/odishatv-khabar/media/post_attachments/uploadimage/library/16_9/16_9_0/Encounter_1652321747.jpg)
Encounter
ରାଜଧାନୀରେ ପୋଲିସ୍-ଅପରାଧୀ ମୁହାଁମୁହିଁ । ପୋଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ ହୋଇଥିବାର ସୂଚନା ମିଳିଛି । ଗତକାଲି ମଧ୍ୟରାତିରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଏନ୍କାଉଣ୍ଟର ହୋଇଛି । ପୋଲିସ୍ର ସୂଚନା ମୁତାବକ, ଚକରାକୁ ଧରିବାକୁ ଯାଇଥିବା ବେଳେ ବୋମାମାଡ଼ ହୋଇଥିଲା । ଚକରା ଓ ତା ସହଯୋଗୀ ପୋଲିସ୍ଙ୍କୁ ଦେଖି ବୋମାମାଡ଼ କରିଥିଲେ । ଏହାର ଜବାବରେ ପୋଲିସ୍ ଏନ୍କାଉଣ୍ଟର କରିଥିଲା । ଏଥିରେ ଚକରାର ଡାହାଣ ଗୋଡ଼ରେ ଗୁଳି ବାଜିଥିବାର କୁହାଯାଉଛି ।
Advertisment
ଆହତ ଅବସ୍ଥାରେ ଚକରାକୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାସହ ଦୁଇ ଜଣ ପୋଲିସ୍ ଅଧିକାରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ବୋମା, ବନ୍ଧୁକ ସମେତ ଏକ କାର୍କୁ ଜବତ କରାଯାଇଛି । ଘଟଣାସ୍ଥଳରୁ ଫେରାର ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ୍ ଖୋଜୁଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)