• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖୋର୍ଦ୍ଧାରେ କଂଗ୍ରେସର ପରିବର୍ତ୍ତନ ସମାବେଶ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଏକାଠି ହୋଇ ବରିଷ୍ଠ ନେତାଙ୍କ ହୁଙ୍କାର । ଭି.କେ ପଣ୍ଡିଆନଙ୍କୁ ଏହି ଅବସରରେ ସିଧାସଳଖ ଟାର୍ଗେଟ୍ କରିଛନ୍ତି ଦଳୀୟ ଓଡ଼ିଶା ପ୍ରଭାରୀ ଚେଲା କୁମାର । ସେ କହିଛନ୍ତି ଯେ, ଓଡ଼ିଶାରେ ସମସ୍ତ ପ୍ରକାର ଦୁର୍ନୀତି ଓ କେଳେଙ୍କାରୀରେ ପାଣ୍ଡିଆନ ଲିପ୍ତ । କଂଗ୍ରେସ ଓଡ଼ିଶାରେ ସରକାର ଗଠନ କଲେ ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ଦୁର୍ନୀତିର ତଦନ୍ତ କରାଯିବ ।

ଜିଲ୍ଲା କଂଗ୍ରେସ କମିଟି ଆହ୍ୱାନ କ୍ରମେ ଖୋର୍ଦ୍ଧାରେ ଆୟୋଜିତ ଏହି ବିଶାଳ ସମାବେଶରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଛି ଦଳ । ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଚେଲା କୁମାରଙ୍କ ସହିତ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ ।

ପିସିସି ସଭାପତି ବିଜେଡି ଓ ବିଜେପି ଏକ ବୋଲି ଅଭିଯୋଗ କରିବା ସହିତ, କଂଗ୍ରେସ ଲୋକଙ୍କ ଆସ୍ଥା ଜିତିବା ସହ ସରକାର ଗଢିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏହି ସମାବେଶ ପୂର୍ବରୁ ଜାନକୀ ବଲ୍ଲଭ ପଟ୍ଟନାୟକ ପାର୍କ ଠାରୁ ଏକ ବିଶାଳ ପଟୁଆର ବାହାରି ସହର ପରିକ୍ରମା ପରେ ହାବେଳି ପଡ଼ିରେ ପହଞ୍ଚିଥିଲା । ତେବେ କଂଗ୍ରେସ ନେତାଙ୍କ ଅଭିଯୋଗକୁ ନେଇ ଭି.କେ. ପାଣ୍ଡିଆନ୍ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।