Advertisment

Daily Horoscope 7th May 2022: ସାବଧାନ ! ବୃଷ-ସିଂହ-କନ୍ୟା ରାଶିର ବ୍ୟକ୍ତିଙ୍କ ଘାତ ବାର, ହୋଇପାରେ ଏହି ସବୁ କ୍ଷତି

ଜ୍ୟୋତିଷ ବାଣୀ- ଶରୀର ସୁସ୍ଥ ରହିବା ସହିତ ଗୃହରେ ସୁଖ ଶାନ୍ତି ପାଇବା ପାଇଁ ସରଳ ପ୍ରତିକାର। ପ୍ରତ୍ୟେକ ରବିବାର ଦିନ ସ୍ନାନ ପରେ ଲାଲ୍ ରଙ୍ଗର ବସ୍ତ୍ର ପିନ୍ଧି ଧୂପ, ଦୀପ, ଲାଲ୍ ମନ୍ଦାର ଫୁଲ, ଦେଇ ତମ୍ବା ପାତ୍ରରେ ଗୁଡ଼ ପାଣିରେ ଆଦିତ୍ୟ ହୃଦୟ ସ୍ତୋତ୍ର ପଢି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ, ଏହା ୪୩ ଟି ରବିବାର କରନ୍ତୁ

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Daily Horoscope

ଆଜି ୨୦୨୨ ମସିହା ମେ’ ୭ ତାରିଖ ଶନିବାର । ମେଷ ୨୪ ଦିନ ବୈଶାଖ ମାସ ଶୁକ୍ଳପକ୍ଷ । ଷଷ୍ଠୀ ତିଥି ପୁନର୍ବସୁ ନକ୍ଷତ୍ର କର୍କଟ ଚନ୍ଦ୍ର ଭୋଗ । ବୃଷ, ସିଂହ ଓ କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଘାତ ବାର, ଆଜି ପିତା ଖଇବା ମନା । ଆଜି ଶନିଶ୍ଚର ମହାଯଜ୍ଞ, ରାମାନୁଜଚାର୍ଯ୍ୟ ଜୟନ୍ତୀ ।

Advertisment

ମେଷ

ଆଜିର ପାରିବାରିକ ଜୀବନ ସୁଖ ପ୍ରଦ ହେବ 
ଅଟକି ରହିଥିବା କାମ ଗୁଡିକ କରିବାକୁ ଅଗ୍ରସର ହେବେ 
ଛାତ୍ରଛାତ୍ରୀମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ
ପ୍ରତିକାର- ସାତୋଟି ଲବଙ୍ଗ ପାଖରେ ରଖନ୍ତୁ

ବୃଷ

ଆଜି ଆକସ୍ମିକ ଭାବରେ ବକେୟା ଅର୍ଥ ହସ୍ତଗତ ହେବ  
ପରିବାର ପାଇଁ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ
ବ୍ୟବସାୟ ପରିବହନ ପାଇଁ ଦିନଟି ଶୁଭପ୍ରଦ ହେବ 
ପ୍ରତିକାର- ମା’ ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ

Advertisment

ମିଥୁନ

ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ
ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ
ମାଲି ମକଦ୍ଦମାରେ ବିଜୟୀ ହେବେ
ପ୍ରତିକାର- ଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ଥର ଜପ କରନ୍ତୁ

କର୍କଟ

ଆଜି ପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି
ବହୁ ଦିନର ଆଶା ଓ ଅଭିଳାଷ  ପୂରଣ ହେବ 
ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ
ପ୍ରତିକାର- କିଛି ଖାଦ୍ୟ କୁକୁରକୁ ଖାଇବାକୁ ଦିଅନ୍ତୁ

ସିଂହ
ଆଜି ଦିନଟି ଆପଣଙ୍କ ଲାଗି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ
ବିଭିନ୍ନ ସୂତ୍ରରୁ ଅର୍ଥଲାଭର ଯୋଗ ରହିଛି
ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ 
ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ

କନ୍ୟା

ଆଜି କାର୍ଯ୍ୟସିଦ୍ଧି ହେତୁ ମନ ପ୍ରଫୁଲ୍ଲିତ ରହିବ
ପରିବାରରେ ଭୁଲ୍ ବୁଝାମଣା, ଅଶାନ୍ତି ଦେଖାଦେଇପାରେ
ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ
ପ୍ରତିକାର-ଶିବଙ୍କ ପାଖରେ ପାଞ୍ଚୋଟି ତ୍ରୀଶାଖା ବେଲପତ୍ର ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ପ୍ରଦାନ କରନ୍ତୁ

ତୁଳା

ଆଜି ହସଖୁସିରେ ଦିନଟିକୁ କାଟିବେ
ଅପରାହ୍ନରେ ଆପଣଙ୍କ ନାମରେ ମିଥ୍ୟା ଗୁଜବ ଦେଖାଦେଇପାରେ ସତର୍କ ରୁହନ୍ତୁ
ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ
ପ୍ରତିକାର-କୈଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

ବିଛା

ଆଜି ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହେବେ
ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ, ଶତୃମାନେ ପରାଜିତ ହେବେ
ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ ବିଜୟୀ ହେବେ
ପ୍ରତିକାର-ଗାଈକୁ କିଛି ଦୁବଘାସ ଖାଇବାକୁ ଦିଅନ୍ତୁ

ଧନୁ

ଆଜି ଶାରୀରିକ ମାନସିକ ପାରିବାରିକ ଅଭିବୃଦ୍ଧି ଘଟିବ
ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ 
ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ 
ପ୍ରତିକାର- ଓମ ନମଃ ଭଗବତେ ଶ୍ରୀ ସୂର୍ଯ୍ୟ ନାରାୟଣାୟ, ଏହି ମନ୍ତ୍ରକୁ ଦଶଥର ଜପ କରନ୍ତୁ

ମକର

ଆଜି ପାରିବାରିକ ସ୍ଥିତି ଭଲ ରହି ନପାରେ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପାଇବେ ନାହିଁ 
ନୂତନ ଗୃହ ର୍ନିମାଣ ପାଇଁ ମନ ବଳାଇବେ
ପ୍ରତିକାର-ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ

କୁମ୍ଭ

ଆଜି ଦିନଟି ଭଲରେ ଅତିବାହିତ ହେବ
ପିଲାମାନଙ୍କର କିଛି ସମସ୍ୟା ଓ ପରିବାରରେ ହଠାତ କୌଣସି ଘଟଣା ମନକୁ ବିବ୍ରତ କରିପାରେ
ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହେବ
ପ୍ରତିକାର- ଅଶ୍ୱତ୍ଥ ବୃକ୍ଷ ମୂଳରେ ରାଶି ତେଲର ଦୀପ ଟିଏ ପ୍ରଦାନ କରନ୍ତୁ

ମୀନ

ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ
ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ
ବିଭିନ୍ନ କ୍ଷେତ୍ରରୁ ସମ୍ମାନ ଲାଭ କରିବାର ସୁଯୋଗ ପାଇବେ
ପ୍ରତିକାର-ହନୁମାନଙ୍କୁ ଦର୍ଶନ କରନ୍ତୁ ତାଙ୍କ ସିନ୍ଦୂର ମଥାରେ ଲଗାନ୍ତୁ

Horoscope Astrology
Advertisment
Advertisment