/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698401523.jpg)
Odia Music Director Swaroop Nayak
ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ । ଦୀର୍ଘଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ ସ୍ୱରୂପ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବହୁ ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱରୂପ ।
Advertisment
ଓଡ଼ିଆ ଆଧୁନିକ ସଙ୍ଗୀତର ସ୍ରଷ୍ଟା ଥିଲେ ସ୍ୱରୂପ ନାୟକ । ୧୯୮୪ରେ ହୀରାନୀଳା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଥିଳା ତାଙ୍କର ଡେବ୍ୟୁ । ‘ସହର ଜଳୁଛି’, ‘ଲାଲ୍ ପାନ ବିବି’, 'ପୁଅ ମୋର ଭୋଳା ଶଙ୍କର', 'ଆଇ ଲଭ୍ ୟୁ', 'ଶାଶୁ ଘର ଚାଲିଯିବି', 'ଉଦଣ୍ଡୀ ସୀତା'ର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ସ୍ୱରୂପ । ୧୯୬୨ ଜୟଦେବ ଫିଲ୍ମରେ ଶିଶୁ କଳାକାର ଭାବେ ମଧ୍ୟ ସେ କାମ କରିଥିଲେ । ଏକଧାରାରେ ସେ ଜଣେ ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ଅଭିନେତା, ଟେଲିଭିଜନ୍ ଜଜ୍ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)