ଦୁର୍ଗାପୂଜା ସମୟରେ ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ହୋଇପାରିବ ମେଲୋଡି। ଚଳିତ ବର୍ଷ ଭୁବନଶ୍ୱରରେ ଦୁର୍ଗାପୂଜାରେ ୧୮୩ଟି ପୂଜା ମଣ୍ଡପ ରହିଛି।
୪ ବର୍ଷରେ ୫୮ କୋଟିର ହେରଫେର । ଭୂତ ଆକାଉଣ୍ଟରେ ୧୫ କୋଟି ଟଙ୍କା ।
ଭିନ୍ନ ଭିନ୍ନ ଦିଗରେ ବିରୋଧୀ ଦଳ ନେତାଙ୍କ ସଣ୍ଢୁଆଶୀ ଆକ୍ରମଣ । ଏକ୍ସପଞ୍ଜ ପରେ ବି ସିଏମ୍ କାହିଁକି ଦେଲେ ସ୍ପଷ୍ଟୀକରଣ: ଜୟନାରାୟଣ ।
ଆହୁରି ୩ ହଜାର ଯାଏଁ ଖସିବା ନେଇ ଆକଳନ । ରୁପା କିଲୋପିଛା ଶସ୍ତା ହେଲାଣି ୭ ହଜାର ।
ଅନ୍ୟମାନଙ୍କୁ ଦେଖି ନିଜ ପାଇଁ କିଣାକିଣି କରିବାକୁ ମନ ବଳିଲେ ସେଥିରୁ ନିବୃତ ରୁହନ୍ତୁ ଦେଖିବେ ଆପଣଙ୍କ ଝାଳବୁହା ଧନ ଅଯଥାରେ ଖର୍ଚ୍ଚ ହେବନି।
ଏ ଗୁମାସ୍ତା କିଏ, ତାଙ୍କ ଭାଷଣରେ ଭର୍ତ୍ତୃହରି କାହାକୁ ଗୁମାସ୍ତା ବୋଲି ଇଙ୍ଗିତ କରୁଛନ୍ତି, ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।
ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରି ଏବେ ତଦନ୍ତ କରୁଛି ପୋଲିସ ।
ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ଘନଉଛି ବିବାଦ । ବିଧାନସଭା ଭିତରେ ବିରୋଧୀଙ୍କୁ ଜନ ବିରୋଧୀ ବୋଲି କହି ସମାଲୋଚନା କରିବା ପରେ, ଗତକାଲି ବିଜେଡି ପଦଯାତ୍ରାରେ ବି ସମାନ ଶବ୍ଦବାଣରେ ଘାଇଲା କରିଥିଲେ । ଜନ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ଗୃହ ମଧ୍ୟଭାଗରେ ବିଜେପି ସଦସ୍ୟଙ୍କ ହଙ୍ଗାମା, ହଟ୍ଟଗୋଳ ।
ଓଡ଼ିଶାରେ ପଛୁଆ ବର୍ଗଙ୍କ ଗଣନା ଓ ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ଜାଣିବାକୁ ଓବିସି ସର୍ଭେ ଲାଗି ବହୁ ବାଦ ବିବାଦ ପରେ ଚଳିତ ବର୍ଷ ଆରମ୍ଭରୁ ପ୍ରକ୍ରିୟା ଆରମ୍ଭ କରିଥିଲେ ରାଜ୍ୟ ସରକାର । ଏଥିପାଇଁ ଜଷ୍ଟିସ ରଘୁନାଥ ବିଶ୍ୱାଳ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା । ସର୍ଭେରେ ରାଜ୍ୟର ମୋଟ ୨୧୦ଟି ଜାତିର ଲୋକଙ୍କୁ ସାମିଲ କରାଯାଇ, ସେମାନଙ୍କ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରାଯାଇଛି ।
ସେପ୍ଟେମ୍ବର ୫ । ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ଟାଇଁସି ସଂରକ୍ଷିତ ଜଙ୍ଗଲରୁ ମିଳିଲା ୨ ହାତୀଙ୍କ ମୃତଦେହ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୋଟିଏ ଦନ୍ତା ସହ ଛୁଆ ମାଈ ହାତୀର ମୃତ୍ୟୁ ଘଟିଥିଲା । ସେପ୍ଟେମ୍ବର ୨୧ । ହାତୀ ମୃତ୍ୟୁ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଆଠଗଡ଼ ନରସିଂହପୁର ଜଙ୍ଗଲରୁ ଉଦ୍ଧାର ହେଲା ଆଉ ଏକ ଦନ୍ତା ହାତୀର ଶବ ।
ସୂଚନା ଅନୁସାରେ ବିକାଶ୍ ପାଲ୍ ଚଲାଉଥିବା କାର୍ ପ୍ରଥମେ ଡିଭାଇଡରରେ ପିଟି ହୋଇ ଫୁଟପାଥ୍ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା । ଏପରିକି ଶ୍ରମିକଙ୍କୁ କିଛି ଦୂର ଘୋଷାଡି ବି ନେଇଥିଲା।
ସଂସ୍କୃତରେ ଆସିଥିବା ପ୍ରଶ୍ନର ୮୦ ପ୍ରତିଶତ ପ୍ରଶ୍ନ ବାହାରୁ ଆସିଥିବା ବେଳେ ହିନ୍ଦୀ ପ୍ରଶ୍ନପତ୍ରରେ ୧୨ଟି ତ୍ରୁଟି ଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ପରୀକ୍ଷା ବାତିଲ କରି ଆଉଥରେ ପରୀକ୍ଷା କରିବାକୁ ସେମାନେ ଦାବି କରିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ବାବୁ ବି ଟୁରରେ ସାମିଲ । ରାଜ୍ୟ ତହବିଲରୁ ଖର୍ଚ୍ଚକୁ ନେଇ ଉଠିଲା ଆପତ୍ତି ।
ଜବାବରେ ବିଜେପି କହିଛି ନବୀନ ହେଉଛନ୍ତି ସବୁଠୁ ବଡ଼ ଜନବିରୋଧୀ । ସେ ଜନ ବିରୋଧୀ ହେଇନଥିଲେ ଜଣେ ଆଇଏଏସ୍ ଅଫିସରଙ୍କୁ ସରକାର ଚଳାଇବାକୁ ଲିଜ୍ରେ ଦେଇଥାନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ।
ଲଗାତର ନିଜ ସଂପାଦକୀୟ ପ୍ରହାରରେ ସରକାର, ଫାଇଭ୍ଟି ସଚିବ ଓ ନିଜ ଦଳ ବିଜେଡିକୁ ଘାଇଲା କରିବା ପରେ ପ୍ରଥମେ ଗତ ୧୨ ତାରିଖରେ ବିଧାୟକ ସୌମ୍ୟରଞ୍ଜନଙ୍କୁ ଉପସଭାପତି ପଦରୁ ହଟାଇଥିଲା ବିଜେଡି । ଆଉ ଏହାର ୯ ଦିନ ପରେ ଲୋନ୍ ଦୁର୍ନୀତି ଭଳି ଜନବିରୋଧୀ ଷ୍ଟାମ୍ପ ମାରି ଦଳରୁ ତଡ଼ି ଦେଇଥିଲେ ସୁପ୍ରିମୋ ।
ନବୀନ ହଠାତ୍ ବିରକ୍ତି ପ୍ରକାଶ କରିବା ସହ ନିଜେ ଉତ୍ତରୀୟଟିକୁ କାଢ଼ି ଦେଇଥିଲେ ଓ ପିଏସଓଙ୍କୁ ଶଙ୍ଖ ଚିହ୍ନ ବ୍ୟାଚ୍ ସାର୍ଟରୁ ଖୋଲିବାକୁ କହିଥିଲେ।
ବିରୋଧୀ ବିଜେପି ଗୃହରେ ହଙ୍ଗାମା କରିବା ସହିତ ଉଭୟ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଟାର୍ଗେଟ୍ କରିଛି । ଆଉ ଏହାରି ଭିତରେ ଜୟନାରାୟଣ ସାଂଘାତିକ ଅଭିଯୋଗ, ନା ଗୃହରେ ନା ଗୃହ ବାହାରେ ସେ ନିଜକୁ ସୁରକ୍ଷିତ ମନେ କରୁଛନ୍ତି । ତାଙ୍କର ଯଦି କିଛି ହୋଇଯାଏ, ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ।
ରାତି ହେଲେ ଭୟଙ୍କର ହେଉଛି କି ରାଜଧାନୀ ? ରାତିର ନିସ୍ତବ୍ଧ ପହରରେ ଘୂରି ବୁଲୁଛି କି ମୃତ୍ୟୁର ଦୂତ ? କମିଶନରେଟ୍ ପୋଲିସର ସୁରକ୍ଷା ପାଚେରୀକୁ ଭେଦି ଅସାମାଜିକ ଖେଳୁଛନ୍ତି କି ମରଣର ଖେଳ ? କାରଣ ରାଜଧାନୀର ଛାତି ଉପରେ ଗତକାଲି ଘଟିଛି ଭୟଙ୍କର ଅଘଟଣ । ରାଜମହଲ ଛକ ଉପରେ ହିଟ୍ ଆଣ୍ଡ ରନ୍ ।
ରାତିର ଘନ ଅନ୍ଧକାରରେ ମାଡ଼ି ଆସିଲା ନାଲି ଗାଡ଼ି...ଶୋଇଥିବା ସମୟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା..
ଅନ୍ଲାଇନ୍ ବାଇକ୍ ସର୍ଭିସ ବିରୋଧରେ ପରିବହନ ବିଭାଗର ଛାଟ ପରେ ରାସ୍ତାକୁ ଓହ୍ଲାଇଲେ ବାଇକ୍ ସର୍ଭିସ କର୍ମଚାରୀ। ସରକାର ସ୍ୱଳ୍ପ ବେତନ ପାଉଥିବା ବାଇକରଙ୍କ ପ୍ରତି କଠୋର ହୋଇଥିବା ଅଭିଯୋଗ କରିଛନ୍ତି।
ଜାଲ କାଗଜପତ୍ରରେ ବିକ୍ରି କରୁଥିବା ଅଭିଯୋଗ । ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ ।
ବର୍ତ୍ତମାନ ପାର୍କିଂ ସମସ୍ୟାକୁ ନେଇ ୧ ନଂ ହାଟରେ ଅନୁରୂପ ସ୍ଥିତି ଉପୁଜିଛି । ରାସ୍ତାରେ ପାର୍କିଂ ସମ୍ପୂର୍ଣ୍ଣ ବାରଣ ଥିବାରୁ ଗ୍ରାହକମାନେ ହାଟକୁ ଆସିବା ପସନ୍ଦ କରୁନାହାନ୍ତି ।
ଦୁଇ ବିଧାୟକଙ୍କୁ ନିଲମ୍ବନ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଜୟନାରାୟଣ ମିଶ୍ର । ସେ କହିଛନ୍ତି, ବାଚସ୍ପତିଙ୍କର ବାଚସ୍ପତି ହେବାର ଯୋଗ୍ୟତା ନାହିଁ । ରୁଲ୍ ଆଣ୍ଡ ପ୍ରୋସିଜିଓର ବିଷୟରେ ସେ କିଛି ଜାଣିଛନ୍ତି କି ?
ଯେଉଁମାନେ ଅପରାଧକୁ ନେଇ ରାଜନୀତି କରୁଛନ୍ତି, ସେମାନେ ଗୃହକୁ ଆସି ପାରିବେନି । ବିକାଶରେ ବାଧା ସୃଷ୍ଟି କରୁଥିବା ବିରୋଧୀଙ୍କ ବ୍ୟବହାର ଲୋକେ ଦେଖୁଛନ୍ତି ।
ଡାକ୍ତର ଓ ଟ୍ରେନିଂ ନର୍ସଙ୍କ ଅବହେଳାରୁ ସନ୍ଧ୍ୟା ବେଳେ ସ୍ୱାସ୍ଥ୍ୟ ବିଗିଡ଼ିବା ସହ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ଓ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ତେବେ ଏନେଇ ହସ୍ପିଟାଲ ପକ୍ଷରୁ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।