• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଙ୍ଗୋପସାଗରରେ ହେବାକୁ ଥିବା ବାତ୍ୟା ଗତିପଥ ବଦଳାଇବ । ୧୦ରେ ବାତ୍ୟା ଗତିପଥ ବଦଳାଇବ କହିଲା ପାଣିପାଗ ବିଭାଗ । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା । ୮ରେ ସୃଷ୍ଟି ହେବାକୁ ଥିବା ବାତ୍ୟା ୧୦ ଯାଏ ସମାନ ଦିଗରେ ଯିବ । ୧୦ ସଂଧ୍ୟା ଯାଏ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବାତ୍ୟା । ୧୦ ତାରିଖ ସଂଧ୍ୟା ପରେ ବାତ୍ୟା ଦିଗ ବଦଳାଇବା ସମ୍ଭାବନା । ଦିଗ ବଦଳାଇ କ୍ରମେ ଉତ୍ତର-ଉତ୍ତରପୂର୍ବକୁ ଗତି କରିବ ବାତ୍ୟା । ଓଡ଼ିଶା ଉପକୂଳ ପାଖାପାଖି ପହଞ୍ଚିବା ପରେ ଦିଗ ବଦଳାଇବ । ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ହୋଇ ଯିବାର ସମ୍ଭାବନା ରହିଛି । ପ୍ରଭାବରେ ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଗ୍ନିଶମ ଡିଜି କହିଲେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ । ସମ୍ଭାବ୍ୟ ବାତ୍ୟାରେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦିଆଯାଉଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଉପରେ ନଜର ରଖାଯାଇଛି । ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ ଅନୁସାରେ ୧୭୫ ୟୁନିଟ୍ ପ୍ରସ୍ତୁତ ଅଛନ୍ତି । ବାତ୍ୟାର ଗତିପଥ ଜଣାପଡ଼ିଲେ ସେମାନଙ୍କୁ ମୁତୟନ କରାଯିବ ।

ସମ୍ଭାବ୍ୟ ବାତ୍ୟା ପାଇଁ ସବୁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ତଳିଆ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ୧୮ଟି ସ୍ଥାନରେ ଟିମ୍ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲ୍‌ ମାର୍କଡ୍‌ ଲୋ’ ପ୍ରେସରରେ ପରିଣତ ହୋଇଛି। ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆଜି ସକାଳେ ଲଘୁଚାପ କ୍ଷେତ୍ର ଭାବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି । ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୧୨ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ରୂପ ନେବାର ସମ୍ଭାବନା ରହିଛି। ଅବପାତରେ ପରିଣତ ହେବା ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। 

୧୦ ତାରିଖ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି। ଆଜି ଅବପାତରେ ପରିଣତ ହେଲା ପରେ ଅଧିକ ସ୍ପଷ୍ଟତା ଆସିବ। ବାତ୍ୟା କେଉଁ ଉପକୂଳ ଛୁଇଁବ ? କେବେ ଛୁଇଁବ ? ସେନେଇ ଆକଳନ କରି ହେବ। ତେବେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି।