/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698750030.jpg)
Bhubaneswar Police
ନିଜେ ଲୁଟି ଲୁଟ୍ ନାଟକ । ପ୍ରଥମେ ଲୁଟିଲେ ପରେ ଥାନାକୁ ଆସି ଲୁଟ ହୋଇଥିବା ନେଇ ଅଭିଯୋଗ କଲେ । ହେଲେ ଅଭିଯୋଗ ବାହାନାକୁ ଧରିନେଲା ପୋଲିସ । ରାଜଧାନୀରେ ଏକ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ନିଜେ ଲୁଟି ଲୁଟ୍ ଅଭିଯୋଗ କରିଥିବା ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରିଛି । ନିକଟରେ ୩ ଲକ୍ଷ ୩୩ ହଜାର ଟଙ୍କା ଲୁଟିଥିବା ଜଣେ କଂପାନୀ ଏଜେଣ୍ଟଙ୍କୁ ବାନ୍ଧିଛି ପୋଲିସ ।
TC କମ୍ପାନୀର ଜଣେ ଏଜେଣ୍ଟ ୩ଲକ୍ଷ ୩୩ ହଜାର ଟଙ୍କା ଆଦାୟ କରିଥିଲେ । ବ୍ୟାଙ୍କରେ ଟଙ୍କା ଜମା ନକରି ଗେମରେ ଟଙ୍କା ଉଡ଼ାଇ ଦେଇଥିଲେ । ଟଙ୍କା ଖର୍ଚ୍ଚ ହୋଇଯିବାରୁ ଲୁଟ ପ୍ଲାନ କରିଥିଲେ ଅଭିଯୁକ୍ତ । ୩ ସାଙ୍ଗ ଟଙ୍କା ଲୁଟ ହୋଇଗଲା ବୋଲି ପରେ ଥାନାରେ ଏତଲା ଦେଇଥିଲେ ।
ଅଭିଯୋଗକୁ ଆଧାରକରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣା ସମ୍ପର୍କରେ ପଚରାଉଚରା କରିବା ସହିତ ଅଭିଯୁକ୍ତମାନେ ନିଜେ ଚୋରି କରିବା ପରେ ଥାନାରେ ଏତଲା ଦେଇଥିବା ଜାଣିବାକୁ ପାଇଥିଲା । ପରେ ପରେ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବା ସହିତ ଆହୁରି ତଦନ୍ତ ଚଳାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)