/odishatv-khabar/media/post_attachments/uploadimage/library/16_9/16_9_0/Congress_1698580722.jpg)
Congress
ଆସନ୍ତା ୯ ତାରିଖରେ ରାଜ୍ୟବ୍ୟାପୀ କଂଗ୍ରେସ କରିବ ସଂକୀର୍ତ୍ତନ ସତ୍ୟାଗ୍ରହ। ଦଳ ପକ୍ଷରୁ ଆଜି ଏ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି ଯେ- ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ସହ ରତ୍ନଭଣ୍ଡାର ମରାମତି ପାଇଁ କଂଗ୍ରେସ ଦାବି କରିଥିଲା। ଏମିତିକି ଗତ ୨୮ ତାରିଖ ସୁଦ୍ଧା ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସକ କି ରାଜ୍ୟ ସରକାର, କେହି ନିଷ୍ପତ୍ତି ନେଲେ ନାହିଁ।
Advertisment
ତେଣୁ ଏହାର ପ୍ରତିବାଦରେ ଆସନ୍ତା ୯ ତାରିଖରେ କଂଗ୍ରେସ ସଂକୀର୍ତ୍ତନ ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ଦଳର
କର୍ମୀ ଓ ନେତା ସଂକୀର୍ତ୍ତନ ସମାବେଶ କରି ସରକାରଙ୍କୁ ନିଦରୁ ଉଠାଇବେ। ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ କି ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)