/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652186939.jpg)
SRC Pradeep Jena
ବାତ୍ୟା ଅସାନି ନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ସଦ୍ୟତମ ସୂଚନା ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଆନ୍ଧ୍ର କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା । କାକିନାଡ଼ା-ବିଶାଖାପାଟଣା ମଝାମଝି ସ୍ଥଳଭାଗ ଛୁଇଁ ଛୁଇଁ ଯାଇପାରେ ବୋଲି ରିପୋର୍ଟ କହୁଛି । ସ୍ଥଳଭାଗ ଛୁଇଁ ଛୁଇଁ ଯିବା ପରେ ପୁଣି ସମୁଦ୍ରକୁ ରିକର୍ଭ କରିପାରେ ଅସାନୀ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।
ସମୁଦ୍ରକୁ ପୁଣି ପଶିବା ପରେ ଦୁର୍ବଳ ହୋଇ ଡିପ୍ ଡିପ୍ରେସନରେ ପରିଣତ ହେବ । ବର୍ତ୍ତମାନ ଆକଳନ ଅନୁସାରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁନପାରେ । ୧୩ ତାରିଖ ସକାଳ ପର୍ଯ୍ୟନ୍ତ ବାତ୍ୟା ଓଡ଼ିଶା ଉପକୂଳ ପହଞ୍ଚିବ ନାହିଁ । ୧୩ ସକାଳ ବେଳକୁ ବାତ୍ୟା ପୂରା ଦୁର୍ବଳ ହୋଇସାରିଥିବ ବୋଲି ଆଶା କରାଯାଉଥିବା ନେଇ ସୂଚନା ଦେଇଛନ୍ତି ଏସ୍ଆର୍ସି ପ୍ରଦୀପ ଜେନା ।
ତେବେ ବାତ୍ୟା ପ୍ରଭାବରେ ଆସନ୍ତାକାଲି କୋରାପୁଟ, ଗଜପତି, ଗଂଜାମରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ । ପରିସ୍ଥିତି ଦେଖି ଓଡ୍ରାଫ୍ ଓ ଅଗ୍ନିଶମ ମୁତୟନ ପରିବର୍ତ୍ତନ ହୋଇଛି । ମାଲକାନଗିରିକୁ ୨ଟି, କୋରାପୁଟକୁ ୬ଟି ଓଡ୍ରାଫ୍ ଟିମ୍ ପଠାଯାଇଛି । ସେହିଭଳି ଗଂଜାମକୁ ୬ଟି, ଗଜପତିକୁ ୩ଟି ଓ ରାୟଗଡ଼ାକୁ ୩ଟି ଟିମ୍ ପଠାଯାଇଛି ।
ଅନ୍ୟପଟେ ଏବେ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ, ବାତ୍ୟା ଅସାନି ସମୁଦ୍ରରେ ଘଣ୍ଟାକୁ ୨୫ କିମି ବେଗରେ ଗତି କରୁଛି । ଏବେ ଆନ୍ଧ୍ରର କାକିନାଡ଼ା ଠାରୁ ୨୧୦ କିମି ଦୂରରେ ବାତ୍ୟା କେନ୍ଦ୍ରୀଭୂତ ରହିଛି । ବିଶାଖାପାଟଣାରୁ ୩୧୦, ଗୋପାଳପୁରରୁ ୫୩୦, ପୁରୀରୁ ୬୩୦ କିମି ଦୂରରେ ରହିଛି । ଆସନ୍ତାକାଲି ସକାଳ ସୁଦ୍ଧା କାକିନାଡ଼ା-ବିଶାଖାପାଟଣା ମଝିରେ ଊପକୂଳ ପାଖାପାଖି ହେବ । କ୍ରମେ ଏହା ଦିଗ ବଦଳାଇ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଗତି କରିବ । ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପାଖାପାଖି ଗତି କରିବ ବାତ୍ୟା ଅସାନି । ଆସନ୍ତାକାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାରୁ ବାତ୍ୟାକୁ ଓ ୧୨ରେ ଅବପାତକୁ ଖସିବ ଅସାନୀ ।
ତେବେ ବାତ୍ୟା ଅସାନି ମୁକାବିଲା ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ବୈଠକ ବସିଛି । କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲାଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ହୋଇଥିଲା । ଏଥିରେ ମୁଖ୍ୟ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରମୁଖ ବୈଠକରେ ସାମିଲ ଥିଲେ । IMD ତଥ୍ୟ ଅନୁସାରେ ରାଜ୍ୟ ପୂରା ପ୍ରସ୍ତୁତ ଥିବା ଜଣାଇଛନ୍ତି ମୁଖ୍ୟ ସଚିବ । କୋରାପୁଟ, ମାଲକାନଗିରି, ଗଂଜାମ, ରାୟଗଡ଼ା, ଗଜପତିକୁ ହାଇଆଲର୍ଟ କରାଯାଇଛି । ଉପକୂଳ ଜିଲ୍ଲାମାନଙ୍କୁ ବି ଆଲର୍ଟ କରାଯାଇଥିବା ଜଣାଇଛନ୍ତି ମୁଖ୍ୟ ସଚିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)