• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଏଣିକି ରାଜ୍ୟର ସବୁ ସରକାରୀ ବିଶ୍ୱବିଦ୍ୟାଳୟରେ ମିଳିବ ମାଗଣା WiFi ସେବା ।  ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ସୁବିଧା ପାଇଁ ମାଗଣା WiFi ସେବା ଯୋଗାଇବାକୁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

ଅଧିକାଂଶ ପାଠ୍ୟ ପୁସ୍ତକ ଅନ୍‌ଲାଇନ୍‌ ଥିବାରୁ ମାଗଣା ଇଣ୍ଟରନେଟ୍ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ସହାୟକ ହେବ । ଫଳରେ ଶୈକ୍ଷିକ ବାତାବରଣରେ ଉନ୍ନତି ଆସି ପାରିବ। ଏଥିପାଇଁ କ୍ୟାମ୍ପସରେ WiFi ନେଟ୍‌ୱର୍କ ସ୍ଥାପନା ଲାଗି ବ୍ୟୟ ଅଟକଳ ଦେବାକୁ ସବୁ ବିଶ୍ୱବିଦ୍ୟାଳୟର କୁଳ ସଚିବଙ୍କୁ ଚିଠି ଲେଖି ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।

ସେପଟେ, ଏହା ପୂର୍ବରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ WiFi ସେବା ଉପଲବ୍ଧ ସହ ପିଲାଙ୍କୁ ଦୈନିକ 1 GB ଡାଟା ଫ୍ରିରେ ଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ । ଯାହାର ବାସ୍ତବିକତାକୁ ନେଇ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଥିଲେ । 

ଅଧ୍ୟାପକ ମରୁଡ଼ି ଓ ଭିତ୍ତିଭୂମି ଅଭାବ ପାଇଁ ବିଶ୍ୱବିଦ୍ୟାଳୟ ଗୁଡ଼ିକର ନାକ୍ ମାନ୍ୟତା କମୁଛି । ଏସବୁ ମୌଳିକ ସମସ୍ୟା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ଥିବା ଶିକ୍ଷାବିତ୍ କହିଛନ୍ତି । ଶିକ୍ଷାକ୍ଷେତ୍ରରେ ସଂସ୍କାର ଆଣିବାକୁ ସରକାର ଅନେକ ଯୋଜନା ଆଣୁଛନ୍ତି, ହେଲେ କାର୍ଯ୍ୟକାରିତା ଓ ସଫଳତାକୁ ନେଇ ପ୍ରଶ୍ନ ଉଠିଛି ।

  • Reported by:
  • JAGDISH DAS