Advertisment

ପଚରାଉଚରା ପରେ ସୂଚନା ଅଧିକାର କର୍ମୀଙ୍କୁ ଗିରଫ କଲା ପୋଲିସ୍‌...

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ମହିଳା ଥାନାରେ ପୋଲିସ ତାଙ୍କୁ ଗିରଫ କରିଛି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
RTI activist Pradip Pradhan arrested by Mahila Police station

RTI activist Pradip Pradhan arrested by Mahila Police station

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ପୋଲିସ୍‌ ଗିରଫ କରିଛି । ବୁବନେଶ୍ୱର ମହିଳା ଥାନା ପୋଲିସ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରିଛି । ଏନେଇ ଜୋନ୍‌-୧ ଏସିପି  ସୂଚନା ଦେଇଛନ୍ତି । ୨ ବର୍ଷ ପୂର୍ବର ଦୂତି ଚାନ୍ଦଙ୍କ ଏତଲା ଆଧାରରେ ଗିରଫ କରାଯାଇଥିବା ସୂଚନା ମିଳିଛି ।

Advertisment

ପୂର୍ବରୁ ଦୂତି ଚାନ୍ଦ ଅଲିମ୍ପିକ୍ସ ଖେଳିବା ସମୟରେ ନୈରାଶ୍ୟଜନଙ୍କ ପ୍ରଦର୍ଶନ ନେଇ ପ୍ରଦୀପ ଆକ୍ଷେପ ଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଆକ୍ଷେପ ତାଙ୍କୁ ମାନସିକ ଚାପ ଦେଇଥିବା ନେଇ ଦୂତି ଅଭିଯୋଗ କରିବା ସହ ମହିଳା ଥାନାରେ ଏତଲା ଦେଇଥିଲେ । ଏହି ମାମଲାରେ ପୋଲିସ ପ୍ରଦୀପଙ୍କୁ ଥାନାକୁ ଡ଼କାଇ ପଚରା ଉଚରା କରିବା ପରେ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନାଥାଉ କି, ପ୍ରଦୀପ ସୂଚନା ଅଧିକାର କର୍ମୀ ସହ ‘ମୋ ଦଳ’ର ସମ୍ପାଦକ ମଧ୍ୟ ଅଛନ୍ତି । ସେପଟେ ପ୍ରଦୀପ ପ୍ରଧାନ ଗିରଫ ହୋଇଥିବା ଖବର ପାଇ ‘ମୋ ଦଳ’ର ବହୁ ନେତା, ଆରଟିଆଇ ଓ ସାମାଜିକ ଅଧିକାର କର୍ମୀ ମହିଳା ଥାନାରେ ପହଞ୍ଚିଥିଲେ।

Advertisment
RTI Activist
Advertisment
Advertisment