• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସାଢ଼େ ଚାରିମାସରେ ବି ବଦଳିଲାନି ନୋଟ୍ । ଗତ ମେ ୧୯ ତାରିଖରେ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ବଦଳି କରିବା ପାଇଁ ଆରବିଆଇ ପକ୍ଷରୁ ଘୋଷଣା କରାଗଲା । ଶେଷ ତାରିଖ ସେପଟେମ୍ବର ୩୦ ରଖା ଯାଇଥିଲା । ପରେ ପରେ ପୁଣି ତାରିଖ ବଢ଼ା ଯାଇ ଶେଷ ତାରିଖ ଅକ୍ଟୋବର ୭ ରଖାଗଲା । ତଥାପି ଲୋକେ ନୋଟ ବଦଳାଇ ପାରିଲେନି ।

ପାଖାପାଖି ସାଢେ ୪ ମାସ ଧରି ନୋଟ ବଦଳାଇବା ସେକ୍ସନ ଫାଙ୍କା ପଡ଼ୁଥିଲା । ଅଳ୍ପ କିଛି ଲୋକ ଆସୁଥିଲେ, ଆଉ ନୋଟ ବଦଳାଇ ଯାଉଥିଲେ । କିନ୍ତୁ ଗତ ଦୁଇ ଦିନ ଧରି ଭୁବନେଶ୍ବର ଆରବିଆଇରେ ନୋଟ ବଦଳାଇବାକୁ ଲମ୍ବା ଲାଇନ । ତେବେ ହଠାତ୍ ଏଭଳି ଭିଡ଼ର କାରଣ କଣ କେହି ଜାଣି ପାରୁ ନାହାନ୍ତି । ୧୦ ଟି ୨ହଜାର ଟଙ୍କିଆ ନୋଟ୍ ବଦଳେଇ ଦେଲେ ମିଳୁଛି କାଳେ ୩ ଶହ ଟଙ୍କା ମଜୁରି ।

ଆଜି RBI ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ନୋଟ ବଦଳ ପାଇଁ ଲମ୍ବା ଲାଇନରେ ଛିଡ଼ା ହୋଇଥିବା କିଛି ଲୋକ ଏପରି ସୂଚନା ଦେଇଛନ୍ତି ।  RBI ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ନିର୍ଦ୍ଦେଶକ କହିଛନ୍ତି, ୨ ହଜାର ଟଙ୍କିଆ ବଦଳ ଓ ଜମା ପାଇଁ ବ୍ୟବସ୍ଥା ଅଛି । ବର୍ତ୍ତମାନ ପ୍ରତିଦିନ ପାଖାପାଖି ୨ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ଆସୁଛି ।

ସେଥିରୁ ପ୍ରାୟ ୯୫ ଭାଗ ବଦଳ ହେଉଛି ଓ ମାତ୍ର ୫% ଜମା ହେଉଛି । ଗତକାଲି ମଧ୍ୟ ୨ହଜାର ଟଙ୍କିଆ ନୋଟ୍ ବଦଳ କରିବା ପାଇଁ ଲମ୍ବା ଲାଇନ୍ ଲାଗିଥିଲା । ତେବେ ସବୁଠାରୁ ବଡ଼ କଥା ହେଉଛି, ବାହାର ରାଜ୍ୟରୁ ମଧ୍ୟ ଲୋକେ ଆସି ନୋଟ ବଦଳାଉଥିବା ସୂଚନା ମିଳିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now