• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଥର ସକାଳୁଆ ସ୍କୁଲ । ସକାଳ ୬ଟାରୁ ଆରମ୍ଭ ହେବ ସ୍କୁଲ । ୬ଟାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ୯ଟାରେ ଛୁଟି ହେବ ବୋଲି ସ୍ଥିର କରାଯାଇଛି । ସରକାରଙ୍କ ପକ୍ଷରୁ ଏହି ନୂଆ ନିୟମ ଜାରି କରାଯାଇଛି । ଆସନ୍ତା ମେ’ ୨ ତାରିଖରୁ ଏହି ନିୟମ ଲାଗୁ କରାଯିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ୩ୟରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି ।ସେମାନେ ସକାଳ ୬ରୁ ସ୍କୁଲ ଆସିବେ । ଅନ୍ୟପଟେ ବୋର୍ଡ ଓ କାଉନସିଲ୍ ପକ୍ଷରୁ ଚାଲିଥିବା ପରୀକ୍ଷା ସୂଚୀ ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଛି ।