• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଏଥର ସାଧାରଣ ପିଲାଙ୍କ ପରି ଦିବ୍ୟାଙ୍ଗ ପିଲା ବି ପାର୍କରେ ଖେଳିବେ ବୁଲିବେ । ଦିବ୍ୟାଙ୍ଗଙ୍କ ପାଇଁ ଭୁବନେଶ୍ୱରରେ ଖୋଲିଲା ପାଇଁ ସ୍ୱତନ୍ତ୍ର ପାର୍କ । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ସହିଦନଗରରେ ଉଦଘାଟିତ ସେନସୋରି ପାର୍କରେ ଦିବ୍ୟାଙ୍ଗ ପାଇଁ ସବୁ ଅତ୍ୟାଧୁନିକ ସୁବିଧା ସୁଯୋଗର ବ୍ୟବସ୍ଥା ରହିଛି । ଭିନ୍ନକ୍ଷମ ଶସକ୍ତି କରଣ ମନ୍ତ୍ରୀ ଏହି ପାର୍କର ଉଦଘାଟନ କରିଛନ୍ତି ।

୧ ଏକର ଜାଗାରେ ୧ କୋଟି ବ୍ୟୟରେ ନିର୍ମିତ ଏହି ପାର୍କରେ ଦିବ୍ୟାଙ୍ଗ ପିଲାମାନେ ଖେଳକୁଦ, ମନୋରଂଜନ ସହ ଥେରାପି ନେଇ ପାରିବେ । କେବଳ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ଏହି ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ଏକ ସ୍ୱତନ୍ତ୍ର ଏଜେନ୍ସିକୁ ଦିଆଯାଇଛି । ଏହା ଦେଶର ପ୍ରଥମ ଦିବ୍ୟାଙ୍ଗ ପାର୍କ ହୋଇଥିବା ବେଳେ, ସବୁ ବର୍ଗର ଦିବ୍ୟାଙ୍ଗଙ୍କ ସୁବିଧାସୁଯୋଗକୁ ଦିଆଯାଇଛି ।

କେବଳ ଖେଳକୁଦ ଉପରେ ବିଶେଷ ଧ୍ୟାନ ନୁହେଁ ମାନସିକ ବିକାର ଗ୍ରସ୍ତ ପିଲାମାନେ ଏଠି ସମୟ ବିତାଇ ପାରିବେ । ସମସ୍ତ ଖେଳକୁଦ ସାମଗ୍ରୀ ଓ ମନୋରଂଜନ ଉପକରଣ ଗୁଡିକ ପିଲାଙ୍କ ସୁରକ୍ଷାକୁ ଆଖିରେ ରଖି ତିଆରି କରାଯାଇଛି । ଏପରିକି ପିଲାମାନେ ଖୋଳକୁଦ ବେଳେ ପଡିଲେ ବି ଆଘାତ ନହେବା ପାଇଁ ସମ୍ପୂର୍ଣ୍ଣ ପଡିଆରେ ସଫ୍ଟ ସିଂଥେଟିକ ଲାଇନିଂ ବିଛାଯାଇଛି ।

ସୂଚନା ଅନୁସାରେ, ସେନ୍ସ ମାଧ୍ୟମରେ ଖେଳକୁଦ କରିବାର ସୁଯୋଗ ଆଣିଛି ସେନସୋରି ପାର୍କ । ୨୦୧୮ ମସିହାରେ ପାର୍କ ପାଇଁ ଶୁଭ ଦିଆଯାଇଥିବାବେଳେ, ପ୍ରଥମେ ଜମିଜମା ମାମଲାକୁ ନେଇ କାମ ବନ୍ଦ ରହିଥିଲା । ପରେ କୋଭିଡ ଯୋଗୁଁ ବିଳମ୍ବ ହୋଇଥିବାବେଳେ ଗତ ଦୁଇ ବର୍ଷ ପରେ ଏହାର ଉଦଘାଟନ ହୋଇଛି ।

ଏହି ପାର୍କରେ ହୁଇଲ ଚେୟାର ସୁଇଂ, ଟୁ ସିଟର ସୁଇଂ, ବକେଟ ସୁଇଂ, ମଲ୍ଟି ଲାଇନ ସୁଇଂ, ସ୍ପ୍ରିଂଗ ରାଇଡ଼ର, ମ୍ଯୁଜିକାଲ ପୋଲ, ଡ୍ରମ୍ ଟ୍ରାକ, ସାଉଣ୍ଡ ପ୍ଲେ, ମେରି ଗୋ ରାଉଣ୍ଡ ଭଳି ଅନେକ ଉପକରଣ ରହିଛି। ଦୃଷ୍ଟିହୀନ ପିଲାଙ୍କ ପାଇଁ ବାଦ୍ୟ ଯନ୍ତ୍ର, ବ୍ରେଲି କାନ୍ଥ, ହୁଇଲ ଚେୟାର ସହ ଦୋଳି ଝୁଲିବା ଭଳି ବ୍ୟବସ୍ଥା ମଧ୍ୟ ହୋଇଛି ।