Advertisment

ଅସଂଖ୍ୟ କାଳଜୟୀ ରଚନାକୁ ଓଡ଼ିଆଙ୍କୁ ଭେଟି ଦେଇଛନ୍ତି ସ୍ୱରର ବିନ୍ଧାଣୀ ସ୍ୱରୂପ ନାୟକ

ସ୍ୱରୂପ ନିଜ ସୃଜନର ସର୍ବସ୍ୱ ଅର୍ପଣ କରି ଆଜି ଫେରିଯାଇଛନ୍ତି। ଛାଡି ଯାଇଛନ୍ତି ଅମର ସଙ୍ଗୀତମାନଙ୍କୁ। ଯାହା ସବୁଦିନ, ଆମ ମନରେ ତାଙ୍କୁ ବାନ୍ଧି ରଖିଥିବ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Swaroop Nayak

Swaroop Nayak

ଗାଁ ମଝିରେ ଚାନ୍ଦିନୀ, ଚାନ୍ଦିଆ ପାଖେ କୁଅ, ସେଇ କୂଅମୂଳେ ବସିଛି, ଗୋଟେ ସୁନ୍ଦରୀ ଝିଅ। ଏ ଗୀତ ଥିବା ଯାଏଁ ମନେ ରହିବେ ସ୍ୱରର ବିନ୍ଧାଣୀ ସ୍ୱରୂପ ନାୟକ। ତାଙ୍କ ଆବର୍ତ୍ତମାନରେ ସେ କଳ୍ପନାର ଚାନ୍ଦିନୀ ପାଖେ ବସିଥିବ ଖାଲି ଶୂନ୍ୟତା। ସେ ସୁନ୍ଦରୀ ଝିଅ କଥା ଛାଡ, ପଥରର ଚାନ୍ଦିନୀ ବି ଆଜି ବୁକୁ ଫଟେଇ କାନ୍ଦୁଥିବ। ଛାତିରେ ଛାତିଏ କୋହ ନେଇ ଝୁରି ହେଉଥିବ ତାର ହସକୁରିଆ ସେଇ ପ୍ରେମିକକୁ।

Advertisment

ଖାଲି ଏଇ ଗୀତ ନୁହେଁ, ଏମିତି ଅସଂଖ୍ୟ କାଳଜୟୀ ରଚନାକୁ ଓଡ଼ିଆ ଦର୍ଶକଙ୍କୁ ଭେଟି ଦେଇଥିବା ସ୍ୱରର ବିନ୍ଧାଣୀ ସ୍ୱରୂପ ନାୟକ ଆଜି ପରପାରିରେ। କ୍ୟାନସର ଭଳି ଦୂରାରୋଗ୍ୟ ବ୍ୟାଧି ସହ ଦୀର୍ଘ ଦିନର ସଂଘର୍ଷ ତାଙ୍କର ଶେଷ ହୋଇଛି। ବୟସର ଆୟୁଷ ସରିଯାଇଛି। ୧୯୪୭ରୁ ୨୦୨୩। ଏ କାଳଖଣ୍ଡରେ ଓଡ଼ିଆ ସୀନେମାକୁ ନୂଆ ଦିଗନ୍ତ ଦେଇଥିବା, ସ୍ୱରୂପ ନିଜ ସୃଜନର ସର୍ବସ୍ୱ ଅର୍ପଣ କରି ଆଜି ଫେରିଯାଇଛନ୍ତି। ଛାଡି ଯାଇଛନ୍ତି ଅମର ସଙ୍ଗୀତମାନଙ୍କୁ। ଯାହା ସବୁଦିନ, ଆମ ମନରେ ତାଙ୍କୁ ବାନ୍ଧି ରଖିଥିବ।

ଆଧୁନିକ ସଙ୍ଗୀତର ସ୍ୱରୂପ ନିର୍ଦ୍ଧାରଣ କରିଥିବା ସ୍ୱରର ନାୟକ ୧୯୪୭ ଫେବୃୟାରୀ ୮ରେ ଜନ୍ମ ଗ୍ରହଣ କରିଥିଲେ। ୧୯୬୨ ମସିହାରେ ଓଡ଼ିଆ ସିନେମାରେ ପ୍ରବେଶ ହୁଏ। ଶିଶୁ କଳାକାର ଭାବେ ଜୟଦେବ ସୀନେମାରେ ତାଙ୍କ ଅଭିନୟ ଦେଖନ୍ତି ଓଡ଼ିଆ ଦର୍ଶକ। ୧୯୮୪ ମସିହାର ହୀରାନୀଳା ସିନେମାରେ ପ୍ରଥମ ସଙ୍ଗୀତ ନିର୍ଦ୍ଦେଶନା ଭାର ସମ୍ଭାଳିବା ପରେ ଆଉ ପଛକୁ ଚାହିଁ ନାହାନ୍ତି। ନିଜ ଜୀବଦ୍ଦଶାରେ ମୋଟ ୪୧ଟି ଓଡ଼ିଆ ଚଳଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ସ୍ୱରପ, ୩୦ କଥାଚିତ୍ରରେ ଗୀତ ରଚନା କରିଛନ୍ତି। ୬ଟି ସିନେମା ପାଇଁ ପ୍ରଚ୍ଛଦପଟ୍ଟ ଗାୟକ ସାଜିଛନ୍ତି। ୬ଟି ଚଳଚିତ୍ରରେ ତାଙ୍କ ଜୀବନ୍ତ ଅଭିନୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି।

Advertisment

Advertisment
Advertisment