Advertisment

ସାବାଡ଼ ହେବେ ମଦୁଆ ଡ୍ରାଇଭର: ମଦ ପିଇ ଗାଡ଼ି ଚଲାଇଲେ ଖାଲି ଫାଇନ୍‌ ଦେବେ ନାହିଁ ଅଟକ ବି ହେବେ

ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକରେ ଆରଟିଓ ଏବଂ ପୋଲିସ ଅଧିକାରୀ ସର୍‌ପ୍ରାଇଜ୍ ଚେକିଂ କରୁଛନ୍ତି। ଗାଡ଼ି ମୋଟରକୁ ଅଟକାଇ ଯାଞ୍ଚ କରୁଛନ୍ତି।

author-image
Rajalaxmi Sahoo
Crackdown on drunken driving in Bhubaneswar

Crackdown on drunken driving in Bhubaneswar

ମଦ୍ୟପଙ୍କୁ ସାବାଡ୍‌ କରିବାକୁ କମିଶନରେଟ ପୋଲିସର ପ୍ରୟାସ ଜାରି ରହିଛି। ଗତ କିଛି ଦିନ ଧରି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକରେ ଆରଟିଓ ଏବଂ ପୋଲିସ ଅଧିକାରୀ ସର୍‌ପ୍ରାଇଜ୍ ଚେକିଂ କରୁଛନ୍ତି। ଗାଡ଼ି ମୋଟରକୁ ଅଟକାଇ ଯାଞ୍ଚ କରୁଛନ୍ତି। ବିଶେଷ କରି ଯେଉଁ ଡ୍ରାଇଭରମାନେ ମଦ ପିଇ ଗାଡି ଚଳାଉଛନ୍ତି, ସେମାନଙ୍କ ଉପରେ ଅଧିକ କଠୋର ହୋଇଛି ପୋଲିସ।

Advertisment

ଏଣିକି ଯେଉଁମାନେ ମଦ ପିଇ ଗାଡ଼ି ଚଳାଉଥିବେ ଓ ଧରାପଡ଼ିବେ ସେମାନଙ୍କୁ କେବଳ ଫାଇନ୍‌ କଟାଯିବ ନାହିଁ। ବରଂ ସେମାନଙ୍କୁ ଅଟକ ରଖାଯାଇ କୋର୍ଟ ଚାଲାଣ କରାଯାଉଛି। ଆବଶ୍ୟକ ପଡ଼ିଲେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ୩ ମାସ ପାଇଁ ରଦ୍ଦ କରାଯିବ। ଗତ ରାତିରେ ଭୁବନେଶ୍ୱର ହାଇଟେକ୍ ଛକରେ ପୋଲିସ ଓ ଆରଟିଓ ଅଧିକାରୀ ଯାଞ୍ଚ ବେଳେ କିଛି ମଦ୍ୟପ ଡ୍ରାଇଭର ଧରାପଡିଥିଲେ।

Drunken Driving
Advertisment
Advertisment