/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698583855.jpg)
Actor Arindam Roy
ଓଲିଉଡ କଳିକୁ ନେଇ ବିବାଦ ଓ ରାଜନୀତି ବଢିବା ପରେ ମୁହଁ ଖୋଲିଲେ ଅଭିନେତା ତଥା ପ୍ରଯୋଜକ ଅରିନ୍ଦମ ରାୟ । ଆଜି ପ୍ରେସମିଟ୍ କରି ମନୋଜ ମିଶ୍ରଙ୍କୁ ସମସ୍ୟାର ସମାଧାନ ପାଇଁ ଏକାଠି ଆଲୋଚନା କରିବାକୁ ଅପିଲ କରିଛନ୍ତି ଅରିନ୍ଦମ । ଯାହା ହୋଇଛି ସବୁ ଭୁଲି ପୁଣି ମିଳିମିଶି ଆଗକୁ ବଢିବାକୁ ହାତଯୋଡି ମନୋଜଙ୍କୁ ନିବେଦନ କରିଛନ୍ତି ଅରିନ୍ଦମ ।
ସେ କହିଛନ୍ତି, ଆସନ୍ତୁ ବସିକି ଘର ଭିତରେ ବିବାଦର ସମାଧାନ କରିବା । ଆମ ଘର କଥାରେ ରାଜନୀତିର କୌଣସି ସ୍ଥାନ ନାହିଁ । ଆମ ଘର କଥାରେ ବାହାର ଲୋକଙ୍କୁ ପୂରାଇବା ନାହିଁ । ବର୍ତ୍ତମାନ ଇଣ୍ଡଷ୍ଟ୍ରି ପାଇଁ ଭଲ ସମୟ ଆସିଛି, ଭଲ ନିର୍ମାତା ଆସିଛନ୍ତି, ତେଣୁ ଆସନ୍ତୁ ଏକାଠି ହୋଇ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଗକୁ ନେବା ବୋଲି ମନୋଜଙ୍କୁ ଅପିଲ କରିଛନ୍ତି ଅରିନ୍ଦମ ।
ସେପଟେ ଓଲିଉଡ କଳିକୁ ନେଇ ଜୋର ଧରୁଛି ରାଜନୀତି । ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପରେ ଏବେ ମୁହଁ ଖୋଲିଛନ୍ତି ବିଜେପିର ଆଉ ଜଣେ ବିଧାୟକ ନାଉରୀ ନାୟକ । ସେ କହିଛନ୍ତି ମନୋଜ ମିଶ୍ରଙ୍କୁ ବ୍ୟାନ କରିବା ପଶ୍ଚିମ ଓଡ଼ିଶା ପ୍ରତି କିଭଳି ମନୋଭାବ ଅଛି ତାହା ସ୍ପଷ୍ଟ ହୋଇଛି । ତେବେ ତୁରନ୍ତ ବ୍ୟାନ ପ୍ରତ୍ୟାହାର କରିବାକୁ ସେ ଦାବି କରିବା ସହ ଘଟଣାରେ ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ହସ୍ତକ୍ଷେପ କରିବାକୁ ସେକହିନ୍ତି । ସେହିପରି ଅଭିନେତା ମନୋଜ ମିଶ୍ର ଗତକାଲି ପ୍ରେସମିଟରେ ଜୀବନ ପ୍ରତି ବିପଦ ଥିବା କହିଥିଲେ ।
ଏହାକୁ ଗୁରୁତ୍ୱର ସହ ନେଇ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି । କିଛି ଦିନ ତଳେ ବିବାଦକୁ ନେଇ ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡର କିଛି ପ୍ରଯୋଜକ ବ୍ୟାନ କରିଥିଲେ । ଏହାପରେ ଘଟଣାରେ ରାଜନୀତି ପଶିଥିଲା । କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମନୋଜଙ୍କୁ ସମର୍ଥନ କରିବା ସହ ଓଡ଼ିଶା ଦି ଭାଗ ହେବ ବୋଲି ବିବାଦୀୟ ବୟାନ ଦେଇଥିଲେ । ପରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ପଶ୍ଚିମ ଓଡ଼ିଶାର ମନୋଜ ମିଶ୍ର ଜଣେ ବଡ଼ କଳାକାର । କଳାକାରଙ୍କର କୌଣସି ସୀମା ସରହଦ ନ ଥାଏ। ଯେଉଁମାନେ ତାଙ୍କୁ ବାସନ୍ଦ କରିଛନ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ସେ କହିଛନ୍ତି । ଏହି ପ୍ରସଙ୍ଗରେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଓଡ଼ିଶା ଏକ ଓ ଏହି ବିବାଦର ସମାଧାନ ହୋଇଗଲେ ଭଲ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)