Advertisment

୨ ହଜାର ଟଙ୍କିଆ ନୋଟ୍‌ ବଦଳ: EOW ପରେ RBI ସାମ୍ନାରେ ଇଡି, ଚାଲିଛି ତନାଘନା...

EOW ପରେ ଇଡି ଟିମ୍‌ ପହଞ୍ଚି ତନାଘନା କରିଛି । ମଜୁରୀ ନେଇ ଟଙ୍କା ବଦଳ ଖବର ସାମ୍ନାକୁ ଆସିବା ପରେ ଉଭୟ ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି ।

author-image
Rajalaxmi Sahoo
long queues for exchange of Rs 2000 notes in outside RBI office in bhubaneswar

long queues for exchange of Rs 2000 notes in outside RBI office in bhubaneswar

ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(RBI) ସମ୍ମୁଖରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଟିମ୍‌ । EOW ପରେ ଇଡି ଟିମ୍‌ ପହଞ୍ଚି ତନାଘନା କରିଛି । ମଜୁରୀ ନେଇ ଟଙ୍କା ବଦଳ ଖବର ସାମ୍ନାକୁ ଆସିବା ପରେ ଉଭୟ ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି । ନୋଟ୍ ବଦଳାଇବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ଲୋକଙ୍କୁ ଉଭୟ ଟିମ୍‌ ପଚରାଉଚରା କରିଥିଲା । 

Advertisment

EOWର ୨ ଜଣିଆ ଟିମ୍ ଯାଞ୍ଚ କରୁଛନ୍ତି । ଧାଡ଼ିରେ ଥିବା ଲୋକଙ୍କ ଆଧାରକାର୍ଡ ଯାଞ୍ଚ କରାଯାଇଛି । ସେମାନଙ୍କ ଟଙ୍କା କି ନୁହେଁ କିମ୍ବା ସେମାନଙ୍କୁ କିଏ ପଠାଇଛି ସେନେଇ EOW ଟିମ୍ ପଚରାଉଚରା କରିଛି । ୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ RBI ଭୁବନେଶ୍ୱର ଶାଖା ଆଗରେ ଲୋକଙ୍କ ଲମ୍ବା ଲାଇନ୍‌ ଲାଗୁଛି ।

ଦୈନିକ ପ୍ରାୟ ୭୦୦ ଲୋକ ଧାଡ଼ିରେ ଠିଆ ହୋଇ ନୋଟ୍ ବଦଳାଉଛନ୍ତି । ତେବେ ଏହି ଟଙ୍କା କାହାର ଓ କିଏ ବଦଳାଉଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଏନେଇ ଖବର ପ୍ରସାରଣ ପରେ EOW ଓ ED ଉଭୟ ଟିମ୍‌ ପହଞ୍ଚି ତନାଘନା ଚଳାଇଛନ୍ତି । 

Advertisment
Rs 2000 Notes
Advertisment
Advertisment