ଭଗବାନ ଓ ଲୋକନାଥ ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। 

ଗୋଟିଏ ଗୁଳି ଲୋକନାଥଙ୍କ ଗୋଡ଼ରେ ବାଜିଥିଲା। ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ଭଗବାନ ମଧ୍ୟ ଆହତ ହୋଇଛନ୍ତି। ସେ ମଧ୍ୟ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଘଟଣା ସମ୍ପର୍କରେ ଜାଣିବା ପରେ ଯାଆଁଳା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। 

Advertisment

ଗୁଳିମାଡ଼ ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୂର୍ବରୁ ଏହି ଅଞ୍ଚଳ ଜଟଣୀ ଥାନା ଅଧୀନରେ ଆସୁଥିଲା ଓ ସେଠାରେ ପୋଲିସର ନିୟମିତ ପାଟ୍ରୋଲିଂ ଯେଗୁ  କିଛି ଲୁଟ୍‌ପାଟ୍‌ ହେଉନଥିଲା। ହେଲେ ଏବେ ଏହି ଅଞ୍ଚଳ ନୂତନ କରି ହୋଇଥିବା ଇନଫୋଭେଲି ଥାନା ଅଧିନରେ ଆସିବା ପରଠାରୁ ଏହା ଦ୍ୱିତୀୟ ଘଟଣା। ନିୟମିତ ପାଟ୍ରୋଲିଂ ନ ହେବା ସହ ଷ୍ଟାଫ ଅଭାବ ଏହାର ମୁଖ୍ୟ କାରଣ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।  

....

Loot In Bhubaneswar
Advertisment
Advertisment