• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

IPS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ କରାଯାଇଛି । ବ୍ରିଜେଶ କୁମାର ରାୟ ହୋଇଛନ୍ତି ଅତିରିକ୍ତ ପୋଲିସ କମିଶନର । ସେହିପରି ଅରୁଣ ରାୟଙ୍କୁ ସରକାରୀ ପ୍ରେସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି । ଅମୃତ ମୋହନ ପ୍ରସାଦଙ୍କୁ ଜେଲ ବିଭାଗ ଡିଜି ଭାବେ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସେହିପରି ଲଳିତ ଦାସ HRPC ଏଡିଜି ହୋଇଛନ୍ତି । ଉମାଶଙ୍କର ଦାସ ଡିଆଇଜି SIW ହୋଇଛନ୍ତି ।

୧୯୮୯ ବ୍ୟାଚ୍‌ର ଆଇପିଏସ୍ ଅଫିସର ହେଉଛନ୍ତି ଅମୃତ ମୋହନ ପ୍ରସାଦ । ସେ ପୂର୍ବରୁ ସ୍ୱତନ୍ତ୍ର ଡିଜିପି, ଏଚ୍‌ଆର୍‌ପିସି (ମାନବାଧିକାର ସୁରକ୍ଷା ସେଲ୍‌) ଭାବେ କାର୍ଯ୍ୟ କରୁଥିଲେ । ହେଲେ ବର୍ତ୍ତମାନ ଅମୃତ ମୋହନ ପ୍ରସାଦ ଜେଲ ବିଭାଗ ଡିଜି ଭାବେ ଦାୟିତ୍ୱ ସମ୍ଭାଳିବେ ।

ସେହିପରି ୧୯୮୮ ବ୍ୟାଚ୍ ଆଇପିଏସ୍ ଥିଲେ ମନୋଜ କୁମାର ଛାବ୍ରା । ଆଜି ସେ ଅବସର ନେବା ପରେ ଅମୃତ ମୋହନ ପ୍ରସାଦଙ୍କୁ ଜେଲ୍ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି । ତାହା ସହ ଅମୃତଙ୍କୁ କରେନ୍ସନାଲ ସର୍ଭିସେସ୍ ନିର୍ଦ୍ଦେଶକ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

୧୯୯୨ ବ୍ୟାଚ୍‌ର ଆଇପିଏସ୍ ଅଫିସର ଲଳିତ ଦାସଙ୍କ ପୂର୍ବରୁ ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଥିଲେ । ହେଲେ ଏବେଠୁ ସେ ଅତିରିକ୍ତ ଡିଜିପି, ଏଚ୍‌ଆର୍‌ପିସି (ମାନବାଧିକାର ସୁରକ୍ଷା ସେଲ୍‌) ଭାବେ ଦାୟିତ୍ୱ ତୁଲାଇବେ ।

ଅନ୍ୟପଟେ ୨୦୦୮ ବ୍ୟାଚ୍‌ର ଆଇପିଏସ୍ ଅଫିସର ଉମାଶଙ୍କର ଦାଶ ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ୍‌ରେ ଅତିରିକ୍ତ ପୁଲିସ୍ କମିଶନର ଦାୟିତ୍ୱ ଥିବାବେଳେ ତାଙ୍କୁ ମଧ୍ୟ ବଦଳି କରାଯାଇଛି । ଉମାଶଙ୍କର ଦାଶଙ୍କୁ ରାଜ୍ୟ ଗୁଇନ୍ଦା ଶାଖାର ଡିଆଇଜି ଭାବେ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

  • Reported by:
  • BIBARTAN PANDA