• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶାକୁ ନାହିଁ ବାତ୍ୟା ଭୟ । ଓଡ଼ିଶାରେ ବାତ୍ୟା କୌଣସି କ୍ଷୟକ୍ଷତି କରିବ ନାହିଁ । ବାତ୍ୟା ଅପଡେଟ ନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ବାତ୍ୟା ଏବେ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିଛି । ଆଉ ଅଳ୍ପ ସମୟ ପରେ ସ୍ଥଳଭାଗ ଛୁଇଁବ ବାତ୍ୟା । କାକିନାଡ଼ା-ନର୍ସପୁର ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା । ସ୍ଥଳଭାଗରେ କିଛି ସମୟ ଗତି କରିବା ପରେ ଦିଗ ବଦଳାଇବ । କାଲି ସକାଳ ସୁଦ୍ଧା ସମୁଦ୍ରକୁ ପୁଣି ପଶି ଉପକୂଳ ଦେଇ ଗତି କରିବ । ସମୁଦ୍ରକୁ ପୁଣି ଫେରିବା ବେଳକୁ ଅବପାତରେ ପରିଣତ ହୋଇଥିବ ।

ବାତ୍ୟା ନେଇ ଓଡ଼ିଶାରେ କିଛି ବିପଦ ଆଶଙ୍କା କରୁନାହୁଁ । କେବଳ କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରେ ସର୍ବାଧିକ ୨୮.୬ ମିମି ବର୍ଷା ରେକର୍ଡ । ସେହିଭଳି ଗଜପତିରେ ୨୨.୯ ମିମି, ନୟାଗଡ଼ରେ ୧୯.୬ ମିମି. ବର୍ଷା ରେକର୍ଡ କରାଯାଇଛି । ବ୍ଲକ ହିସାବରେ ଘସିପୁରାରେ ସର୍ବାଧିକ ୭୨ ମିମି ବର୍ଷା ହୋଇଛି ।

ସେପଟେ ବାତ୍ୟା ଅସାନି ପ୍ରଭାବରେ ପ୍ରବଳ ବର୍ଷା । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପ୍ରବଳ ବର୍ଷା ଜାରି ରହିଛି । ସମୁଦ୍ର ଅଶାନ୍ତ ହୋଇପଡ଼ିଥିବା ବେଳେ ଉପକୂଳ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତୁହାକୁତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

 

ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା ସହ ବିଦ୍ୟୁତ୍ ଖୁଣ୍ଟ ଉପୁଡିଛି । ମାନ୍ୟମ ଅଞ୍ଚଳରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହେବା ଫଳରେ ଯାତାୟାତରେ ବାଧାପ୍ରାପ୍ତ ହୋଇଛି । ଏହି ପରିସ୍ଥିତିର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌ ଜଗନ ରେଡ୍ଡୀ ବାତ୍ୟା ସ୍ଥିତି ସମୀକ୍ଷା କରିଛନ୍ତି । ଏହାସହ କୌଣସି ପରିସ୍ଥିତିରେ ମଧ୍ୟ ପ୍ରଶାସନକୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ।

ସେହିପରି ଆନ୍ଧ୍ରପ୍ରଦେଶ ଗୋଦାବରୀରେ ପ୍ରବଳ ବର୍ଷା ପବନ ଲାଗି ରହିଛି । ଗୋଦାବରୀ ସହରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ବର୍ଷା ପବନରେ କାର୍ଯ୍ୟକ୍ରମର ଟେଣ୍ଟ ଉଡ଼ିଯାଇଛି ।

ଅନ୍ୟପକ୍ଷେ, ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶରେ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ଦକ୍ଷିଣ- ପଶ୍ଚିମ ଆଡ଼କୁ ଗତି କରୁଛି। ବାତ୍ୟା ଅସାନି ପ୍ରଭାବରେ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ରରେ ସମୁଦ୍ର ଅଶାନ୍ତ ହେବା ସହ ସମୁଦ୍ରରେ ଉଚ୍ଚ ଜୁଆରଦେଖିବାକୁ ମିଳିଛି । ଫଳରେ ଉପକୂଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେହିପରି ବାତ୍ୟା ଅସାନି ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗ ଠାରୁ ୫୫୦ କିଲୋମିଟର ଦୂରରେ ଗତି କରୁଛି ବୋଲି ଆନ୍ଧ୍ରପ୍ରଦେଶ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।