/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698563432.jpg)
Bhubaneswar Metro Rail
ନୂଆ ବର୍ଷରୁ ଆରମ୍ଭ ହେବ ଭୁବନେଶ୍ୱର-କଟକ ମେଟ୍ରୋ ରେଲ୍ କାମ । ଆସନ୍ତା ଜାନୁଆରି ପହିଲାରେ ହେବ ଭିତ୍ତିପ୍ରସ୍ତର ସ୍ଥାପନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଆଜି ସକାଳେ ଫାଇଭ ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏହି ପ୍ରକଳ୍ପର ସମୀକ୍ଷା କରିଛନ୍ତି। ୪ ବର୍ଷ ଭିତରେ ପ୍ରକଳ୍ପର କାମ ଶେଷ କରିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Advertisment
ଭୁବେନଶ୍ୱର-କଟକ ମେଟ୍ରୋ ରେଲ୍ ପ୍ରକଳ୍ପ କଟକ ଭୁବନେଶ୍ୱରକୁ ଯୋଡ଼ିବ । ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର ଏୟାରପୋର୍ଟକୁ ତ୍ରିଶୁଳିଆ ସହିତ ସଂଯୋଗ କରିବେ। ଏହା ମଧ୍ୟରେ ରହିବ ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ,ବାଣୀବିହାର, ଜୟଦେବ ବିହାର ଓ ଚନ୍ଦ୍ରଶେଖରପୁର। ୨୦୨୩ ଏପ୍ରିଲ ପହିଲା ଉତ୍କଳ ଦିବସ ଅବସରରେ ଭୁବନେଶ୍ୱର-କଟକ ମେଟ୍ରୋ ରେଲ୍ ପ୍ରକଳ୍ପ ଘୋଷଣା କରିଥିଲେ ନବୀନ ପଟ୍ଟନାୟକ। ପରେ ଏହା କଟକ ଟାଉନ, ଖୋର୍ଦ୍ଧା, ପୁରୀକୁ ସଂପ୍ରସାରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)