• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଇଡି ରେଡ୍ ନେଇ ଖଣି ମାଲିକ ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ରଖିଛନ୍ତି ପ୍ରତିକ୍ରିୟା । ବିଡି ପଟ୍ଟନାୟକଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା । ବିଡି ପଟ୍ଟନାୟକଙ୍କ ମୁଁ ଲିଗାଲ ହାୟର, ତେଣୁ ଏଠି ଯାଞ୍ଚ କରୁଥିଲେ । ଯାଞ୍ଚ ବେଳେ ଘରୁ ୫୫ ଲକ୍ଷ ଓ ଅଫିସ୍‌ରୁ ୧୪.୫ ଲକ୍ଷ ଟଙ୍କା ମିଳିଥିଲା । ଏତେ ପରିମାଣର ନଗଦ ଟଙ୍କା କେଉଁଠୁ ଆସିଲା ବୋଲି ପଚାରିଲେ ।

ତେବେ ଏହା ପେଟ୍ରୋଲ ପମ୍ପରୁ ଆଦାୟ ହୋଇଥିବା ଟଙ୍କା ଏବଂ ଘରଭଡ଼ାରୁ ମିଳିଥିବା ନେଇ ଇଡିକୁ ଜଣାଇଥିବା କହିଛନ୍ତି ଜିତୁ ପଟ୍ଟନାୟକ । ସେ ଆହୁରି କହିଛନ୍ତି ୧୩୦ କୋଟି ଫିକ୍ସଡ୍‌ ଡିପୋଜିଟ୍‌ କଥା ମଧ୍ୟ ପଚାରିଲେ । ତା’ର ଉତ୍ତର ମଧ୍ୟ ମୁ ଦେଇଛି । ବ୍ଲାକ ମନି କେହି ବ୍ୟାଙ୍କରେ ରଖେନି, ହ୍ୱାଇଟ୍‌ ମନି ହିଁ ରଖାଯାଏ । ମୋର କିଛି ବ୍ଲାକ ମନି ନାହିଁ, ସବୁ ହ୍ୱାଇଟ୍ । ସର୍ବାଧିକ ଆୟକର ଦେଉଛି । ୨୨ ତାରିଖରେ କାଗଜପତ୍ର ସହ ପ୍ରମାଣ ଦେବାକୁ ସେମାନେ କହିଛନ୍ତି ବୋଲି ଜିତୁ ପଟ୍ଟନାୟକ କହିଛନ୍ତି ।

ସୂଚନାଯୋଗ୍ୟ, ଖଣି ମାଲିକ ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଗତ ୧୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ଚଢ଼ଉ କରିଥିଲା । ପରେ ଆକ୍ସନ୍‌ ମୁଡ୍‌ରେ ଆସିଥିଲା ଇଡି । ପାଖାପାଖି ୧୩୩ କୋଟି ଟଙ୍କା ଜମା ରାଶିକୁ ସିଜ୍ କରିବା ସହ ୬୯ ଲକ୍ଷ ଟଙ୍କାର କ୍ୟାସ୍‌ ମଧ୍ୟ ଜବତ କରିଛି ଇଡି । 

ମନି ଲଣ୍ଡ୍ରିଂ ମାମଲାରେ ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭୁବନେଶ୍ୱରର ୨ଟି ଓ କେନ୍ଦୁଝର ଜିଲ୍ଲା ଯୋଡ଼ାର ୨ଟି ସ୍ଥାନରେ ଚଢ଼ଉ କରିଥିଲା । ଜିତୁ ପଟ୍ଟନାୟକଙ୍କ ଖଣିରୁ ବେଆଇନ ଖଣିଜ କାରବାର ହୋଇଥିବା ନେଇ ଅଭିଯୋଗ ଥିବାରୁ ଏହି ଚଢ଼ଉ କରାଯାଇଥିଲା । ।