• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମିଛ ଧରା ପଡ଼ିବା ପରେ ବି ସୁଧୁରିବାର ନାଁ ଧରୁନାହାନ୍ତି ସରକାର । ପୁଣି ଥରେ ସରକାରଙ୍କ ଭୁଲ ଘୋଡ଼ାବାକୁ ଚେଷ୍ଟା କରିଛନ୍ତି  ପୁରୀ ସାଂସଦ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ସେ କହିଛନ୍ତି, NMAର ଏନ୍ଓସିରେ କାମ ହେଉଛି । ASI ଅନୁମତି ଦେଇଥିବା କେବେ କହିନୁ । ହାଇକୋର୍ଟ ନିର୍ମାଣ ଉପରେ ରହିତାଦେଶ ଦେବାକୁ ମନା କରିଛନ୍ତି । ଯାହା କିଛି ହେଉଛି ଆଇନର ପରିସର ଭିତରେ ହେଉଛି । ରିସେପସନ୍ କାଉଣ୍ଟର ରେଗୁଲେଟେଡ୍‌ ଏରିଆକୁ ସ୍ଥାନାନ୍ତର ହେବ । ଯାହା ବି ହେବ ସଠିକ୍‌ ଅନୁମତିରେ ହେବ ।

ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ବା ସମାଲୋଚନା କରୁଛନ୍ତି, ସେମାନେ ସାମାନ୍ୟତମ ଆଇନର ଜ୍ଞାନ ହାସଲ କରନ୍ତୁ । ନ୍ୟୁଜ୍‌ରେ ରହିବାକୁ ଚେଷ୍ଟା ନ କରନ୍ତୁ ବୋଲି କହିଛନ୍ତି ସାଂସଦ ପିନାକୀ ମିଶ୍ର । କେଉଁଠି ଲେଖା ହୋଇଛି ଥରେ DPR ହେଲେ ବଦଳିବନି ? କେତେ ଗାତ ଖୋଳା ହେବ ମୁଁ କି ସମ୍ବିତ ପାତ୍ର କହିଲେ ହେବନି । ସିଭିଲ ଇଞ୍ଜିନିୟରଙ୍କ ପରାମର୍ଶରେ ଗାତ ଖୋଳାଯାଉଛି । ଯାହାର ସମସ୍ୟା ଅଛି ହାଇକୋର୍ଟ, ସୁପ୍ରିମକୋର୍ଟ ଯାଆନ୍ତୁ ବୋଲି କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ରାଜ୍ୟ ସରକାର ନିୟମକୁ ଉଲଂଘନ କରି କାମ ଚଳାଇବା ଦୁର୍ଭାଗ୍ୟ ଜନକ । ଗୃହ କମିଟି ଗଠନ କରାଯାଇଥିଲେ ମଧ୍ୟ କମିଟି ଏପର୍ଯ୍ୟନ୍ତ ପ୍ରକଳ୍ପ ବୁଲି ଦେଖିନି ।  ଏଏସଆଇ ଅନୁମତି ଦେଇନଥିବା ସ୍ୱୀକାର କରିଛି । କିଛି ଅଞ୍ଚଳ ଅଛି ଯେଉଁଠି ଅନୁମତି ର ଆବଶ୍ୟକତା ନାହିଁ । ସେଠାରେ ମଧ୍ୟ କାମ ଚାଲିଛି । ହାଇକୋର୍ଟ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ଉଚିତ ଥିଲା । ଗୃହ କମିଟି ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରୁ ବୋଲି ବାଚସ୍ପତିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବୋଲି କହିଛନ୍ତି ନରସିଂହ ।

ସେହିଭଳି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଏଏସଆଇର ସତ୍ୟପାଠ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ରାଜ୍ୟ ସରକାର କଳା ପାହାଡିଆ ମାନସିକତା ଛାଡି ଭୁଲକୁ ସ୍ୱୀକାର କରନ୍ତୁ ବୋଲି ସେ କହିଛନ୍ତି । ଏଥିସହ ସରକାର ନିଜର ଅହଂକାର ପରିତ୍ୟାଗ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଯଦି ଆମର ବିଶ୍ୱ ସ୍ତରୀୟ ଐତିହ୍ୟ ନଷ୍ଟ ହୁଏ, ତେବେ ଭବିଷ୍ୟତ କ୍ଷମା ଦେବ ନାହିଁ ବୋଲି ସମ୍ବିତ ପାତ୍ର ଟ୍ୱିଟ୍ କରିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଚାଲିଥିବା ନିର୍ମାଣ କାମ ପାଇଁ ବୈଧ ଅନୁମତି ନଥିଲା । ପ୍ରକଳ୍ପ କାମ କିମ୍ବା ସୌନ୍ଦର୍ଯ୍ୟକରଣକୁ ବିରୋଧ କରାଯାଉ ନାହିଁ । କିନ୍ତୁ ଏଥିପାଇଁ ଆଇନର ପରିଧି ଭିତରେ କାମ ହେବା ଆବଶ୍ୟକ । ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ DPR ଦାଖଲ କରାଯାଇଛି । ଏଥିସହ ଏଏସଆଇ ରିପୋର୍ଟରେ ଖନନ ସ୍ଥାନରେ ଐତିହ୍ୟ କିର୍ତ୍ତୀରାଜି ନଷ୍ଟ ହୋଇଥିବା ଆଶଙ୍କା କରାଯାଇଛି । ଏହା ପ୍ରତ୍ୟେକ ଓଡିଆଙ୍କ ପାଇଁ ଦୁଃଖର ଦିନ। ନିର୍ମାଣ ସମୟରେ ଐତିହ୍ୟ କିର୍ତ୍ତୀରାଜି ନଷ୍ଟ ହୋଇଥିବା ହାଇକୋର୍ଟ ଉପଲବ୍ଧି କରିଥିବା ସମ୍ବିତ ପାତ୍ର କହିଛନ୍ତି ।