• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଂଗ୍ରେସରେ ସାମିଲ ହେବେ କି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଏମିତି ଚର୍ଚ୍ଚା ଏବେ ପୁଣି ଜୋର ଧରିଲାଣି । ଭୁବନେଶ୍ୱର ବିମାନବନ୍ଦର ଲବିରେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସହ ବିଜୟ ପଟ୍ଟନାୟକଙ୍କୁ ଦେଖାଯିବା ପରେ ଏହି ଚର୍ଚ୍ଚା ମୁଣ୍ଡ ଟେକିଛି । ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଚର୍ଚ୍ଚା ହୋଇଛି ।

ତେବେ ଏବେର ଚର୍ଚ୍ଚା ଏଇଥିପାଇଁ ଯେ, କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ବେଳେ ତାଙ୍କ ସହ ଥିଲେ ବିଜୟ ପଟ୍ଟନାୟକ । ଉଭୟ ଦୀର୍ଘ ସମୟ ଧରି ବିମାନବନ୍ଦର ଲବିରେ କଥାବାର୍ତ୍ତା ହେଉଥିବା ମଧ୍ୟ ଦେଖାଯାଇଥିଲା ।

ତେବେ ବିଜୟ ପଟ୍ଟନାୟକ ରାଜନୀତିରେ ଯୋଗ ଦେଉନାହାନ୍ତି କି ତାଙ୍କର ଏନେଇ କୌଣସି ଇଛା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ନିରଞ୍ଜନଙ୍କ ସହ ତାଙ୍କର ଖୁବ୍‌ ଭଲ ସମ୍ପର୍କ ରହିଛି । ଏମିତିକି ଦଳମତ ନିର୍ବିଶେଷରେ ସମସ୍ତ ବିଧାୟକଙ୍କ ସହ ତାଙ୍କର ଭଲ ସଂପର୍କ ରହିଥିବା ସେ କହିଛନ୍ତି । ଏହାସହ ସେ ଆହୁରି କହିଛନ୍ତି ଯେ, ବିଭିନ୍ନ ସମୟରେ ଏଭଳି ଚର୍ଚ୍ଚା ହାଏ । ଯେତେବେଳେ ରାଜ୍ୟସଭା ନିର୍ବାଚନ ଆସେ, ସେତେବେଳେ ତାଙ୍କ ନାଁ ଚର୍ଚ୍ଚା ହୁଏ ।

ସେପଟେ ଦିଲ୍ଳୀରୁ ଫେରିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପିସିସି ସଭାପତି ପଦରୁ ଇସ୍ତଫା ଦେଇସାରିଛି । ଏବେ ପ୍ରୋସେସ୍‌ ଆରମ୍ଭ ହେଲା । ଏହାସହ ନୂଆ ପସିସି ସଭାପତି ଚୟନ କରାଯିବା ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି । ନୂଆ ପିସିସି ସଭାପତି କିଏ ହେବ ସେନେଇ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା ହୋଇଛି । ତୃଣମୂଳ ସ୍ତରରେ ସଂଗଠନ କିପରି ମଜଭୁତ କରାଯିବ ସେନେଇ ରାହୁଲ ଆଲୋଚନା କରିଛନ୍ତି ।