• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟସଭା ନିର୍ବାଚନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଖାଲି ହେଉଥିବା ୩ଟି ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । କାର୍ଯ୍ୟକାଳ ସରୁଥିବା ୩ ସଦସ୍ୟଙ୍କ ସ୍ଥାନ ପୂରଣ ପାଇଁ ହେବ ନିର୍ବାଚନ । ଏନ୍. ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରୁଛି । ନିର୍ବାଚନ ପାଇଁ ମେ’ ୨୪ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ମେ’ ୩୧ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ କରାଯାଇ ପାରିବ । ଜୁନ୍ ୧ ତାରିଖରେ ନାମାଙ୍କନ ଯାଞ୍ଚ, ୩ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି । ଆବଶ୍ୟକ ହେଲେ ଜୁନ୍ ୧୦ ତାରିଖରେ ହେବ ଭୋଟ ଗ୍ରହଣ । ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ହେବ ଭୋଟ ଗ୍ରହଣ । ଜୁନ୍ ୧୦ ତାରିଖ ଅପରାହ୍ନ ୫ଟାରେ ହେବ ଭୋଟ ଗଣତି ।

ପ୍ରସନ୍ନ ଆଚାର୍ଯ୍ୟ, ଭାସ୍କର ରାଓ ଏବଂ ସସ୍ମିତ ପାତ୍ର । ସାଂସଦ ଭାବେ ଏହି ତିନି ଜଣଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଛି । ରାଜ୍ୟସଭାର ମୋଟ ୭୨ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମାର୍ଚ୍ଚ ୩୧ ତାରିଖରେ ସେମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେମାନଙ୍କ ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ସମ୍ବୋଧନ ଦେଇଥିଲେ ଯେ, ସେମାନଙ୍କ ଅଭିଜ୍ଞତା ଦ୍ୱାରା ସଂସଦ ବହୁତ ଲାଭବାନ ହୋଇଛି । 

ସେମାନେ ପୁଣି ଥରେ ଉଚ୍ଚ ସଦନକୁ ଆସିବା ଉଚିତ । ଯେଉଁମାନଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସର ପି.ଚିଦାମ୍ବରମ, ଜୟରାମ ରମେଶ, ବିଜେପିର ନିର୍ମଳା ସୀତାରମଣ, ପୀୟୁଷ ଗୋୟଲ, ସୁବ୍ରମଣ୍ୟମ ସ୍ୱାମୀ, ରୁପା ଗାଙ୍ଗୁଲି, ଏମ୍‌ ଜେ ‌ଆକ୍‌ବର । ସେହିପରି କ୍ରୀଡ଼ାବିତ ମ୍ୟାରିକମ୍‌ଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି ।