• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯେତେ ଚେତାଇଲେ ବି ଚେତୁ ନାହାନ୍ତି ଲୋକ। ରାତାରାତି ବଡ ଲୋକ ହେବାର ସ୍ୱପ୍ନରେ ଠକ ହାତରେ ଟେକି ଦେଇଛନ୍ତି କୋଟି କୋଟି ଟଙ୍କା । ଏବେବି ଅନେକ ଲୋକ ଚିଟଫଣ୍ଡ ଠକେଇର ହେଉଛନ୍ତି ଶିକାର । ଠକଙ୍କ ତରିକା ବଦଳିଥିବା ବେଳେ ଅନଲାଇନ୍ ମାଧ୍ୟମରେ ଠକ ବିଛାଉଛନ୍ତି 

ଜାଲ । କ୍ରିପ୍ଟୋ କରେନସିଂ ସଂସ୍ଥା ଟିବିସି ବିରୋଧରେ ଏଭଳି ଅଭିଯୋଗ ଆସିଛି, ଯାହାକୁ ନେଇ EOW ପାଖରେ ଅଭିଯୋଗ କରିଛନ୍ତି ଜମାକାରୀ ।

୪୫ ଦିନରେ ଡବଲ ହୋଇଯିବ ଟଙ୍କା । ୧୨ ହଜାର ଦେଲେ ରିଟର୍ଣ୍ଣ ପାଇବେ ଲକ୍ଷାଧିକ ଟଙ୍କା । ଯିଏ ଯେତେ ଜମାକାରୀ ଆଣି ଦେବ ସେତେ କମିଶନ ପାଇବ । ଏମିତି ଲୋଭ ଦେଖାଇ ଜାଲ ପକାଉଥିଲା ଅନଲାଇନ ଚିଟଫଣ୍ଡ ଠକ ରବୀନ୍ଦ୍ର ବିଶୋଇ । କହୁଥିଲା ଜମା ଟଙ୍କା ଦୁବାଇ ତେଲ କଂପାନିରେ ଲାଗୁଛି, ଏଣୁ ଟଙ୍କା ବୁଡିବାର ଭୟ ଜମା ବି ନାହିଁ । କ୍ରିପ୍ଟୋ କରେନିଂ ସଂସ୍ଥା ଟିବିଶି ପକ୍ଷରୁ ଓଡ଼ିଶାରେ କାମ କରୁଥିଲା ରବୀନ୍ଦ୍ର । ମମତା ନାୟକ ନାମକ ଜଣେ ମହିଳାଙ୍କୁ ନିଜ ପତ୍ନୀ ପରିଚୟ ଦେଇ ତାଙ୍କ ଆକାଉଣ୍ଟ ଜରିଆରେ କରୁଥିଲା ଟ୍ରାନାଜାକସନ୍ । ଠକେଇର ଶିକାର ହେବା ପରେ ଏବେ EOW ପାଖରେ ଅଭିଯୋଗକାରୀଙ୍କ ଲମ୍ବାଲାଇନ ଲାଗିଛି ।

ଲୋକଙ୍କୁ ଫସାଇବା ପାଇଁ ବଡ଼ ବଡ଼ ହୋଟେଲରେ ହେଉଥିଲା ମିଟିଂ । ଦିଆଯାଉଥିଲା ଆକର୍ଷଣୀୟ ପୁରସ୍କାର । ପଞ୍ଜାବରେ ବସି କ୍ରିପ୍ଟୋ କରେନ୍ସି ମାର୍କେଟିଂ ଚଳାଉଥିବା ଜଣେ ମହିଳା ଅନଲାଇନ ଜରିଆରେ କରୁଥିଲା କଣ୍ଟାକ୍ଟ । ପରେ ସଂପର୍କ ବଢାଇବା ସହ ଟିବିସି କମ୍ପାନୀ ବିଷୟରେ ବୁଝାଉଥିଲା । ସାରା ଭାରତ ବର୍ଷରେ ଏହି ଠକେଇ ସଂସ୍ଥା ଏବେ ଶହ ଶହ କୋଟି ଟଙ୍କା ଠକେଇ କରି ନେଇଥିବା ଅଭିଯୋଗ ହୋଇଛି । ଠକେଇ ଶିକାର ଲୋକମାନେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ, ପୋଲିସ କୌଣସି ପଦକ୍ଷେପ ନ ନେବାକରୁ ଶେଷରେ ଇଓଡବ୍ଲୁରେ ଅଭିଯୋଗ ହୋଇଛି ।

ଠକେଇ କରିବାକୁ ସାଇବର ଅପରାଧୀମାନେ ସବୁବେଳେ ଜାଲ ପକାଇ ବସିଛନ୍ତି । ଏନେଇ ପୋଲିସ ଓ ବିଭିନ୍ନ ସଂସ୍ଥା ପକ୍ଷରୁ ସଚେତନ କରାଯାଉଛି, ତଥାପି ଅଧିକ ଲୋଭରେ ପଡି ଏମାନଙ୍କ ଜାଲରେ ପଡୁଛନ୍ତି କିଛି ଲୋକ ।

  • Reported by:
  • CHANDAN PAIKRAY

OTV is now on Whatsapp

Join and get latest news update delivered to you via whatsapp

Join Now