Advertisment

ରାଜଧାନୀରେ ପୁଣି ମାତିଲେ ମୂର୍ତ୍ତି ଚୋର, ମନ୍ଦିର ଗ୍ରୀଲ୍ କାଟି ଅଷ୍ଟଧାତୁ ମୂର୍ତ୍ତି ନେଇଗଲେ

ରାଜଧାନୀ ଭୁବନେଶ୍ୱରରେ ପୁଣି ମାତିଲେ ମୂର୍ତ୍ତି ଚୋର। ମନ୍ଦିର ଗ୍ରୀଲ୍  କାଟି ଦୁର୍ବୃତ୍ତମାନେ ମୂର୍ତ୍ତି ଚୋରି କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Temple Idols Theft Case In Bhubaneswar

Temple Idols Theft Case In Bhubaneswar

ରାଜଧାନୀ ଭୁବନେଶ୍ୱରରେ ପୁଣି ମାତିଲେ ମୂର୍ତ୍ତି ଚୋର।  ଭୁବନେଶ୍ୱର ଉପକଣ୍ଠ ଟଙ୍କପାଣି ମନ୍ଦିରରୁ ୮ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିର ଗ୍ରୀଲ୍  କାଟି ଦୁର୍ବୃତ୍ତମାନେ ମୂର୍ତ୍ତି ଚୋରି କରିଛନ୍ତି। ରାଜ୍ୟ ବାହାରେ ଏହି ଅଷ୍ଟଧାତୁ ମୂର୍ତ୍ତିର ଚାହିଦା ଥିବାରୁ ଏଭଳି ଚୋରି ସଂଖ୍ୟା ବଢୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Advertisment

ଚୋରି ନେଇ ଖବର ପାଇବା ପରେ ବାଲିଅନ୍ତା ପୋଲିସ ମନ୍ଦିରକୁ ଯାଇ ଅନୁଧ୍ୟାନ କରିଛି। ୬ ମାସ ମଧ୍ୟରେ ବାଲିଅନ୍ତା ଥାନା ଭିଙ୍ଗାରପୁର ଗୋପୀନାଥ ଦେବ ମନ୍ଦିରରୁ ୧୫ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିବା ବେଳେ ବାଳକାଟି ବାଲୁଙ୍କେଶ୍ୱର ମନ୍ଦିରରୁ ୨ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା।

ସେହିପରି ସପ୍ତାହେ ପୂର୍ବରୁ ଲଖଣ୍ଡେଶ୍ୱର ମନ୍ଦିରରୁ ୫ଟି ଅଷ୍ଟଧାତୁ ମୂର୍ତ୍ତି ଓ ଯାଦବ ନୃସିଂହନାଥ ମନ୍ଦିରରୁ ୨ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି।  

Advertisment
Temple Idol Theft Case
Advertisment
Advertisment