• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୧୪ରୁ ୧୮ ଯାଏଁ ବିଜେପିର ବ୍ଲକ ଘେରାଉ । ରାଜ୍ୟ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାର ବୁଡ଼ି ରହିଥିବା ଅଭିଯୋଗ କରି ଏହା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛି ବିଜେପି । ଆସନ୍ତା ୧୪, ୧୫, ୧୬, ୧୭ ଓ ୧୮ ତାରିଖରେ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେପି ବିକ୍ଷୋଭ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ମନମୋହନ କହିଛନ୍ତି ଦୁର୍ନୀତି ଭ୍ରଷ୍ଟାଚାର ଓ ଅଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ରାଜ୍ୟର ଶାସନ ବ୍ୟବସ୍ଥା ଚାଲିଛି । ପଞ୍ଚାୟତଠାରୁ ବ୍ଲକ, ଜିଲ୍ଲା, ରାଜ୍ୟ ପର୍ଯ୍ୟନ୍ତ ସବୁଠାରେ ଦୁର୍ନୀତି ଚାଲିଛି । ବ୍ୟାପକ ପିସି କାରବାର ହେଉଛି । ସରକାର ଲୋକଙ୍କୁ ପିଇବା ପାଣି, ଗରୀବ ଲୋକଙ୍କୁ ଘର ଦେବାରେ ବିଫଳ ହୋଇଛନ୍ତି ।

ଚାଷ ଜମିକୁ ପାଣି ଦେବା, ଭିତ୍ତିଭୂମି ସଜାଡିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଏହାର ପ୍ରତିବାଦରେ ବିଜେପି ସମସ୍ତ ବ୍ଲକ କାର୍ଯ୍ୟାଳୟ ଘେରି ପ୍ରତିବାଦ ଜଣାଇବ ବୋଲି ଦଳର ରାଜ୍ୟ ସଭାପତି କହିଛନ୍ତି ।