ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ରାତି ଅଧରେ ବିକଟାଳିଆ ଶବ୍ଦ, ଉତୁପାତିଆ ନାଚ । ଡିଜେ ବ୍ୟାଣ୍ଡର ଶଦ୍ଦର ତୀବ୍ରତା ଏତେ ଅଧିକ ଯେ, କାନ ବନ୍ଦ କରି ଶୁଣିଲେ ବି ପରଦା ଫାଟିଯିବାର ଭୟ । ଆଉ ତାରି ଭିତରେ ବେତାଳିଆ ନୃତ୍ୟରେ ବିଭୋର ଯୁବଗୋଷ୍ଠୀ ।
ଡାଲି ଭଲ ପାଉଥିବାରୁ ତାଙ୍କୁ ଡାଲି ଉପହାର ଦେଉଥିଲୁ । ବାଚସ୍ପତି ନିର୍ଦ୍ଦଳୀୟ ନିଷ୍ପତ୍ତି ନେବା କଥା, ହେଲେ ସେ ସେମିତି କରୁନାହାନ୍ତି । ସେ ନିରପେକ୍ଷ ହେଉନଥିବାରୁ ପ୍ରତିବାଦରେ ଡାଲି ଉପହାର ଦେଉଥିଲୁ ବୋଲି ମୁକେଶ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ।
ପାଲଲହଡା ବିଧାୟକଙ୍କ ବାହାଘର ଓ ତାଳଚେର ବିଧାୟକଙ୍କ ବାପାଙ୍କ ଶୁଦ୍ଧିକ୍ରିୟା ରେ 5-T ସଚିବ ଯିବା ସମୟରେ ହେଲିକପ୍ଟର ବ୍ୟବହାର କଣ ପାଇଁ ହେଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
୧୦ ମାସ ବଦଳରେ ୧୨ ମାସ ଦରମା ପ୍ରଦାନ, ବକେୟା ରାଶି ପ୍ରଦାନ, ୬୦ ବର୍ଷ ପରେ ଅବସରକାଳୀନ ଭତ୍ତା ପ୍ରଦାନ ପାଇଁ ଦାବି କରଛନ୍ତି ପାଚିକା ।
ଅଧ୍ୟାପକଙ୍କ ପାଇଁ ଯେମିତି ୭ଘଣ୍ଟା କଲେଜରେ ରହିବା ବାଧ୍ୟତାମୂଳକ, ୭୫ ପ୍ରତିଶତ ଛାତ୍ରଛାତ୍ରୀ ବି କ୍ଲାସ୍ ରେ ବସିବା ସେତିକି ଜରୁରୀ ।
ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଏହି ଧର୍ମଘଟ କରାଯାଉଛି ।
କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି BMC ଓ ପୂର୍ତ୍ତ ବିଭାଗ । ମରଣଯନ୍ତାରେ ଫସୁଛନ୍ତି ଲୋକେ, କର୍ତ୍ତୃପକ୍ଷ ନୀରବ ।
ଦ୍ୱିତୀୟ ବ୍ୟାଚ ପ୍ରଶିକ୍ଷଣ ପାଇ ଏଠାରୁ ପରବର୍ତ୍ତୀ ୧୬ ମାସ ଲାଗି ଟ୍ରେନିଂକୁ ଯିବେ ।
ଅଭିଯୋଗ ଆଣିଲେ ରାଜକନିକା ଅଞ୍ଚଳର ବ୍ୟକ୍ତି, DNA ଟେଷ୍ଟ ଦାବି । ସତ୍ୟ ଅନୁସନ୍ଧାନ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ ।
ନବୀନ ଓ ମୋଦି ସରକାରଙ୍କୁ କଂଗ୍ରେସର ଜିରୋ ମାର୍କ । ସମୀକ୍ଷକ କହିଲେ ବିଗିଡ଼ିବନି ବିଜେଡି-କେନ୍ଦ୍ର ବିଜେପି ସଂପର୍କ ।
ଏସବୁ ସ୍ଥାନରେ ମଦ୍ୟପାନ କିମ୍ବା ନିଶାଦ୍ରବ୍ୟ ସେବନ କରି ବସିଥିଲେ ବାନ୍ଧିବ ପୋଲିସ। ସେଫ ସିଟି ଡ୍ରାଇଭ ଅଧିନରେ କମିଶନରେଟ ପୋଲିସ ଏହି ଚଢ଼ାଉ କରୁଛି।
ଅଭିଯୋଗ ଶୁଣାଣି ପାଇଁ ଡୋର ଷ୍ଟେପ୍କୁ ଯାଉଛି ସିଏମ୍ଓ । ଗସ୍ତ ଖର୍ଚ୍ଚର ହିସାବ ରଖିଲେ ମୁଖ୍ୟମନ୍ତ୍ରୀ ।
ଶକ୍ତିହୀନ କରିବାକୁ ନବୀନଙ୍କ ନୂଆ ଚାଲ୍ ବୋଲି ଚର୍ଚ୍ଚା । କଂଗ୍ରେସ କହିଲା ବିଜେପି-ବିଜେଡି ଏକ୍ ।
ମାମଲା ଚାଲୁ ରଖିବାକୁ ସାଲେପୁର JMFCଙ୍କ ନିର୍ଦ୍ଦେଶ । ମାମଲା ଭୁବନେଶ୍ବର ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର ।
ଆନ୍ଦୋଳନ ବେଳେ ଆଶା କର୍ମୀ-ପୋଲିସ୍ ମୁହାଁମୁହିଁ । ଧାରଣାସ୍ଥଳରେ ପହଞ୍ଚିଲେ ବିଜେପି ବିଧାୟକ ଦଳ ।
ଭଗବାନ କରନ୍ତୁ, କାହାରି ଭାଗ୍ୟରେ ଏଭଳି ଦୁଃଖ ନଆସୁ । ତେବେ ସେ ରାଜନୀତି କେବେ ଛାଡ଼ିବେ ନାହିଁ ବୋଲି କହିଲେ ଅନୁଭବ ।
‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସର୍ବଦା ସିଏମ୍ଓ ଦ୍ୱାରା ପରିଚାଳିତ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନ ଥାଏ’ ବୋଲି ମୁଖ୍ୟମନ୍ତ୍ରୀ ଆଜି ବିଧାନସଭାରେ ବିବୃତିରେ କହିଛନ୍ତି।
ସିଏମ୍ଓ ଜନଶୁଣାଣି ଓ ହେଲିକପ୍ଟର ଖର୍ଚ୍ଚ ନେଇ ମୁଖ୍ୟମନ୍ତ୍ରୀ ବିବୃତି ରଖି କହିଛନ୍ତି ଯେ, ‘ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଏ।’
ପୁଣି ସ୍ଥାୟୀ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ। ଲୋୟର ପିଏମ୍ଜିରେ ହଜାର ହଜାର ଆଶାକର୍ମୀ ଆଜି ଧାରଣା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଏ । କୋଭିଡ ପୂର୍ବରୁ ସିଏମ୍ଓ ଭୁବନେଶ୍ୱରରେ ଅଭିଯୋଗ ଶୁଣୁଥିଲା । କୋଭିଡ ଯୋଗୁ ପ୍ରାୟ ୨ ବର୍ଷ ହେବ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଲା ।
ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ । ବିଜେପି ଆଣିଥିବା ମୁଲତବି ପ୍ରସ୍ତାବ ଗୃହିତ ନ ହେବାରୁ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ ।
ସରକାରୀ ଅର୍ଥକୁ ଦଳୀୟ କାର୍ଯ୍ୟରେ ବିନିଯୋଗ କରିବା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବେକାରୀ, ଶିକ୍ଷା, ସ୍ୱାସ୍ଥ୍ୟ, ବଜେଟ୍ ଅର୍ଥ ଖର୍ଚ୍ଚ ନହେବା ଭଳି ପ୍ରସଙ୍ଗକୁ ଆୟୁଧ କରିବେ ବିରୋଧୀ ।